ପ୍ରମୁଖ ଖବର
  • ଭୁବନେଶ୍ୱର : ବିଜେଡି ଛାଡ଼ିଲେ ଦେବାଶିଷ ନାୟକ । ପୂର୍ବତନ ବରୀ-ଡେରାବିସ୍ ବିଧାୟକ
  • ||
  • ୩୪ ନୂଆ ଏନ୍‌ଏସି ଘୋଷଣାରେ ଲୋଇସିଂହା ବାଦ୍, ୧୨ ଘଣ୍ଟିଆ ବନ୍ଦ ଡାକରା
  • ||
  • ମାଲକାନଗିିରି: ଛତିଶଗଡ଼ କାଙ୍କେରରେ ଏନ୍‌କାଉଣ୍ଟର, ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ
  • ||
  • ବାଲିପାଟଣା ଥାନା ଭିତରେ ଯୁବକଙ୍କୁ ଛେଚିଲେ, ୨ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
  • ||
  • ଚିଲିକା ମଝିରେ ଫସିଲା ଯାତ୍ରୀବାହୀ ଡଙ୍ଗା, ୧୦ ବାଇକ ସହ ୩୦ ଯାତ୍ରୀ ଫସିଲେ
  • ||
  • ଯୁକ୍ତ ୨ ପରୀକ୍ଷା ପଦାର୍ଥ ବିଜ୍ଞାନ ପ୍ରଶ୍ନପତ୍ରରେ ତ୍ରୁଟି: ୭୦ ମାର୍କର ପରୀକ୍ଷାରେ ୨୭ ମାର୍କର ସିଲାବସ୍‌ ବାହାର ପ୍ରଶ୍ନ
  • ||
  • ଡବ୍ଲ୍ୟୁପିଏଲ୍‌- ୨୦୨୪: ରୋମାଞ୍ଚକ ମୁକାବିଲା, ୟୁପି ୱାରିୟର୍ସଠୁ ୨ରନ୍‌ରେ ଜିତିଲା ରୟାଲ୍‌ ଚ୍ୟାଲେଞ୍ଜର୍ସ
  • ||
  • ‘ଦିଲ୍ଲୀ ଚଲୋ’ ସ୍ଥଗିତ ରହିବା ପରେ ଖୋଲିଲା ଦିଲ୍ଲୀ-ହରିଆଣା ସୀମା, ଶମ୍ଭୁ ସୀମାରେ ଚାଷୀଙ୍କ କ୍ୟାଣ୍ଡେଲ୍‌ ଶୋଭାଯାତ୍ରା
  • ||
  • ବାଙ୍ଖିଡି ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଗଛରେ ପିଟି ହୋଇ ବାଇକ୍ ଚାଳକ ମୃତ
  • ||
  • ବର୍ଷିଲା ପରେ ଖସିଲା ତାତି: ୨୭ ଯାଏ ବର୍ଷା ସମ୍ଭାବନା, ୧୦ରୁ ଅଧିକ ଜିଲ୍ଲାରେ ପାଗ କୋହଲା
  • ||
  • ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ: ଆଜି ‘ସୁଦର୍ଶନ ସେତୁ’ ଲୋକାର୍ପଣ, ସୌରାଷ୍ଟ୍ରକୁ ଦେବେ ୫୨,୨୫୦ କୋଟିର ପ୍ରକଳ୍ପ ଭେଟି
  • ||

ଦିନିକିଆ ବିଶ୍ବକପରେ ଭାରତ ପାଇଁ ଗେମ୍‌ ଚେଞ୍ଜର ହେବେ ଏହି ୫ ଖେଳାଳି, କାହାକୁ ମିଳିବ ସୁଯୋଗ?

ନୂଆଦିଲ୍ଲୀ ୦୧/ ୧୨: ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ପରାଜୟ ପରେ ବାଂଲାଦେଶ ଗସ୍ତ କରିବାକୁ ପ୍ରସ୍ତୁତ ହେଉଛି ଟିମ୍‌ ଇଣ୍ଡିଆ। ଡିସେମ୍ବର ୪ରୁ ବାଂଲା ବିପକ୍ଷରେ ଦିନିକିଆ ସିରିଜ ଖେଳିବ ଭାରତ । ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ ବିଶ୍ବକପ ପୂର୍ବରୁ ବାଂଲାଦେଶ ବିପକ୍ଷ ସିରିଜ କାଉଣ୍ଟଡାଉନ ବୋଲି କୁହାଯାଉଛି । କାରଣ ଏହି ସିରିଜରେ ଭାରତର ସମସ୍ତ ବରିଷ୍ଠ କ୍ରିକେଟର ଖେଳିବେ । ରୋହିତ ଶର୍ମା, ବିରାଟ କୋହଲି ଲୋକେସ ରାହୁଲଙ୍କ ଭଳି ଭେଟେରାନ୍‌ଙ୍କୁ ଦେଖିବାକୁ ମିଳିବ ।

