PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ପେଟ୍ରୋଲିଂ ବେଳେ ୫ ଡକାୟତଙ୍କୁ ଧରିଲା କମିଶନରେଟ୍ ପୋଲିସ, ୨ ବାଇକ୍ ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର ୨୮/୦୧: ଡକାୟତି ଯୋଜନା ହେଲା ପଣ୍ଡ । ଖଣ୍ଡଗିରି ମେଳା ପୂର୍ବରୁ ୫ ଡକାୟତଙ୍କୁ ଗିରଫ କଲା କମିଶନରେଟ ପୋଲିସ। ଡକାୟତଙ୍କ ନିକଟରୁ ବାଇକ, ଖଣ୍ଡା ଓ ଚୋରା ମୋବାଇଲ ସହ ଲଙ୍କାଗୁଣ୍ଡ ଜବତ ହୋଇଛି । ଏନେଇ ଭୁବନେଶ୍ୱର ଡିସିପି ପ୍ରତିକ ସିଂହ ସୂଚନା ଦେଇଛନ୍ତି।

ସୂଚନା ମୁତାବକ, ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଡକାୟତଙ୍କୁ ଗିରଫ କଲା ଖଣ୍ଡଗିରି ପୋଲିସ । ମାରଣାସ୍ତ୍ର ସହ ୫ ପେସାଦାର ଅପରାଧୀ ଗିରଫ ହୋଇଛନ୍ତି। ଅଭିଯୁକ୍ତଙ୍କ ମଧ୍ୟରେ ଦେବଜ୍ୟୋତି ନାୟକ, ଅମିତ କୁମାର ନାୟକ, ରଞ୍ଜନ କୁମାର ନାୟକ, ରାଜା ନାୟକ, ସେକ ସତର ରହିଛନ୍ତି। ତାଙ୍କ ଠାରୁ ଖଣ୍ଡା ମୋବାଇଲ ସହ ଦୁଇ ବାଇକ ଜବତ ହୋଇଛି। ଏଥି ସହିତ ଲଙ୍କା ଗୁଣ୍ଡ, ମଦ ବୋତଲ ସହ ଚୋରି ମୋବାଇଲ ଜବତ ହୋଇଛି। ଆଗକୁ ଖଣ୍ଡଗିରି ମେଳା ଥିବାରୁ ଅନ୍ୟ ପେସାଦାର ଅପରାଧୀଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥିସହିତ ବିଳମ୍ବିତ ରାତ୍ରି ଯାଇ ଯାତ୍ରା ପରିବେଶ ହେବାକୁ ଥିବାରୁ ରାତି ସମୟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ସହ ପେଟ୍ରେଲିଂ କରାଯାଉଛି।