ନୂଆଦିଲ୍ଲୀ : ହ୍ଵାଇଟ୍ ହାଉସ୍ ହିଲଟନ ହୋଟେଲରେ ଆୟୋଜିତ କରେନସ୍ପଣ୍ଡେଟ୍ ଡିନର ବେଳେ ଯାହା ଘଟିଥିଲା, ତାହା ୪୫ ବର୍ଷ ପୂର୍ବର ସ୍ମୃତିକୁ ଜାତା କରି ଦେଇଛି। ସାମ୍ୱାଦିକଙ୍କ ପାଇଁ ଆୟୋଜିତ ଏହି ଡିନରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ଏବଂ ବରିଷ୍ଠ କ୍ୟାବିନେଟ୍ ସଦସ୍ୟମାନେ ଉପସ୍ଥିତ ଥିଲେ। ଠିକ୍ ସେହି ମୁହୂର୍ତ୍ତରେ, ଭେଂକ୍ୱେଟ୍ ବାହାରେ ଜଣେ ୩୧ ବର୍ଷୀୟ ସଶସ୍ତ୍ର ଯୁବକ ଭୋଜି ଗୁଳି ଚଳାଇ ଥିଲେ। ସିକ୍ରେଟ୍ ସର୍ଭିସ୍ ତୁରନ୍ତ ଟ୍ରମ୍ପଙ୍କ ସମେତ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇ ଥିଲେ। ଆକ୍ରମଣକାରୀଙ୍କୁ ଗିରଫ କରାଯାଇ ଥିଲା । ଏହି ହୋଟେଲରେ ଏହା ପ୍ରଥମ ଘଟଣା ନୁହେଁ, ୪୫ ବର୍ଷ ପୂର୍ବେ ଜଣେ ରାଷ୍ଟ୍ରପତିଙ୍କ ସହିତ ଏହିପରି ସମାନ ଘଟଣା ଘଟି ଥିଲା।
ଏହି ହୋଟେଲ୍ ବାହାରେ ରୋନାଲ୍ଡ ରେଗାନଙ୍କ ଉପରେ ମଧ୍ୟ ହୋଇଥିଲା ଆକ୍ରମଣ –
ଆମେରିକୀୟ ଇତିହାସରେ ଅନେକ ରାଷ୍ଟ୍ରପତିଙ୍କୁ ହତ୍ୟା କରାଯାଇଛି। ରୋନାଲ୍ଡ ରେଗାନଙ୍କ ଉପରେ ପ୍ରାଣଘାତୀ ଆକ୍ରମଣ ହୋଇଥିଲା। ୧୯୮୧ ମସିହାରେ ସେ ଯେତେବେଳେ ୱାଶିଂଟନ ହିଲଟନରୁ ବାହାରକୁ ଆସୁଥିଲେ, ଜଣେ ବ୍ୟକ୍ତି ତାଙ୍କ ଉପରେ ଗୁଳି ଚଳାଇ ଥିଲା। ତାଙ୍କ ଛାତିରେ ଏକ ଗୁଳି ବାଜିଥିଲା । ସେ କିଛି ଦିନ ପାଇଁ ଡାକ୍ତରଖାନାରେ ରହି ଥିଲେ, ଏବଂ ତାଙ୍କ ଜୀବନ ରକ୍ଷା ହୋଇଥିଲା। FBIର ଆର୍କାଇଭ ମୁତାବିକ , ଆକ୍ରମଣକାରୀ ଜନ୍ ହିଙ୍କଲି ଜୁନିଅର ତାଙ୍କ ଉପରେ ଛଅଟି ଗୁଳି ଚଳାଇ ଥିଲେ।
ତାଙ୍କୁ ହୋଟେଲରୁ ଏଲିଭେଟର ମାଧ୍ୟମରେ ସିଧାସଳଖ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଇ ଥିଲା। ଏହି ଆକ୍ରମଣରେ ତାଙ୍କ ସହିତ ଥିବା ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ ମଧ୍ୟ ଆହତ ହୋଇ ଥିଲେ। ୪୫ ବର୍ଷ ପରେ ସେହି ହିଲଟନ୍ ହୋଟେଲରେ ସମାନ ଘଟଣା ଦେଖିବାକୁ ମିଳିଲା। ହେଲେ ,ଏଥର କେହି ଆହତ ହୋଇ ନଥିଲେ। ଆକ୍ରମଣକାରୀକୁ ମାଗ୍ରେଟୋମିଟର ସ୍କାନିଂ ସମୟରେ ବାଂକ୍ୱେଟ୍ ହଲ୍ ଭିତରକୁ ପ୍ରବେଶ କରିବାକୁ ବାରଣ କରାଯାଇଥିଲା ଏବଂ ସେଠାରେ ସେ ଗୁଳି ଚଳାଇ ଥିଲେ ।
