ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

ମଙ୍ଗଳପୁର ପୁଲିସକୁ ବଡ଼ ସଫଳତା; ୫ ଡକାୟତ ଗିରଫ

Published By : Swapna Ray | July 18, 2025 1:01 PM

ମଙ୍ଗଳପୁର, ୪/୫: ଚୋରିଙ୍କୁ ବାନ୍ଧିଲା ଯାଜପୁର ଜିଲ୍ଲା ମଙ୍ଗଳପୁର ପୁଲିସ । ଦୁଇଟି ଘରୁ ଚୋରି କରିଥିବା ୫ଜଣ ଡକାୟତ ଗିରଫ ହୋଇଛନ୍ତି । ସମସ୍ତଙ୍କୁ ପଚରାଉଚରା କରୁଛି ପୁଲିସ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅହିଆସ ଓ ମଲ୍ଲିକାପୁର ଅଞ୍ଚଳରେ ୨ଟି ଘରୁ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଲୁଟ୍ କରିଥିଲେ । ଘରୁ ଏଲ୍ଇଡି ଟିଭି ସହ ପିତ୍ତଳ ବାସନକୁସନ ନେଇଯାଇଥିଲେ । ଏନେଇ ଅଭିଯୋଗ ୫ଜଣ ଡକାୟତଙ୍କୁ ଗିରଫ କରିଛି ମଙ୍ଗଳପୁର ପୁଲିସ ।  

ଏହି ୫ ଅଭିଯୁକ୍ତ ଅହିଆସର ଆକାଶ ସେଠୀ ଓ ସମ୍ଭୁନାଥ ଦାସ, ମଲ୍ଲିକାପୁରର ଲିକୁ ଜେନା ଓ ସୁଜିତ୍ ଜେନା ଓ ଭଦ୍ରକ ଜିଲ୍ଲାର ଭାସ୍କର ଅଲି ବୋଲି ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ । ଏହି ସାମ୍ବାଦିକ ସମ୍ମିଳନୀରେ ମଙ୍ଗଳପୁର ଥାନା ଅଧିକାରୀ ଜଗଦୀଶ କର, ଏସ୍‌ଆଇ ବିଭୁତି ଭୂଷଣ ମହାପାତ୍ର ଉପସ୍ଥିତ ଥିଲେ । ଏହି ଚୋରିରେ ସମ୍ପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଯାଜପୁର ଏସଡିପିଓ ପ୍ରଶାନ୍ତ କୁମାର ମାଝୀ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.