ମାଲକାନଗିରି/କୋରକୁଣ୍ଡା, ୨୪/୮(ଆପ୍ର ) : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଥାନା ସଦର ମହକୁମାସ୍ଥିତ ହରିଜନ ସାହିରୁ ୫୦ କିଲୋରୁ ଅଧିକ ଗୋମାଂସ କୋରୁକୋଣ୍ଡା ପୋଲିସ ଜବତ କରି ନଷ୍ଟ କରିଛି। ସଦର ମହକୁମା ହରିଜନ ସାହି ନିକଟରେ ନଦୀ କୂଳରେ ଗୋମାଂସ କଟାଯାଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଫୋନ ମାଧ୍ୟମରେ କୋରୁକୋଣ୍ଡା ଥାନାକୁ ଜଣାଇଥିଲେ।
ଖବର ପାଇ ଥାନା ଅଧିକାରୀ ହିମାଂଶୁ ବାରିକ ସହ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ତୁରନ୍ତ ସେଠାରେ ପହଁଚିଥିଲେ। ପୋଲିସର ଚଢ଼ାଉ ସୂଚନା ପାଇ ସମ୍ପୃକ୍ତ ବ୍ୟକ୍ତିମାନେ ଗୋମାଂସ ଛାଡି ପଳାଇଯାଇଥିଲେ । ପୋଲିସ ୫୦ କିଲୋରୁ ଅଧିକ ଗୋମାଂସ ଜବତ କରି ନଷ୍ଟ କରିଛି। ଏହାସହିତ ମାମଲା ରୁଜୁ କରି ପୁଲିସ ପକ୍ଷରୁ ତଦନ୍ତ କରୁଛି।