ମେଳାରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ, ୫ ଜୁଆଡ଼ି ଗିରଫ

ଭୋଗରାଇ, ୨୮/୧୧ : ମେଳାରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ନିମାତପୁର ହାଟରେ ଅନୁଷ୍ଠିତ ମେଳା ପାର୍ଶ୍ଵରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଲକ୍ଷ୍ମୀପାଟଣା ଫାଣ୍ଡି ଓ ଭୋଗରାଇ ଥାନା ପୋଲିସ ମିଳିତ ଭାବେ ଚଢାଉ କରିଛି। ଚଢାଉ ବେଳେ ନଗଦ ୨୪ ହଜାର ୩୯୫ ଟଙ୍କା ଜବତ ହୋଇଛି। ଏହା ସହ ୫ ଜଣଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ, ନିମାତପୁର ହାଟରେ ଅନୁଷ୍ଠିତ ମେଳା ପାର୍ଶ୍ଵରେ ଜମିଥିଲା ଜୁଆ ଆଡ୍ଡାର ଆସର। ଏହି ସମୟରେ ଖବର ପାଇ ଲକ୍ଷ୍ମୀପାଟଣା ଫାଣ୍ଡି ଓ ଭୋଗରାଇ ଥାନା ପୋଲିସ ମିଳିତ ଭାବେ ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଜୁଆ ଟେବୁଲରୁ ନଗଦ ୨୪ ହଜାର ୩୯୫ ଟଙ୍କା ଜବତ ହୋଇଛି। ଏହା ସହ ୫ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ଏନେଇ ଭୋଗରାଇ ଥାନା କେସ ନଂ ୨୧୫/୨୨ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।