ଏମାନଙ୍କ ବ୍ୟତିତ ଆଉ କିଛି ଉଦୀୟମାନ ଖେଳାଳି ଉଭା ହୋଇଛନ୍ତି ଯେଉଁମାନେ କି ଆସନ୍ତା ବିଶ୍ବକପରେ ସୁଯୋଗ ପାଇପାରନ୍ତି । ଟିମ୍‌ ଇଣ୍ଡିଆ ପାଇଁ ଗେମ୍‌ ଚେଞ୍ଜର ବି ହୋଇପାରନ୍ତି । ଏଭଳି ୫ ଜଣ କ୍ରିକେଟରଙ୍କୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା ।

ସୂର୍ଯ୍ୟକୁମାର ଯାଦବ: ଟ୍ବେଣ୍ଟି ଟ୍ବେଣ୍ଟି ଫର୍ମାଟରେ ନିଜକୁ ପ୍ରମାଣିତ କରିସାରିଛନ୍ତି ହାର୍ଡହିଟର୍‌ ସୂର୍ଯ୍ୟକୁମାର ଯାଦବ । ନିଆରା ବ୍ୟାଟିଂ ଶୈଳୀ ଏବଂ ବିସ୍ଫୋରକ ସଟ୍‌ ଖେଳିବାରେ ମାହିର ସୂର୍ଯ୍ୟ ସମ୍ପ୍ରତି ବିଶ୍ବର ନମ୍ବର୍‌ ଓ୍ବାନ୍‌ ଟି-୨୦ ବ୍ୟାଟର୍‌ । ଖୁବ କମ ଦିନରେ ଅନେକ ଭେଟେରାନ୍‌ଙ୍କୁ ପଛରେ ପକାଇସାରିଛନ୍ତି ସୂର୍ଯ୍ୟ । କିନ୍ତୁ ଅଧିକ ଦିନିକିଆ ମ୍ୟାଚ୍‌ ଖେଳିନଥିବାରୁ ନିଜକୁ ପ୍ରମାଣିତ କରିପାରିନାହାନ୍ତି ସ୍କାଏ । ତେଣୁ ସେ ଆସନ୍ତା ଦିନିକିଆ ବିଶ୍ବକପରେ ଦଳ ପାଇଁ ଗେମ୍‌ ଚେଞ୍ଜର ହୋଇପାରନ୍ତି ।

ଉମ୍ରାନ ମଲିକ: ଜାମ୍ମୁ ଏକ୍ସପ୍ରେସ୍‌ ନାଁରେ ଜଣାଶୁଣା ଉମ୍ରାନ ମଲିକ ନିଜ ବୋଲିଂ ଗତିରେ ସମସ୍ତଙ୍କୁ ପ୍ରଭାବିତ କରିସାରିଛନ୍ତି । ଲଗାତାର ଭାବେ ୧୪୫ କିମି ବେଗରେ ବୋଲିଂ କରୁଥିବା ଉମ୍ରାନ ମଲିକ ଉଭୟ ଦିନିକିଆ ଏବଂ ଟି-୨୦ରେ ଭାରତ ପାଇଁ ଡେବ୍ୟୁ କରିସାରିଛନ୍ତି । କିନ୍ତୁ ତାଙ୍କୁ ଲଗାତାର ଭାବେ ସୁଯୋଗ ମିଳୁନାହିଁ । ବିଶ୍ବକପ ପୂର୍ବରୁ କିଛି ସିରିଜରେ ତାଙ୍କୁ ସୁଯୋଗ ଦିଆଯାଇ ପ୍ରସ୍ତୁତ କରିବାକୁ ପଡିବ । ନିଜ ମାଟିରେ ବିଶ୍ବକପ ଖେଳାଯାଉଥିବାରୁ ଭାରତ ସ୍ପିଡ୍‌ ଷ୍ଟାର ଉମ୍ରାନ୍‌ ମଲିକଙ୍କୁ ଉପଯୋଗ କରିପାରେ ।

