ସୋର, ୯/୧୨ : ବାଲେଶ୍ୱର ବଡି ବିଲଡିଂ ଫିଟନେସ ଆସୋସିଏସନ ତରଫରୁ ରବିବାର ସୋର ଠାରେ ରାଜ୍ୟସ୍ତରୀୟ ସୋର ଫିଟନେସ କ୍ଲାସିକ ସୁନ୍ଦର ସ୍ୱାସ୍ଥ୍ୟ ଚମ୍ପିୟାନସିପ୍ ଟୁର୍ଣ୍ଣାମେଣ୍ଟ। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରୁ ୬ଜଣ ଚମ୍ପିୟାନ ହୋଇଛନ୍ତି। ଏଥିରେ ବିଭିନ୍ନ ଜିଲ୍ଲାରୁ ପ୍ରାୟ ୮୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲାର ସୌମ୍ୟରଞ୍ଜନ ତିହାଡି ସ୍ବର୍ଣ୍ଣ ପଦକ, କାର୍ତ୍ତିକ ବେହେରା ରୌପ୍ୟ ପଦକ, ପ୍ରେମାନନ୍ଦ ଦାସ ବ୍ରୋଞ୍ଚ ପଦକ, ବୁନି ଅଚାରୀ ଚତୁର୍ଥ ସ୍ଥାନରେ ରହିଛନ୍ତି।

ସମସ୍ତ ବିଜେତାଙ୍କୁ ନେଇ ହୋଇଥିବା ସାମୁହିକ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ ସୋମ୍ୟରଞ୍ଜନ ଓ କାର୍ତ୍ତିକଙ୍କୁ ଆଉ ଗୋଟିଏ ଗୋଟିଏ ଚମ୍ପିୟାନ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ଉପସଭାପତି ଦୁର୍ଗା ଚରଣ ଶତପଥୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାକୁ ୬ଟି ଟ୍ରଫି ମିଳିଥିବା ବେଳେ ଜିଲ୍ଲା ଆସୋସିଏସନ ଖୁସି ବ୍ୟକ୍ତ କରିବା ସହ ସମସ୍ତ ଯୁବକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରତିଦିନ ବ୍ୟାୟାମ କରିବାକୁ ପରାମର୍ଶ ଦେଇଛନ୍ତି। ଜିଲ୍ଲା ସମ୍ପାଦକ ଆନନ୍ଦ ମହାକୁଡ,ରାଜ୍ୟ ଉପସଭାପତି ଦୁର୍ଗାଚରଣ ଶତପଥୀ, ଟିମ ପରିଚାଳକ କିଶୋର ବିଷୋୟୀ, ରିତା ମଲିକ, କୋଚ ଚନ୍ଦନ ପାଣିଗ୍ରାହୀ, ରାଜୁ ଯାଦବ ପ୍ରମୁଖ ଜିଲ୍ଲାର ପ୍ରତିଯୋଗୀଙ୍କ ସହ ଯୋଗ ଦେଇ ଫେରିଛନ୍ତି। ସମସ୍ତ ବିଜେତାଙ୍କୁ ଆନନ୍ଦ ମହାକୁଡ, ଉଦୟ ମଲିକ ଶୁଭେଚ୍ଛା ଜଣାଇଛନ୍ତି। ସୋରଡ଼ାର କାର୍ତ୍ତିକ ବେହେରାଙ୍କୁ ଜୟଦୁର୍ଗା କ୍ଲବ ତରଫରୁ ଦୁର୍ଗା ଚରଣ ଶତପଥୀ ଅଭିନନ୍ଦନ ଜଣାଇଛନ୍ତି।