ୱାଶିଂଟନ ହୋଟେଲର ସୁରକ୍ଷା କଡ଼ାକଡ଼ି ରହିଥାଏ। ସାଧାରଣତଃ ଏଠାକୁ ସାଧାରଣ ଅତିଥିମାନେମଧ୍ୟ ଆସନ୍ତି , କିନ୍ତୁ ବାଲରୁମ୍ରେ ସରକାରୀ କାର୍ଯ୍ୟକ୍ରମ ଗୁଡ଼ିକର ଆୟୋଜନ ହୋଇଥାଏ। ଏଥିରେ ଏହାର ସ୍ୱତନ୍ତ୍ର ସୁରକ୍ଷା ଆବଶ୍ୟକ ହୋଇଥାଏ। ଡିନରର କାର୍ଯ୍ୟକ୍ରମ ଯୋଗୁଁ ଏହି ହୋଟେଲକୁ ସାଧାରଣ ଲୋକଙ୍କ ପାଇଁ ଅପରାହ୍ନ ୨ଟାରୁ ରାତି ୮ଟା ଯାଏ ବନ୍ଦ କରି ଦିଆଯାଇ ଥିଲା। ବାଲରୁମ୍ରେ ସେହି ସମୟରେ ୨୩୦୦ ଗେଷ୍ଟ (ଅତିଥି) ଉପସ୍ଥିତ ଥିଲେ । ସମସ୍ତ ଅତିଥିଙ୍କୁ ମଧ୍ୟ ଅନେକ ପର୍ଯ୍ୟାୟର ସୁରକ୍ଷାକୁ ଅତିକ୍ରମ କରି ତି ଯିବାକୁ ପଡିଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ ଉଦ୍ଧୃତି ଦେଇ ବିବିସି ରିପୋର୍ଟ କରିଛି ଯେ, ଗୁଳିକାଣ୍ଡ ଯୋଗୁଁ ପରିସ୍ଥିତି ବହୁତ ଉତ୍ତେଜନାପୂର୍ଣ୍ଣ ହୋଇ ଯାଇ ଥିଲା, କିନ୍ତୁ କୌଣସି ବି ବିଶେଷ ଅତିଥିଙ୍କ ଆହତ ହୋଇଥିବା ରିପୋର୍ଟ ହୋଇନାହିଁ । ଆକ୍ରମଣ ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ତଦନ୍ତାଧୀନ ଅଛି। ଅଧିକାରୀମାନେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି ଏବଂ ଫରେନସିକ୍ ଟିମ୍ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଛନ୍ତି ।
ହ୍ଵାଇଟ୍ ହାଉସ୍ ନିଶ୍ଚିତ କରିଛି ଯେ ପରିସ୍ଥିତି ଏବେ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ଆଇନ ପ୍ରବର୍ତ୍ତନ ସୂତ୍ର ଅନୁଯାୟୀ, ସନ୍ଦିଗ୍ଧ ଆକ୍ରମଣକାରୀକୁ କୋଲ୍ ଟୋମାସ ଆଲେନ୍ ଭାବରେ ଚିହ୍ନଟ କରାଯାଇଛି। ତାଙ୍କ ବୟସ ୩୧ ବର୍ଷ। ସେ କାଲିଫର୍ଣ୍ଣିଆର ଟୋରାନ୍ସର ବାସିନ୍ଦା। ତାଙ୍କ ଠାରୁ ଏକ ଶଟଗନ୍, ଏକ ହ୍ୟାଣ୍ଡଗନ ଓ ଏବଂ ଅନେକ ଛୁରୀ ଜବତ ହୋଇଛି। ପ୍ରାଥମିକ ତଦନ୍ତ ଅନୁଯାୟୀ, ଆକ୍ରମଣକାରୀ ସେହି ହୋଟେଲରେ ରହୁ ଥିଲେ, ଯେଉଁଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାରଣରୁ ସେ ବାହ୍ୟ ସୁରକ୍ଷା ବଳୟ ଅତିକ୍ରମ କରିବାରେ ସକ୍ଷମ ହୋଇଥିଲେ। ଅନ୍ୟପଟେ ରାଷ୍ଟ୍ରପତି ଟ୍ରମ୍ପ୍ ସିକ୍ରେଟ୍ ସର୍ଭିସର ସାହସିକତାକୁ ପ୍ରଶଂସା କରିଛନ୍ତି।
ଆହୁରି ମଧ୍ୟ ପଢନ୍ତୁ : କମ୍ପ୍ୟୁଟର ସାଇନ୍ସରେ ମାଷ୍ଟର ଡିଗ୍ରୀ, ଇଞ୍ଜିନିୟର ଓ ଭିଡିଓ ଗେମ୍ ଡେଭଲପର... ୱାଶିଂଟନ ଫାୟାରିଂର ସୁଟ୍ର ବିଷୟରେ ଜାଣନ୍ତୁ ପୁରା କଥା