ଭୁବନେଶ୍ଵର, ୦୧/୦୩ : ୪୦ ଲକ୍ଷ ପ୍ୟାକେଜ୍‌ର ଚାକିରି ଅଫର୍। ଦରକାର ନାହିଁ ରିଜ୍ୟୁମ୍ କି କଲେଜ ଡିଟେଲ୍ସ। ଆଶାୟୀଙ୍କୁ ମାତ୍ର ୧୦୦ ଶବ୍ଦରେ ଦେବାକୁ ପଡ଼ିବ ପରିଚୟ। ଏଥିସହ ନିଜର ସର୍ବଶ୍ରେଷ୍ଠ କାମ ନେଇ ଇ-ମେଲ୍‌ ମାଧ୍ୟମରେ ଦେବେ ସୂଚନା। ବାସ୍ ଏତିକି ଦେଇଦେଲେ ମିଳିଯିବ ଚାକିରି। କମ୍ପାନୀରେ ସପ୍ତାହ ସାରା କାମ କରିବାକୁ ବି ପଡ଼ିବନି... ତେବେ ଜାଣିବାକୁ ଚାହୁଁଛନ୍ତି କି ? କେଉଁ କମ୍ପାନୀ ଦେଉଛି ଏହି ଚାକିରି ଅଫର୍ ? ଚାକିରି କରିବା ପାଇଁ ଆଉ କଣ ସବୁ ରହିଛି ସର୍ତ ? ତାହେଲେ ପଢନ୍ତୁ ଏହି ଖବର...

କୌଣସି କମ୍ପାନୀରେ ନିଯୁକ୍ତି ପାଇଁ ସର୍ବପ୍ରଥମେ ଦେବାକୁ ପଡ଼େ ସିଭି ଓ ଶିକ୍ଷାଗତ ଯୋଗ୍ୟତା। ଏହି ସିଭି ଏବଂ ଶିକ୍ଷାଗତ ଯୋଗ୍ୟତା ଦେଖି ସର୍ଟଲିଷ୍ଟ କରିବା ପରେ ଆଶାୟୀଙ୍କୁ ସାକ୍ଷାତକାର ପାଇଁ ଡକାଯାଏ। ହେଲେ ବେଙ୍ଗାଲୁରୁର ଏକ କମ୍ପାନୀ ଦେଇଛି ଅଭିନବ ଅଫର୍। ଜଣେ ଭଲ ସଫ୍ଟୱେର ଇଞ୍ଜିନିୟର ଖୋଜୁଛି କମ୍ପାନୀ। ଏହି ପୋଷ୍ଟ ପାଇଁ ବାର୍ଷିକ ୪୦ ଲକ୍ଷ ଟଙ୍କାର ପ୍ୟାକେଜ୍ ବି ଦେବ କମ୍ପାନୀ। ସ୍ମଲେଷ୍ଟ ଏଆଇ କମ୍ପାନିର ପ୍ରତିଷ୍ଠାତା ସୁଦର୍ଶନ କାମଥ ଏହି ଅଫର୍ ଦେଇଛନ୍ତି। ସୁଦର୍ଶନ ତାଙ୍କର ଇନ୍ଦିରାନଗର ଅଫିସ୍‌ ଲାଗି ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଆବଶ୍ୟକତା ନେଇ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ସୂଚନା ଦେଇଛନ୍ତି। 

ସ୍ମଲେଷ୍ଟ ଏଆଇ ଲାଗି ୨ ବର୍ଷ ଅଭିଜ୍ଞତା ଥିବା ଜଣେ ‘କ୍ରାକ୍‌ଡ ଇଞ୍ଜିନିୟର’ ଆବଶ୍ୟକ। ଅଭିଜ୍ଞତା ନଥିଲେ ବି ଚଳିବ। ସବୁଠୁ ବଡ଼ କଥା ହେଲା ଇଚ୍ଛୁକ ପ୍ରାର୍ଥୀଙ୍କୁ ଏଥିଲାଗି ସିଭି ଦାଖଲ କରିବାର କୌଣସି ଆବଶ୍ୟକତା ହିଁ ନାହିଁ। କି ସେ କେଉଁ କଲେଜରେ ପାଠ ପଢ଼ିଛନ୍ତି ତାହା ମଧ୍ୟ କୌଣସି ଗୁରୁତ୍ୱ ରଖେନାହିଁ। ଇଚ୍ଛୁକ ପ୍ରାର୍ଥୀଙ୍କୁ କେବଳ ୧୦୦ ଶବ୍ଦରେ ନିଜ ସଂପର୍କରେ ବର୍ଣ୍ଣନା କରିବାକୁ ପଡି଼ବ। ଏଥିସହ ନିଜର ସର୍ବଶ୍ରେଷ୍ଠ କାମ ନେଇ ଇ-ମେଲ୍‌ ମାଧ୍ୟମରେ ସୂଚନା ଦେବାକୁ ହେବ। ଯୋଗ୍ୟ ପ୍ରାର୍ଥୀ ବାର୍ଷିକ ୪୦ ଲକ୍ଷ ଟଙ୍କାର ପ୍ୟାକେଜ୍‌ ପାଇବା ସହିତ ସପ୍ତାହକୁ ୫ ଦିନ ହିଁ ଅଫିସ୍‌ରେ କାମ କରିବେ। 

ଅତ୍ୟଧିକ ଦକ୍ଷ ଓ ପ୍ରତିଭାବାନ ସଫ୍ଟୱେର ଇଞ୍ଜିନିୟରଙ୍କୁ ‘କ୍ରାକଡ୍‌ ଇଞ୍ଜିନିୟର’ କୁହାଯାଏ । ‘କ୍ରାକ୍‌ଡ ଇଞ୍ଜିନିୟର’ମାନେ ପରିବର୍ତ୍ତନ କିମ୍ବା ନୂତନ ଚିନ୍ତାଧାରାକୁ ଭୟ କରନ୍ତି ନାହିଁ । ସେମାନେ କଂପାନିକୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଉଥିବାବେଳେ ପୂରା ଟିମ୍‌କୁ ବି ଉତ୍ସାହିତ କରିଥାନ୍ତି। ଏଭଳି କ୍ଷେତ୍ରରେ ସୋସିଆଲ ମିଡିଆରେ କାମଥଙ୍କର ପୋଷ୍ଟ ଭାଇରାଲ୍‌ ହେଉଛି। ଏପର୍ଯ୍ୟନ୍ତ ଏହି ପୋଷ୍ଟକୁ ସାଢେ ୩ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି। ସ୍ମଲେଷ୍ଟ ଏଆଇ ଏକ କାଲିଫର୍ଣ୍ଣିଆ ଭିତ୍ତିକ ଏଆଇ କଂପାନି। ଏହା ମଣିଷଙ୍କ ଲାଗି ରିଅଲ ଟାଇମ୍‌ ଏଆଇ ପ୍ରସ୍ତୁତ କରୁଛି।


ଏହି ଖବରଟିକୁ ପଢନ୍ତୁ- Jaunpur: ବିବାହ ପାଇଁ ହିନ୍ଦୁ ଯୁବତୀଙ୍କ ଧରି କୋର୍ଟ ଆସିଥିଲେ ଯୁବକ; ମାଡ ମାରି ବିଦାକଲେ ଓକିଲ