ଜୁଆ ଆଡ୍ଡାରେ ଚଢ଼ାଉ,୫ ଜୁଆଡି ଗିରଫ

ଭୋଗରାଇ,୨୭/୧୧,(ଆ.ପ୍ର.) ଲଷ୍ମୀପାଟଣା ଫାଣ୍ଡି ଓ ଭୋଗରାଇ ଥାନା ପୁଲିସ ମିଳିତ ଭାବେ ଭୋଗରାଇ ବ୍ଲକର ନିମାତପୁର ହାଟ ଠାରେ ଅନୁଷ୍ଠିତ ମେଳା ପାର୍ଶ୍ଵରେ ଚାଲିଥିବା ଜୁଆ ଆଡ୍ଡା ଉପରେ ସଦଳବଳେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଜୁଆ ଟେବୁଲରୁ ନଗଦ ୨୪ ହଜାର ୩୯୫ ଟଙ୍କା ଜବତ କରିବା ସହିତ ଉଭୟ ଜୁଆ ଖେଳ ପରିଚାଳନା ଏବଂ ଖେଳୁଥିବା ୫ ଜଣଙ୍କୁ ସେଠାରୁ ଉଠାଇ ଆଣିଥିବା ଜଣାପଡ଼ିଛି। ଏନେଇ ଭୋଗରାଇ ଥାନା କେସ ନଂ ୨୧୫/୨୨ ରେ ଏକ ମାମଲା ରୁଜୁ କରି ୫ ଜଣ ଅଭିଯୁକ୍ତ ଜୁଆଡିଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ସୂତ୍ରରୁ ସୂଚନା ମିଳିଛି।