ଭୁବନେଶ୍ବର,୬/୯ : ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶର ଅନୁପାଳନ ତଥା ତୁରନ୍ତ ଚାକିର ସର୍ତ୍ତାବଳୀ ଓ ପେନସନ ପ୍ରଦାନ ଦାବି କଲା ୪୮୮ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ । ସଂଘର ରାଜ୍ୟସଭାପତି ମାନସ ପୁରୋହିତଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଜିଲ୍ଲାର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ, ସଦସ୍ୟା ଯୋଗଦାନ କରି ସଂଘର ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଛନ୍ତି ।
ଦୀର୍ଘ ୭ ଦଶନ୍ଧିରେ ଓଡ଼ିଶାର ୪୮୮ବର୍ଗ ଅନୁଦାନପ୍ରାପ୍ତ ପୁରାତନ ଏବଂ ସର୍ବ ପୁରାତନ ମହାବିଦ୍ୟାଳୟ ଗୁଡ଼ିକ ଯୁକ୍ତ ଦୁଇ, ଯୁକ୍ତ ତିନି ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀମାନଙ୍କୁ ନିରନ୍ତର ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଆସୁଛନ୍ତି । ସରକାର ତୁରନ୍ତ ଦାବି ପୂରଣ ନ କଲେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ୪୮୮ ବର୍ଗ କଲେଜ ସଙ୍ଘ।