ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ରାଜ୍ୟରେ ଗଠିତ ହେଲା ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ

Published By : Anindita Ratha | April 25, 2025 12:38 PM

ଭୁବନେଶ୍ବର,୨୫/୦୪: ରାଜ୍ୟରେ ଗଠିତ ହେଲା ୪୬ଟି ନୂଆ ସିଭିଲ୍ ଜଜ୍ କୋର୍ଟ । ଏହି କୋର୍ଟ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ସିମୁଳିଆ, ସୋରୋ, ବାହାନଗା ଓ ଜଳେଶ୍ୱର, ସମ୍ୱଲପୁର ଜିଲ୍ଲାର ରେଙ୍ଗାଲି, ବାମରା, କୁଚିଣ୍ଡା ଓ ଜମନକିରା, ରାୟଗଡ଼ା ଜିଲ୍ଲାର ରାୟଗଡା, ପୁରୀ ଜିଲ୍ଲାର ସତ୍ୟବାଦୀ, କେନ୍ଦୁଝର ଜିଲ୍ଲାର ସହରପଡ଼ା ଓ ହରିଚନ୍ଦନପୁର, ମୟୁରଭଞ୍ଜ ଜିଲ୍ଲାର ବହଳଦା, ରାରୁଆଁ, ବିଶୋଇ ଓ ବାରିପଦା, ଜଗତସିଂହପୁର ଜିଲ୍ଲାର ବାଲିକୁଦା ଓ ନୂଆଗାଁ, ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା, କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା, ସୋନପୁର ଜିଲ୍ଲାର ଉଲୁଣ୍ଡା, ବରଗଡ଼ ଜିଲ୍ଲାର ଭଟଲିରେ ରହିଛି। 

ଏହା ମଧ୍ୟ ପଢନ୍ତୁ- ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ

ସେହିପରି ଝାରସୁଗୁଡ଼ା ଜିଲ୍ଲାର କୋଲାବିରା, ଖୋର୍ଦ୍ଧା ଜିଲ୍ଲାର ବାଣପୁର, କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଯାଜପୁର ଜିଲ୍ଲାର ରସୁଲପୁର, କୋରେଇ ଓ ଧର୍ମଶାଳା, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ, କନ୍ଧମାଳ ଜିଲ୍ଲାର ଟିକାବାଲି, କେ ନୂଆଗାଁ ଓ ଖଜୁରିଆପଡ଼ା, ଭଦ୍ରକ ଜିଲ୍ଲାର ତିହିଡ଼ି, ମାଲକାନଗିରି ଜିଲ୍ଲାର ଖଇରପୁଟ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଏବଂ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ଧରାକୋଟ ଓ ଗଞ୍ଜାମ ଆଦି ଅଞ୍ଚଳରେ ଏହି ନୂଆ ସିଭିଲ୍ ଜଜ୍ କୋର୍ଟ  ରହିଛି। ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟ ଗୁଡିକ ଗଠନ କରିଛନ୍ତି। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।  ତେବେ ପୂର୍ବରୁ ୩ଟି କୋର୍ଟ ଗଠନ ହୋଇଥିବା ନେଇ ସୂଚନା ରହିଥିଲା । ଯାହା ଏହି ୪୬ ଟି ନୂଆ ସିଭିଲ୍ ଜଜ୍ କୋର୍ଟରେ ଅନ୍ତର୍ଭୁକ୍ତ । 


    

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.