ନୂଆଦିଲ୍ଲୀ: ମଙ୍ଗଳବାର ସନ୍ଧ୍ୟାରେ ଚୀନ୍‌ର କିଙ୍ଗହାଇ ପ୍ରଦେଶର ଉତ୍ତର-ପଶ୍ଚିମ ଅଂଚଳ ଥରି ଉଠିଛି । ଏଠାରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । କିଙ୍ଗହାଇ ପ୍ରଦେଶର ହାଇକ୍ସି ପ୍ରିଫେକ୍ଚରରେ ରିକ୍ଟର ସ୍କେଲରେ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହା ପରେ ଅନେକ ପରବର୍ତ୍ତୀ ଝଟକା ମଧ୍ୟ ଅନୁଭୂତ ହୋଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ଏହି ବିରଳ ଜନବସତି ବିଶିଷ୍ଟ ଉଚ୍ଚ-ଉଚ୍ଚତା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ସ୍ଥାନୀୟ କର୍ତ୍ତୃପକ୍ଷ ଭୂମିକମ୍ପ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଆରମ୍ଭ କରିଛନ୍ତି।

ଭୂକମ୍ପର କେନ୍ଦ୍ରସ୍ଥଳ ଭୂମି ତଳେ ୧୦ କିଲୋମିଟର ଗଭୀରତାରେ ରେକର୍ଡ କରାଯାଇଛି…

ଚୀନ୍‌ ଭୂମିକମ୍ପ ନେଟୱାର୍କସ୍ ସେଣ୍ଟର (CENC) ଅନୁଯାୟୀ, ମଙ୍ଗଳବାର  ସ୍ଥାନୀୟ ସମୟ ସନ୍ଧ୍ୟା ୫:୦୬ ରେ କିଙ୍ଗହାଇ ପ୍ରଦେଶରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ୩୭.୮୦ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୯୫.୫୬ ଡିଗ୍ରୀ ପୂର୍ବ ଦ୍ରାଘିମାରେ ୧୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା।

ଭୂମିକମ୍ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ୪ ଜଣ ଆହତ…

ଚୀନର ସରକାରୀ ଗଣମାଧ୍ୟମ ଜରୁରୀକାଳୀନ ଅଧିକାରୀ ମାନଙ୍କୁ ଉଦ୍ଧୃତ କରି କହିଛି ଯେ, ଚୀନର କିଙ୍ଗହାଇ ପ୍ରଦେଶରେ ଏକ ଶକ୍ତିଶାଳୀ ଭୂମିକମ୍ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଆହତ ହୋଇଛନ୍ତି ।

ଏହା ସହ ପଢନ୍ତୁ : ଆମେରିକା ଏବଂ ଇରାନ ମଧ୍ୟରେ ୧୦୭ ଦିନର ଉତ୍ତେଜନାରେ ସ୍ତବ୍ଧ ସାରା ବିଶ୍ବ; କେବେ ଏବଂ କେଉଁଠି ଘଟିଥିଲା ଘଟଣା