ପୃଥ୍ବୀ ସ' : ଟିମ୍‌ ଇଣ୍ଡିଆର ଏହି ଯୁବ ତାରକା ବ୍ୟାଟର୍‌ଙ୍କୁ କିଛିଦିନ ହେଲା ନଜର ଅନ୍ଦାଜ କରାଯାଉଥିବା ମନେ କରାଯାଉଛି । ଘରୋଇ କ୍ରିକେଟରେ ଖୁବ ରନ୍‌ ବନାଉଥିବା ପୃଥ୍ବୀ ସ' ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ବି ଦମଦାର ରହିଛି । ତଥାପି ତାଙ୍କୁ ସୁଯୋଗ ନମିଳିବା କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଛି । କିନ୍ତୁ ତାଙ୍କର ଭବିଷ୍ୟତକୁ ନେଇ ଅନେକ ପୂର୍ବତନ କ୍ରିକେଟର ମତ ଦେଉଛନ୍ତି । ପୃଥ୍ବୀଙ୍କୁ ସୁଯୋଗ ଦିଆଗଲେ ସେ ମଧ୍ୟ ଦକ୍ଷ ଭାବେ ଉଭା ହୋଇପାରିବେ ଏବଂ ବିଶ୍ବକପରେ ଓପନର୍‌ ଭାବେ ବଡ ଭୂମିକା ନିଭାଇପାରିବେ ।

ଶ୍ରେୟସ ଆୟର: ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡରଙ୍କ ସଂଖ୍ୟା କମ ନାହିଁ । ଦଳରେ ରୋହିତ ଶର୍ମା, ବିରାଟ କୋହଲି, ଶିଖର ଧାଓ୍ବନ ଓ ଲୋକେସ ରାହୁଲଙ୍କ ଭଳି ଖେଳାଳି ରହିଛନ୍ତି । ତେଣୁ ଶ୍ରେୟସ ଆୟର ଦମଦାର ଫର୍ମରେ ନଜର ଆସିଛନ୍ତି । ଦିନିକିଆ କ୍ରିକେଟରେ ଯେତେବେଳେ ବି ତାଙ୍କୁ ସୁଯୋଗ ମିଳିଛି ସେ ରନ କରିବାକୁ ସକ୍ଷମ ହୋଇଛନ୍ତି । ଦିନିକିଆରେ ମୋଟ ୩୬ଟି ମ୍ୟାଚ୍‌ ଖେଳି ୧୪୨୮ ରନ କରିଛନ୍ତି ଆୟର । ଯେଉଁଥିରେ ୨ଟି ଶତକ ଏବଂ ୧୩ଟି ଅର୍ଦ୍ଧଶତକ ରହିଛି । ତେଣୁ ତାଙ୍କୁ ନେଇ ଆସନ୍ତା ବିଶ୍ବକପରେ ଦଳ କିଛି ସୁଯୋଗ ସୃଷ୍ଟି କରିପାରିବ ।

ଓ୍ବାଶିଂଟନ ସୁନ୍ଦର: ଟିମ୍‌ ଇଣ୍ଡିଆର ଲଗାତାର ଭାବେ ଜଣେ ଅଲରାଉଣ୍ଡରଙ୍କୁ ନେଇ ସଂଘର୍ଷ କରିଆସୁଛି । ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ହାର୍ଦ୍ଧିକ ପାଣ୍ଡ୍ୟା ସ୍ଥାନ ପୂରଣ କରିନେଇଛନ୍ତି । କିନ୍ତୁ ସ୍ପିନ୍‌ ଅଲରାଉଣ୍ଡରଙ୍କୁ ଖୋଜୁଛି ଭାରତ । ରବୀନ୍ଦ୍ର ଜାଡେଜାଙ୍କ ବିକଳ୍ପ ଭାବେ ଓ୍ବାଶିଂଟନ ସୁନ୍ଦରଙ୍କୁ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଦଳରେ ନିଆଯାଇଥିଲା । ଆଉ ନିଜକୁ ପ୍ରମାଣିତ କରିବା ସହ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ଓ୍ବାଶିଂଟନ । ନ୍ୟୁଜିଲାଣ୍ଡ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତରେ ମଧ୍ୟ କମାଲ କରିଥିଲେ ସୁନ୍ଦର । ତେଣୁ ଆଶନ୍ତା ବିଶ୍ବକପରେ ସେ ମଧ୍ୟ ଅଲରାଉଣ୍ଡର ଭାବେ ସ୍କ୍ବାଡରେ ସାମିଲ ହୋଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.