PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଲାୟମ ସିଂହ ଯାଦବ ICUରେ ଭର୍ତ୍ତି ,ଅଖିଳେଶ ଓ ଅପର୍ଣ୍ଣା ଯାଦବଙ୍କ ତୁରନ୍ତ ଦିଲ୍ଲୀ ଯାତ୍ରା
  • ||
  • ଭୁବନେଶ୍ଵର : ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩୧ ପଜିଟିଭ୍ ଚିହ୍ନଟ
  • ||
  • କଟକ : ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ବିଧାୟକ ମହମ୍ମଦ ମୋକିମ୍, ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା
  • ||
  • କେନ୍ଦୁଝର : ସାମାନ୍ୟ ବଚସାରୁ ତୁମୁଳ କାଣ୍ଡ, ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା
  • ||
  • କୋରାପୁଟ : ବିଜୁଳି ଘଡ଼ଘଡ଼ିରେ ଭୁଶୁଡ଼ିଲା କୋରାପୁଟର ଜେଇଏଲ୍ ଚର୍ଚ୍ଚ
  • ||
  • ବ୍ରହ୍ମପୁର : କାର୍‌ରୁ ୩ କେ.ଜି ସୁନା ଏବଂ ୧୭ କେ.ଜି ରୂପା ଜବତ, ୩ ଅଟକ
  • ||

ଅନଲାଇନରେ ଅର୍ଡ଼ର କରିଥିଲେ ବତକ ତରକାରି, ବାହାରିଲା ୪୦ଟି ମଲା ଅସରପା

ଚୀନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ନାକ ଟେକିବା ତ ଦୂରର କଥା ଶୁଣିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ। ଚୀନର ଜଣେ ମହିଳା ଅନଲାଇନ ଫୁଡ୍ ଡେଲିଭରି ପ୍ଲାର୍ଟଫର୍ମ ଜରିଆରେ ରାତ୍ରି ଭୋଜନ ପାଇଁ ବତକ ତରକାରି ଅର୍ଡର କରିଥିଲେ। ଅର୍ଡର ମଧ୍ୟ ଘରକୁ ଆସିଲା। ମାତ୍ର ଟିଫିନ୍ ପ୍ୟାକେଟ୍ ଖୋଲିବା ମାତ୍ରେ ସେଥିରୁ ବାହାରିଥିଲା ମଲା ଅସରପା। ତାହା ପୁଣି ଗୋଟେ କି ଦୁଇଟି ନୁହେଁ ୪୦ଟି ମଲା ଅସରପା। ମହିଳା ଜଣକ ଏହାର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି।

ଏହି ଭିଡ଼ିଓ ମାଧ୍ୟମରେ ମହିଳା ଜଣକ ଯେଉଁ କମ୍ପାନୀରୁ ଅର୍ଡ଼ର କରିଥିଲେ ସେହି ମାଲିକଙ୍କ ନାଁରେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହି ମାମଲା ଉପରେ ଯାଞ୍ଚ ଚାଲିଛି। ଏହି ସମ୍ପର୍କରେ ମହିଳାଜଣକ ପୁଲିସକୁ ମଧ୍ୟ ଖବର ଦେଇଛନ୍ତି। ବର୍ତ୍ତମାନ ପୁଲିସ ଖାଦ୍ୟ ଓ ଔଷଧ ପ୍ରଶାସନର ଅଧିକାରୀଙ୍କ ସହ ମାମଲାକୁ ଯାଞ୍ଚ କରୁଛି ବୋଲି ସୂଚନା ମିଳିଛି।