PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୪୦ ଡିଗ୍ରୀ ଉପରେ ୨୨ ସହର , ବଲାଙ୍ଗୀର ଉତ୍ତପ୍ତ ସହର

 ଭୁବନେଶ୍ବର, ୨୩।୫ ଜଳୁଛି ଓଡ଼ିଶା। ପଶ୍ଚିମ ଓଡିଶାରୁ ଆଭ୍ୟନ୍ତରୀଣ ଓଡିଶା ପର୍ଯ୍ୟନ୍ତ ତାତିରୁ ନିସ୍ତାର ନାହିଁ।  ଡହ ଡହ ଖରାରେ ସନ୍ତୁଳି ହେଉଛନ୍ତି  ।ତାତି ସହ ଝାଞ୍ଜି ପବନ ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରି ପକାଉଛି। ସକାଳ ୯ଟାରୁ ପଦାକୁ ବାହାରିବା ମୁସ୍କିଲ ହୋଇପଡୁଛି। ସତେ ଯେମିତି ଆକାଶରୁ ଅଗ୍ନିବର୍ଷା ହେଉଛି। ସେପଟରେ ଦାଉ ସାଜୁଛି ଗରମ ଝାଞ୍ଜି ପବନ ।

ମଙ୍ଗଳବାର ରାଜ୍ୟରେ ୨୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଏପରିକି ୮ଟି ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଥିଲା। ଟ୍ବିନସିଟି କଟକ- ଭୁବନେଶ୍ବର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା।  ତେବେ ବଲାଙ୍ଗୀର  ଥିଲା ସବଠୁ ଉତ୍ତପ୍ତ ସହର।  ବଲାଙ୍ଗୀରରେ ତାପମାତ୍ରା ୪୩.୩ ଡିଗ୍ରୀ ରହିଥିଲା। ଏହା ପଛକୁ ଉତ୍ତପ୍ତ ସହର ଭାବେ ସମ୍ବଲପୁର ରହିଥିଲା। ସମ୍ବଲପୁରରେ ତାପମାତ୍ରା ୪୨.୯ ଡିଗ୍ରୀ ରହିଥିଲା। ସେହିପରି ଝାରସୁଗୁଡାରେ ୪୨.୮ ଡିଗ୍ରୀ,  ସୋନପୁର ୪୨.୬, , ବରଗଡ ୪୨.୪, ହୀରାକୁଦ ୪୨.୧, ବାରିପଦା ୪୨, ସୁନ୍ଦରଗଡ ୪୧.୮, ତାଳଚେର ୪୧.୮ ଅନୁଗୁଳ ୪୧.୭, ରାଉରକେଲା ୪୧.୬, ଖୋର୍ଦ୍ଧା ୪୧.୫, ଢେଙ୍କାନାଳ ୪୧.୪, ବୌଦ୍ଧ  ୪୧, ଚାନ୍ଦବାଲି ୪୦.୭, କେନ୍ଦ୍ରାପଡା ୪୦.୬ ଯାଜପୁର ୪୦.୫, ଜଗତସିଂହପୁର, ୪୦.୪, ଟିଟିଲାଗଡ ଓ ନୂଆପଡାରେ ୪୦ ଡିଗ୍ରୀ ତାପମାତ୍ରା ରହିଥିଲା।

ଟ୍ବିନସିଟିବାସୀକୁ ମଧ୍ୟ ତାତିରୁ ନିସ୍ତାର ମିଳୁନି। ଟ୍ବିନସିଟିରେ ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଭୁବନେଶ୍ବରରେ ଅଧିକ ତାପମାତ୍ରା ରହିଥିଲା। ଭୁବନେଶ୍ବରରେ ୪୨.୬ ଡିଗ୍ରୀ ପାରଦ ଛୁଇଁଥିଲା। ସେହିପରି କଟକରେ ତାତି ୪୧ ଡିଗ୍ରୀ ରହିଥିଲା।