ଫିରିଙ୍ଗିଆ,୧୫/୧ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ କାର୍ଯ୍ୟରତ ଗୋଷ୍ଠି ଶିକ୍ଷା ଅଧିକାରୀ ଆଲୋକ କୁମାର ପ୍ରଧାନଙ୍କ ପ୍ରଚେଷ୍ଟାରେ ଅଧାରୁ ପାଠ ପଢା ଛାଡ଼ିଥିବା ଯୋଗୁଁ ବ୍ଲକର ବିଭିନ୍ନ ଉପାନ୍ତ ଅଂଚଳର ପ୍ରାୟ ୪୦ଜଣ ଛାତ୍ରଛାତ୍ରୀ ପୁଣି ଥରେ ବିଦ୍ୟାଳୟରେ ପାଠ ପଢିବା ପାଇଁ ନାମ ଲେଖାଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଗଣ ଶିକ୍ଷା ବିଭାଗର ନିର୍ଦେଶ ଅନୁସାରେ ବୁଧବାର ଫିରିଙ୍ଗିଆଠାରେ ଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିବା ମେଗା ଚୟନ ଶିବିରରେ ଏହି ବିଦ୍ୟାର୍ଥୀମାନଙ୍କୁ ବ୍ଲକ ଶିକ୍ଷା ବିଭାଗ ତରଫରୁ ଚୟନ କରାଯାଇଥିବା ବେଳେ ଏହି ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟ ପରିସରରେ ଖୋଲା ଯାଉଥିବା ଓଡ଼ିଶା ମୁକ୍ତ ବିଦ୍ୟାଳୟରେ ମାଗଣା ଶିକ୍ଷାଦାନ କରିବେ ।
ସେପଟେ ଏହି ବିଦ୍ୟାର୍ଥୀମାନଙ୍କୁ ଗୋଷ୍ଠି ଶିକ୍ଷା ଅଧିକରୀଙ୍କ ଏକ ବର୍ଷ ଭିତରେ ୨୨୨ଜଣ ପିଲାକୁ ଜଏନ୍ କରିଛନ୍ତି । କିନ୍ତୁ ଗୋଟିଏ ଦିନରେ ୪୦ପିଲା ଜଏନ୍ କରାଯାଇଛି । ଟୋଟାଲ ପିଲା ୨୬୨ଜଣ ପିଲା ନିର୍ଦେଶ କ୍ରମେ ବ୍ଲକରେ କାର୍ଯ୍ୟରତ ସମସ୍ତ ସାଧନ କର୍ମୀମାନଙ୍କ ଜରିଆରେ ବିଦ୍ୟାଳୟକୁ ଅଣାଯାଇଥିଲା I ତେବେ ଏହି ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଇଛା ଥିଲେ ମଧ୍ୟ ବିଭିନ୍ନ ପ୍ରକାର ସମସ୍ୟା ପାଇଁ ଅଧାରୁ ପାଠ ଛାଡ଼ି ଘରେ ରହିଥିଲେ । ପୁଣି ଥରେ ପାଠ ପଢିବା ପାଇଁ ସୁଯୋଗ ମିଳିଥିବାରୁ ବେଶ୍ ଖୁସିବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ ଓ ସ୍ଥାନୀୟ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଧବ୍ୟବାଦ ଜ୍ଞାପନ କରିଛନ୍ତି I