PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ଵର : ରାଜଧାନୀରୁ ଲୁଟେରା ଗ୍ୟାଙ୍ଗ ଗିରଫ, ୧୭୧ ଗ୍ରାମର ସୁନା ଜବତ
  • ||
  • ଢେଙ୍କାନାଳ : କପି ଯାଞ୍ଚ୍ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ, ପରୀକ୍ଷା କେନ୍ଦ୍ର ସମ୍ମୁଖରେ ଛାତ୍ରଛାତ୍ରୀଙ୍କ ଧାରଣା
  • ||
  • ଝାରସୁଗୁଡ଼ା : ଏସଏମସି ପାୱାର ଜେନେରେସନ କାରଖାନାରେ ଦୁର୍ଘଟଣା, ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର
  • ||
  • ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁଲତା ସମାଜ, ନୃସିଂହନାଥ ପୀଠର ଉନ୍ନତିକରଣ ପଦକ୍ଷେପ ପାଇଁ ଦେଲେ ଧନ୍ୟବାଦ
  • ||
  • ମାର୍ଶାଘାଇ : ଦିନ ଦ୍ଵିପ୍ରହରେ ଲୁଟ୍, ମହିଳାଙ୍କୁ ଭୁଜାଲି ଦେଖାଇ ଅଳଙ୍କାର ଲୁଟିନେଲେ ୨ ଦୁର୍ବୃତ୍ତ
  • ||
  • ବିଜୟ ହଜାରେ ଟ୍ରଫି: ଇତିହାସ ରଚିଲେ ଋତୁରାଜ, ଗୋଟିଏ ଓଭରରେ ମାରିଲେ ୭ ଛକା
  • ||
  • କେନ୍ଦ୍ରାପଡ଼ା : ସିମେଣ୍ଟ ଇଟାଭାଟି ମାଲିକଙ୍କୁ ବିଭତ୍ସ ଭାବେ ହତ୍ୟା, ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
  • ||
  • କେନ୍ଦ୍ରାପଡ଼ା: ବାଲିଆ ବାଣ ବିସ୍ଫୋରଣ ଅଘଟଣ: ଏସ୍‌ସିବିରେ ଆଉ ଜଣଙ୍କ ମୃତ୍ୟୁ, ଆହୁରି ୧୧ ଜଣଙ୍କ ଅବସ୍ଥା ଗୁରୁତର
  • ||
  • କଟକ: ଡିସେମ୍ବର ୯ରୁ ମାଟ୍ରିକ୍‌ ଏସ୍‌ଏ-୧ ଖାତା ଦେଖା, ୫୬ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||
  • ଭୁବନେଶ୍ୱର: ରାଜ୍ୟରେ ଶୀତ ଲହରୀ ଅସମ୍ଭାଳ: ୧୦ ଡିଗ୍ରୀ ତଳେ ୭ ସହର, ସେମିଳିଗୁଡା ସବୁଠୁ ଥଣ୍ଡା
  • ||

ଅକ୍ଟେବାର ୧ରୁ ଦେଶରେ ୫-G ସେବା, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୪/ ୦୯: ଭାରତରେ ଲଞ୍ଚ ହେବ ୫-ଜି ସେବା । ଆସନ୍ତା ଅକ୍ଟୋବର ୧ ତାରିଖରେ ୫-ଜି ସେବାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଡିଆ ମୋବାଇଲ କଂଗ୍ରେସ ଇଭେଣ୍ଟରେ ବିଧିବଦ୍ଧ ଭାବେ ଏହି ସେବା ଆରମ୍ଭ କରାଯିବ । କେନ୍ଦ୍ର ଟେଲିକମ୍ୟୁନିକେସନ (DoT) ଏବଂ ସେଲୁଲାର୍‌ ଅପରେଟର୍ସ ଆସୋସିଏସନ ଅଫ୍‌ ଇଣ୍ଡିଆ (COAI) ମିଳିତ ଭାବେ ଏହି ଇଭେଣ୍ଟ ଆୟୋଜନ କରୁଛନ୍ତି ।

ପୂର୍ବରୁ ଟେଲିକମ୍‌ ବିଭାଗ ଘୋଷଣା କରିଥିଲା ଯେ, ହାଇସ୍ପିଡ୍‌ ୫-ଜି ଇଣ୍ଟରନେଟ୍‌ ସେବା ଦେଶର ପ୍ରମୁଖ ସହରମାନଙ୍କରେ ପ୍ରଥମେ ଲଞ୍ଚ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ବେଙ୍ଗାଲୁରୁ, ଅହମଦାବାଦ, ଚଣ୍ଡିଗଡ, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, କୋଲକାତା, ଲକ୍ଷ୍ନୌ, ମୁମ୍ବାଇ ଏବଂ ପୁଣେରେ ୫-ଜି ସେବା ଶୁଭରାମ୍ଭ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଦେଶର ଅନ୍ୟ ସହରଗୁଡିକରେ ଏହା ଆରମ୍ଭ କରାଯିବାର ଯୋଜନା ରହିଛି ।

ତେବେ ୫-ଜି ସେବାର ରେଡିଏସନକୁ ନେଇ ଚିନ୍ତା ବଢିଥିବା ବେଳେ ଏ ନେଇ ଗତ ସପ୍ତାହରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଟେଲିକମ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ସେ କହିଛନ୍ତି, ‘ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଯେଉଁ ସତର୍କ ପରିମାପ ଦେଇଛି ତାହା ୫-ଜି ରେଡିଏସନ୍‌ ଠାରୁ ଖବ କମ’।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ, ‘ଦେଶରେ ୫-ଜି ସେବା ଶୁଭାରମ୍ଭ କରାଯିବ । ଏଥିପାଇଁ ପ୍ରଚୁର ଅର୍ଥର ଆବଶ୍ୟକତା ରହିଛି । ୫ଜି କ୍ଷେତ୍ରରେ ୨.୫ ରୁ ୩ ଲକ୍ଷ କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହା ସହିତ ରୋଜଗାର ମଧ୍ୟ ସୃଷ୍ଟି ହେବ । ୨ରୁ୩ ବର୍ଷ ମଧ୍ୟରେ ଦେଶର କୋଣଅନୁକୋଣରୁ ୫-ଜି ସେବା ପହଞ୍ଚାଇବାକୁ ପ୍ରଚେଷ୍ଟା ଜାରି ରହିଛି ‘।

ସମ୍ବନ୍ଧିତ ଖବର