PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

‘ଆପଦ ମିତ୍ର’ ପ୍ରଶିକ୍ଷଣ ଶିବିର ଆରମ୍ଭ , ଆଦିବାସୀ ଅଞ୍ଚଳର ୪୦ ଜଣ କଲେଜ ଛାତ୍ରଛାତ୍ରୀ ନେଲେ ତାଲିମ

ମାଲକାନଗିରି : ଓଡ଼ିଶା ସରକାର ଓ ମାଲକାନଗିରି ଜିଲା ବିପର୍ଯ୍ୟୟ ପରିଚାଳନା ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ର ଠାରେ ପଞ୍ଚମ ପର୍ଯ୍ୟାୟରେ‘ ଆପଦ ମିତ୍ର ‘ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମାନେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସମନ ପରିଚାଳନା ସହିତ ଅଗ୍ନିକାଣ୍ଡ ରୋକିବା, ବିପଦରେ ପଡିଥିବା ଲୋକକୁ କିପରି ଉଦ୍ଧାର କରାଯାଇ ପାରିବ, ବନ୍ୟା ବାତ୍ୟା, ଦୁର୍ଘଟଣା ଗସ୍ତ ଲୋକଙ୍କୁ ଉଦ୍ଧାର କରିବା ଆଦି ବିଷୟରେ ତାଲିମ ଆରମ୍ଭ କରିଛନ୍ତି।

ଏହି ପ୍ରଶିକ୍ଷଣ ଦୀର୍ଘ ୧୨ ଦିନ ଧରି ଚାଲିବ। ଏହି ପଞ୍ଚମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ଆପଦ ମିତ୍ର ସ୍ୱେଚ୍ଛାସେବୀ ତାଲିମ ସରକାରଙ୍କ ବିପର୍ଯ୍ୟୟ ପରିଚାଳନାର ଏକ ମାଇଲଖୁଣ୍ଟ ହୋଇଛି , ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିପର୍ଯ୍ୟୟ ପରିଚାଳନାରେ ଜିଲ୍ଲାର ଆପଦ ମିତ୍ର ସ୍ଵେଚ୍ଛା ସେବୀମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି  କହିଥିଲେ।

ସମ୍ମାନିତ ଅତିଥି ଭାବେ ଡେପୁଟି କଲେକ୍ଟର ତଥା ଜିଲ୍ଲା ଜରୁରୀକାଳୀନ ଆଧିକାରୀ ଉମା ପ୍ରସାଦ ଦାଶ, ସହକାରୀ ଅଗ୍ନିଶମ ଅଧିକାରୀ କମଳ ଗୌଡ଼ ଯୋଗଦେଇ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକ ମାନଙ୍କୁ କିପରି ଉଦ୍ଧାର କରି ଧନ ଜୀବନ ସୁରକ୍ଷିତ ରକ୍ଷା କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବିପର୍ଯ୍ୟୟ ପ୍ରଶମନ ତାଲିମ ୧୨ ଦିନ ଧରି ଚାଲିବ। ଜରୁରୀକାଳୀନ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ କୁନା ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।  

ପଞ୍ଚମ ପର୍ଯ୍ୟାୟରେ ଏହି ଶିବିରରେ  ଜିଲ୍ଲାର ୪ଟି କଲେଜ ର ୪୦ଜଣ ଛାତ୍ରଛାତ୍ରୀ ଆପଦ ମିତ୍ର ସ୍ଵେଚ୍ଛାସେବୀ ତାଲିମ ଆରମ୍ଭ କରିଛନ୍ତି । ଅଗ୍ନିଶମ ଅଧିକାରୀଙ୍କ ନେତୃତ୍ୱରେ ଓଡ୍ରାପ ସିଭିଲ ଓ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଏହି ଶିବିରରେ  ତାଲିମଦାତା ଭାବେ ଯୋଗଦେଇ ଆପଦ ମିତ୍ର ତାଲିମ ଦେଇଛନ୍ତି। ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆପଦ ମିତ୍ର ୪୦ ଜଣ ସ୍ବେଛାସେବୀ ଆପଦ ମିତ୍ର ଙ୍କୁ  ସ୍ୱତନ୍ତ୍ର ପୋଷାକ ପ୍ରଦାନ କରାଯାଇ ସେମାନଙ୍କୁ ବିପର୍ଯ୍ୟୟ ପରିଚାଳନା କିପରି କରାଯାଇ ପାରିବ ସେ ସମ୍ପର୍କରେ ବିଭିନ୍ନ କୌଶଳର ପ୍ରଶିକ୍ଷଣ ଦିଆଯାଇଛି। ଜିଲ୍ଲା ଜରୁରୀକାଳୀନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଏହି ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମରେ ସହ ଯୋଗାଯୋଗ କରିଥିଲେ।