ନୂଆଦିଲ୍ଲୀ,୦୫/୦୩: ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସେମିଫାଇନାଲରେ ହାରିଯିବା ପରେ ଅଷ୍ଟ୍ରେଲିଆ ଦଳକୁ ହଟାଇ ଦିଆଯାଇଥିଲା। ମ୍ୟାଚର ଗୋଟିଏ ଦିନ ପରେ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଦିନିକିଆରୁ ଅବସର ନେଇଥିଲେ। ବର୍ତ୍ତମାନ ଦିନିକିଆର ପ୍ରମୁଖ ଟୁର୍ନାମେଣ୍ଟ ଦୁଇ ବର୍ଷ ପରେ ହେବ। ଅବଶ୍ୟ ଦିନିକିଆ କ୍ରିକେଟ୍ ପୂର୍ବ ଅପେକ୍ଷା ବହୁତ କମ୍ ଖେଳାଯାଉଛି। ଏହି ପରିସ୍ଥିତିରେ, ଚାମ୍ପିଅନ୍ସ ଟ୍ରଫି ଶେଷ ହେବା ପରେ ଆହୁରି ଅନେକ ଖେଳାଳି ଏହି ଫର୍ମାଟରୁ ଅବସର ନେଇପାରନ୍ତି। ଆସନ୍ତୁ ଜାଣିବା ଏହି ୫ଜଣ ଖେଳାଳୀଙ୍କ ବିଷୟରେ କିଛି ସୂଚନା...
ଦିନିକିଆରେ ଦକ୍ଷିଣ ଆଫ୍ରିକାର ରାସି ଭାନ୍ ଡେର୍ ଡୁସେନ୍ଙ୍କର ଏକ ଶକ୍ତିଶାଳୀ ରେକର୍ଡ ରହିଛି। ୭୦ ଟି ମ୍ୟାଚରେ ସେ ହାରାହାରି ୫୦ରେ ରନ୍ ସଂଗ୍ରହ କରିଛନ୍ତି। ଏହା ତାଙ୍କର ଶେଷ ଆଇସିସି ଇଭେଣ୍ଟ ହୋଇପାରେ ବୋଲି ନିକଟରେ ସୂଚିତ କରିଥିଲେ। ବାଂଲାଦେଶ ଦଳର କିମ୍ବଦନ୍ତୀ ଖେଳାଳିଙ୍କ ମଧ୍ୟରେ ମହମୁଦୁଲ୍ଲାଙ୍କ ନାଁ ମଧ୍ୟ ରହିଛି। ସେ ଟି ୨୦ ଇଣ୍ଟରନ୍ୟାସନାଲ ସହିତ ଟେଷ୍ଟରୁ ଅବସର ନେଇଛନ୍ତି। ସେ ଚାମ୍ପିଅନ୍ସ ଟ୍ରଫିରେ କେବଳ ଗୋଟିଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଲେ ଏବଂ ସେ ବିଫଳ ହୋଇଥିଲେ। ସେ ଯେକୌଣସି ସମୟରେ ଦିନିକିଆ କ୍ରିକେଟ୍ରୁ ଅବସର ଘୋଷଣା କରିପାରନ୍ତି।
ଚାମ୍ପିଅନ୍ସ ଟ୍ରଫି ପରେ ଭାରତୀୟ ଦଳକୁ ଅଗଷ୍ଟ ପର୍ଯ୍ୟନ୍ତ କଔଣସି ଦିନିକିଆ ଖେଳିବାକୁ ପଡ଼ିବ ନାହିଁ। ବିଶ୍ୱକପକୁ ମଧ୍ୟ ଦୁଇ ବର୍ଷ ବାକି ଅଛି। ଦିନିକିଆରେ ବିରାଟଙ୍କ ରେକର୍ଡ ଦମଦାର କିନ୍ତୁ ଯଦି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଜିତେ, ତେବେ ସେ ମଧ୍ୟ ଦିନିକିଆରୁ ଅବସର ଘୋଷଣା କରିପାରନ୍ତି। ୩୮ବର୍ଷୀୟ ରୋହିତ ଶର୍ମା ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟରେ ଅଛନ୍ତି। ସେ ଟି ୨୦ ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି। ଟେଷ୍ଟରେ ମଧ୍ୟ ତାଙ୍କର ଫର୍ମ ନଥିଲା। ଯଦି ଭାରତୀୟ ଦଳ ଚାମ୍ପିଅନ୍ସ ଟ୍ରଫି ଜିତେ, ତେବେ ରୋହିତ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇପାରନ୍ତି।
ଇଂଲଣ୍ଡର ଅନୁଭବି ବ୍ୟାଟର ଜୋ ରୁଟ୍ ଏପର୍ଯ୍ୟନ୍ତ ଦିନିକିଆ ଛାଡ଼ିବା ବିଷୟରେ କିଛି କହି ନାହାଁନ୍ତି। କିନ୍ତୁ ସେ ଟେଷ୍ଟ କ୍ରିକେଟ୍ ଉପରେ ଧ୍ୟାନ ଦେବା ପାଇଁ ଦିନିିକିଆ ଛାଡ଼ି ପାରନ୍ତି। ୨୦୧୯ ବିଶ୍ୱକପ ପରଠାରୁ ସେ ୩୪ ଟି ଦିନିକିଆରେ ମାତ୍ର ଗୋଟିଏ ଶତକ ହାସଲ କରିଛନ୍ତି।