ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ବେଆଇନ ଟଙ୍କା ଆଦାୟବେଳେ ଏଆରଟିଓ ଏବଂ ଜୁନିୟର ଏମଭିଆଈଙ୍କ ସମେତ ୫ଗିରଫ

Published By : Gurupada Nath | November 26, 2024 8:16 PM

ବ୍ରହ୍ମପୁର,୨୬/୧୧ : ଗୋଳନ୍ଥରା ଥାନା ଗିରିଶୋଳା ଜାତୀୟ ରାଜପଥ ୧୬ରେ ବେଆଇନ ଟଙ୍କା ଆଦାୟ ଘଟଣାରେ ଏଆର୍.ଟି.ଓ, ଜୁନିୟର ଏମଭିଆଇ ସମେତ ୩ଜଣ ଏଜେଣ୍ଟ ଗିରଫ । ୫ଜଣଙ୍କୁ ଗିରଫ କରିଲା ଗୋଳନ୍ଥରା ପୋଲିସ ।  ତିନି ଜଣ ଏଜେଣ୍ଟ ପିଣ୍ଟୁ ସାହୁ, ରବୀନ୍ଦ୍ର ସାହୁ, ବିଜୟ କୁମାରଙ୍କ ସମେତ ଏଆରଟିଓ ଏସ.ଭେଙ୍କେଟସ, ଜୁନିୟର ଏମ.ଭି.ଆଇ ରତିକାନ୍ତ ନାହାକ ପ୍ରମୁଖ ୫ଜଣ ଗିରଫ ହୋଇଥିବାନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ଟି. ଆଇ ଏନକେ ଚିନାରା । 

ଜନୈକ କର୍ମଚାରୀ ଏହି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି । ଗୋଳନ୍ଥରା ଥାନା ଅନ୍ତର୍ଗତ ଭାଲିଆଗଡଠାରୁ ସୋରୋଳ ମଧ୍ୟରେ ଜାତୀୟ ରାଜପଥ ୧୬ରେ ଭାରିଯାନ ଅଟକାଇ ଆଦାୟ ହେଉଥିଲା ବେଆଇନ ଜରିମାନା। ଗିରଫ ୫ଜଣ ଏକ ହ୍ବାଟ୍ସଅପ ଗ୍ରୁପ କରି ଜରିମାନା ଆଦାୟ ସହ ଗାଡ଼ି ଗୁଡ଼ିକୁ ଅଟକାଉଥିଲେ।

ପ୍ରଥମେ ଘଟଣାସ୍ଥଳରୁ ଜୁନିୟର ଏମଭିଆଇ ସମେତ ୩ଜଣ ଦଲାଲ ଧରାପଡ଼ିଥିଲେ । ପରେ ସେମାନଙ୍କୁ ପଚରାଉଚରାବେଳେ ଓ ମୋବାଇଲ ଯାଞ୍ଚ କରିବାରୁ ଏକ ଏଥିରେ ଏଆରଟିଓ ସଂପୃକ୍ତ ଥିବା ଜଣାପଡ଼ିଥିଲା । ଗଞ୍ଜାମ ଅତିରିକ୍ତ ଆଞ୍ଚଳିକ ପରିବହନ (ARTO) ଅଧିକାରୀଙ୍କ ଘରେ ଗୋଳନ୍ଥରା ପୋଲିସର ତଦନ୍ତ କରିଥିଲେ । ଆଜି ସକାଳୁ ଛତ୍ରପୁର ଚଣ୍ଡୀ ଛକସ୍ଥିତ ନିଜ ବାସ ଭବନଠାରେ ଚଢ଼ଉ କରି ୮୨ହଜାର ୫୦୦ଟଙ୍କା ଜବତ କରିଥିଲା ଗୋଳନ୍ଥରା ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.