ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବରେ ୫୦ ହଜାର ଲାଭାର୍ଥୀ, ଉଜ୍ଜ୍ୱଳା ଯୋଜନା ମହିଳାଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର,୩୧ା୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆଜି ମହିଳାଙ୍କ ସମ୍ମାନ ବଢ଼ାଇଛି । ଏହି ଯୋଜନା ଫଳରେ ଗରିବ ମା’ଭଉଣୀମାନେ ଆର୍ଥିକ ଦୃଷ୍ଟିରୁ ଲାଭବାନ ହୋଇଛନ୍ତି । ଉଜ୍ଜ୍ୱଳା ମହିଳାଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ରାଜ୍ୟରେ ୨୮ଟି ସ୍ଥାନରେ ଅନୁଷ୍ଠିତ ଉଜ୍ଜ୍ୱଳା ସ୍ୱାଭିମାନ ଉତ୍ସବରେ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ୫୦ ହଜାରରୁ ଅଧିକ ଲାଭାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ମା’ ଓ ଭଉଣୀମାନଙ୍କ ମଧ୍ୟରେ ସୁଖ, ସମୃଦ୍ଧି ସହ ସେମାନଙ୍କ ସମ୍ମାନ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର । ତାଙ୍କର କଳ୍ପନାରେ ଆଜି ଦେଶର ୬ କୋଟି ଗରିବ ମା, ଭଉଣୀମାନେ ଉଜ୍ଜ୍ୱଳା ଗ୍ୟାସ ପାଇ ପାରିଛନ୍ତି । ଓଡ଼ିଶାରେ ଏହି ସଂଖ୍ୟା ୩୬ ଲକ୍ଷରେ ପହଞ୍ଚିଛି । ଆଗାମୀ ଦିନରେ ସବୁ ଗରିବ ପରିବାରରେ କିପରି ଉଜ୍ଜ୍ୱଳା ଗ୍ୟାସ ପହଞ୍ଚିପାରିବ ଏନେଇ ମୋଦି ସରକାର ପ୍ରୟାସ ଜାରି ରଖିଛନ୍ତି । ଆଜି ଦେଶର ରାଷ୍ଟ୍ରପତି ଲୋକସଭା ଓ ରାଜ୍ୟସଭାର ମିଳିତ ସମ୍ଭାଷଣରେ ଉଜ୍ଜ୍ୱଳା ଗ୍ୟାସର ସଫଳତାକୁ ପ୍ରଶଂସା କରିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଆସନ୍ତାକାଲି ଏଲ୍‌ପିଜି ଦର କମିବ । ମା’ ଭଉଣୀମାନେ କିପରି ଶସ୍ତାରେ ଏଲ୍‌ପିଜି କିଣିପାରିବେ ସେଥିପାଇଁ ପ୍ରୟାସ କରାଯିବ । ମୋଦି ସରକାରଙ୍କ ଦ୍ୱାରା ଗରିବ ଲୋକମାନଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ଲୋକମାନଙ୍କୁ ତାଙ୍କ ହକ୍‌ରୁ ରାଜ୍ୟ ସରକାର ବଞ୍ଚିତ କରୁଛନ୍ତି ।
କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅସମ୍ଭବକୁ ସମ୍ଭବ କରିଛି । ଖୁବ କାମ ସମୟ ମଧ୍ୟରେ ୬କୋଟି ପରିବାରରେ ଉଜ୍ଜ୍ୱଳା ଗ୍ୟାସ ପହଞ୍ଚି ପାରିଥିଲା । ପ୍ରଧାନମନ୍ତ୍ରୀ ମା’ଭଉଣୀମାନଙ୍କ ଶକ୍ତି ଓ ସାମର୍ଥ୍ୟକୁ ବଢ଼ାଇବା ପାଇଁ ତାଙ୍କର କାର୍ଯ୍ୟ କରି ଚାଲିଛନ୍ତି । ଏହି ଅବସରରେ ଧର୍ମଗଡ, ଢେଙ୍କାନାଳ, ପଦ୍ମପୁର, ଏରମ, ବ୍ରହ୍ମଗିରି ପରି ଅଞ୍ଚଳରେ ଉପସ୍ଥିତ ଥିବା ହିତାଧିକାରୀମାନଙ୍କ ସହ ଉଭୟ ମନ୍ତ୍ରୀ ସିଧାସଳଖ ଆଲୋଚନା କରିଥିଲେ । ହିତାଧିକାରୀମାନେ କହିଥିଲେ ଯେ ଉଜ୍ଜ୍ୱଳା ଗ୍ୟାସ ପାଇବା ଦ୍ୱାରା ସେମାନେ ଭଲରେ ଅଛନ୍ତି । ନିଜ ପରିବାର ସହ ପିଲାଛୁଆଙ୍କୁ ସମୟ ଦେବା ସହ ନିଜେ ମଧ୍ୟ ଆତ୍ମନିର୍ଭରଶୀଳ ହୋଇ ପାରିଛନ୍ତି । ଉଜ୍ଜ୍ୱଳା ଗ୍ୟାସ ସେମାନଙ୍କୁ ସମ୍ମାନ ଦେଇଥିବା କଥା ହହିତାଧିକାରୀମାନେ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.