ନାଗପୁର, ୧୬/୦୬ : ମହାରାଷ୍ଟ୍ର ନାଗପୁରରେ ଚାଞ୍ଚଲ୍ୟ। ବାୟୁସେନା ଅଧିକାରୀଙ୍କ ପତ୍ନୀଙ୍କ ଉପରେ କଳାଯାଦୁ କରି ଦୁଷ୍କର୍ମ ଓ ଧର୍ମାନ୍ତରୀକରଣ ଅଭିଯୋଗ। ୨୪ ବର୍ଷୀୟା ପୀଡ଼ିତା ମହିଳାଙ୍କ ୨ ସ୍କୁଲ ସହପାଠୀଙ୍କ ସହ ଦୁଇ ଅଭିଯୁକ୍ତ ଗିରଫ। ମହିଳାଙ୍କୁ ସମ୍ମିହନ କରି ଧର୍ମ ପରିବର୍ତ୍ତନ କରାଯିବା ବେଳର ଏହ ଭିଡିଓ ସାମ୍ନାକୁ ଆସିଛି। ସୋସିଆଲ ମିଡିଆରେ ଏହି ଭିଡିଓଟି ଭାଇରାଲ୍ ହେଉଛି। 

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ, ମୁଖ୍ୟ ଅଭିଯୁକ୍ତ ଅୟାଜ ତାଜ ମଦାରେ ମହିଳାଙ୍କ ହାତ ଧରିଛନ୍ତି। କିଛି ମନ୍ତ୍ର ପଢି ମହିଳାଙ୍କୁ ଫୁଙ୍କୁଛନ୍ତି। ମହିଳା ଜଣଙ୍କ ମୋତେ ଛାଡ଼ିଦିଅ ବୋଲି କାକୁତି ମୀନତି କରୁଛନ୍ତି। ଏବେ ମହିଳା ଜଣଙ୍କ ଥାନାରେ ଅୟାଜ ଏବଂ ଅନ୍ୟ ୨ ଜଣଙ୍କ ବିରୋଧରେ ଜୋର ଜବରଦସ୍ତ ଧର୍ମାନ୍ତରୀକରଣ ଓ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ପୁଲିସ ଏହି ଘଟଣାରେ ତଦନ୍ତ କରି ଅଭିଯୁକ୍ତ ଅୟାଜ ଓ ସହଯୋଗୀ ଅମୀନ ଶେଖକୁ ଗିରଫ କରିଛି। ଅନ୍ୟ ଜଣେ ସହଯୋଗୀ ମୌଲାନା ହଜରତ ଏବେ ଫେରାର୍ ଅଛି। 

ପୁଲିସର କହିବା କଥା, ପୀଡ଼ିତା ମହିଳାଙ୍କ ସ୍ଵାମୀ ଜଣେ ବାୟୁସେନା ଅଧିକାରୀ। ସେ ଅନ୍ୟ ସହରରେ ନିୟୋଜିତ ଅଛନ୍ତି। ମହିଳା ଜଣଙ୍କ ଏକାକୀ ନାଗପୁରରେ ରହି ପ୍ରପଟି ଡିଲିଂ କାମ କରୁଥିଲେ। ୨୦୨୫ ଫେବୃଆରୀରେ ଅୟାଜ ଏକ ପ୍ଲଟ କିଣିବା ବାହାନାରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ। ତାଙ୍କୁ ଏକ ହୋଟେଲକୁ ଦେଖା କରିବାକୁ ଡାକିଥିଲେ। ଏହି ସମୟରେ ଅୟାଜରେ ଜୁସରେ ନିଶା ମିଶାଇ ତାଙ୍କୁ ପିଇବାକୁ ଦେଇଥିଲେ। ବେହୋସ ହେବା ପରେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାର ଫଟୋ ଭିଡିଓ ରେକର୍ଡ କରି ନେଇଥିଲେ। ଏହାପରେ ତାଙ୍କୁ ବ୍ଲାକମେଲ୍ କରିବା ଆରମ୍ଭ କରିଥିଲେ। 

ଜୋରଜବରଦସ୍ତ ତାଙ୍କର ଧର୍ମ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ପୁଲିସ ଦୁଷ୍କର୍ମ, ବ୍ଲାକମେଲ୍, ଧର୍ମାନ୍ତରୀକରଣ ଏବଂ କଳାଯାଦୁ ନିବାରଣ ଆଇନ ଭଳି ଧାରା ଅନୁଯାୟୀ ଏକ ମାମଲା ରୁଜୁ କରି ଅୟାଜ ଏବଂ ଅମିନ ଶେଖକୁ ଗିରଫ କରିଛି। ତୃତୀୟ ଅଭିଯୁକ୍ତ ହଜରତ ମୌଲାନା ବର୍ତ୍ତମାନ ଫେରାର୍ ଅଛି ଏବଂ ତାଙ୍କୁ ଖୋଜା ଚାଲିଛି।

ଆହୁରି ପଢନ୍ତୁ- 'ପରିଚୟ ପତ୍ର ପାଇଁ ବ୍ୟବହାର ହେଉ ଆଧାର, ଫାଇଦା ଉଠାଉଛନ୍ତି ଅନୁପ୍ରବେଶକାରୀ'; ନୋଟିସ ଦେଲେ ସୁପ୍ରିମକୋର୍ଟ

ଓଡ଼ିଶା ମାନଚିତ୍ରରୁ ହଜିଯିବ ସୀମାନ୍ତ ଗାଁ ଦୋରାଗୁଡ଼ା!ଅବହେଳିତ ଓ ମୌଳିକ ସୁବିଧାରୁ ବଞ୍ଚିତ ଲୋକେ ଏବେ ଆନ୍ଧ୍ର ମୁହାଁ