ନୂଆଦିଲ୍ଲୀ,୧୪/୯ : ୨୦୨୫ଏସିଆ କପରେ ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ରହିଛି । ଦୁଇ ଟିମ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳିବେ । ଉଭୟ ଟିମରେ କେତେକ ଏଭଳି ଖେଳାଳୀ ଅଛନ୍ତି ଯେଉଁମାନେ ପ୍ରଥମ ଥର ଭାରତ- ପାକ୍ ମ୍ୟାଚର ଭାଗିଦାରୀ ହେବେ । ତଥା ଭାରତର କେତେକ ଖେଳାଳୀ ପ୍ରଥମ ଥର ପାକିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେ ତ ପାକିସ୍ତାନର କେତେକ ଖେଳାଳୀ ଭାରତ ବିପକ୍ଷରେ ପ୍ରଥମ ଥର ମ୍ୟାଚ୍ ଖେଳିବେ । ଏହି ମ୍ୟାଚରେ ଏଭଳି ଦେଖିବାକୁ ଗଲେ ୨୨ଖେଳାଳୀ ମୈଦାନରେ ରହିବେ । କିନ୍ତୁ ସେଥିରୁ ୫ଏଭଳି ଖେଳାଳୀ ଅଛନ୍ତି ଯେଉଁମାନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ ।
ସୂର୍ଯ୍ୟକୁମାର ଯାଦବ
ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି-୨୦ର ସ୍ପେଶାଲିଷ୍ଟ ବ୍ୟାଟର ଅଟନ୍ତି । ସେ ମୈଦାନରେ ଚାରିଆଡ଼େ ଦ୍ରୁତଗତିରେ ରନ୍ କରିବା ଲାଗି ଜଣାଯାଇଥାନ୍ତି । ସୂର୍ଯ୍ୟଙ୍କୁ ଆଧୁନିକ ସମୟର ୩୬୦ଡିଗ୍ରୀ ବ୍ୟାଟର ବି କୁହାଯାଇଥାଏ । ସୂର୍ଯ୍ୟକୁମାର ନିଜ ଦ୍ରୁତ ବ୍ୟାଟିଂରେ କୌଣସି ବି ବୋଲର ଆଟାକକୁ ରୋକି ପାରିବେ ।
ସ୍ୟାମ ଅୟୁବ
ପାକିସ୍ତାନର ଯୁବ ଖେଳାଳୀ ଓପନର ସ୍ୟାମ ଅୟୁବ ଜଣେ ଅଲରାଉଣ୍ଡର ଖେଳାଳୀ ଅଟନ୍ତି । ଅୟୁବ ପ୍ରାୟତଃ ନିଜର ନୋ ଲୁକ ସର୍ଟ୍ସ ଲାଗି ଜଣାଶୁଣା ଅଟନ୍ତି । କିନ୍ତୁ ସେ ତୁଫାନୀ ବ୍ୟାଟିଂ ସହ ଭଲ ସ୍ପିନ ବୋଲିଂ ବି କରିପାରନ୍ତି ।ସ୍ୟାମ ପ୍ରଥମ ଥର ଭାରତ ବିପକ୍ଷରେ ଖେଳିବାକୁ ଓହ୍ଲାଇବେ । ଏଭଳି ସ୍ଥଳେ ସେ ନିଜକୁ ସାବ୍ୟସ୍ତ କରିବାକୁ ଚାହିଁବେ । ସେହିଭଳି ଟିମକୁ ବି ତାଙ୍କଠାରୁ ଦମଦାର ପ୍ରଦର୍ଶନର ଆଶା ରହିବ ।
କୂଲଦୀପ ଯାଦବ
ଚାଇନାମ୍ୟାନ ସ୍ପିନର କୂଲଦୀପ ଯାଦବ ଏହି ମ୍ୟାଚରେ ଭାରତର ଗେମ୍ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି । କୂଲଦୀପ ଏସିଆ କପର ପ୍ରଥମ ମ୍ୟାଚରେ ୟୁଏଇ ବିପକ୍ଷରେ କେବଳ ୭ରନ୍ ଦେଇ ୪ଓ୍ବିକେଟ ନେଇଥିଲେ । କୂଲଦୀପ ପାକିସ୍ତାନ ବିପକ୍ଷରେ ବି ଭାରତ ଲାଗି ମ୍ୟାଚ୍ ଓ୍ବିନର ସାବ୍ୟସ୍ତ ହୋଇପାରନ୍ତି ।
ସୁଫିୟାନ ମୁକିମ
ସୁଫିୟାନ ମୁକିମ ବି ଚାଇନାମ୍ୟାନ ସ୍ପିନର ଅଟନ୍ତି । ସେ ଭାରତ ବିପକ୍ଷ ଅନ୍ତର୍ଜାତୀୟ କ୍ରିକେଟରେ ପ୍ରଥମ ଥର ଓହ୍ଲାଇବେ । ଇମର୍ଜିଂ ଏସିଆ କପରେ ସୁଫିୟାନ ଭାରତୀୟ ବ୍ୟାଟରଙ୍କୁ ବହୁ ଅସୁବିଧାରେ ପକାଇଥିଲେ। ସେ ସେତେବେଳେ ଅଭିଷେକ ଶର୍ମାଙ୍କୁ ଆଉଟ କରି ‘ବିବାଦିତ’ସ୍ୟାଣ୍ଡ ଅଫ ବି କରିଥିଲେ । ସୁଫିୟାନଙ୍କ ଉପରେ ଆଜି ପୂରା ପାକିସ୍ତାନର ନଜର ରହିଛି ।
ଅଭିଷେକ ଶର୍ମା
ଟି-୨୦ ଅନ୍ତର୍ଜାତୀୟରେ ବିଶ୍ବର ନମ୍ବର-୧ ବ୍ୟାଟର ଅଭିଷେକ ଶର୍ମା ମ୍ୟାଚର ପ୍ରଥମ ବଲରେ ବଡ଼ ସଟ୍ସ ଖେଳିବା ଲାଗି ଜଣାଶୁଣା ଅଟନ୍ତି । ଅଭିଷେକ ବିଶ୍ବର କୌଣସି ବି ବୋଲରଙ୍କ କ୍ଷମତାକୁ ଚୁରମାର କରିବାର କୌଶଳ ରଖିଥାନ୍ତି । ପାକିସ୍ତାନୀ ବୋଲରଙ୍କ ମଧ୍ୟରେ ଅଭିଷେକଙ୍କ ଭୟ ରହିବା ଅବଶ୍ୟମ୍ଭାବୀ ଅଟେ । ସେ ଭାରତକୁ ଏକାକୀ ମ୍ୟାଚ୍ ଜିତାଇପାରନ୍ତି ।