ପ୍ରମୂଖ ଖବର
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ସୀମାନ୍ତ ବିଜାପୁରରୁ ୬ ମାଓବାଦୀ ଗିରଫ

Published By : Suraj Kumar | March 29, 2025 11:05 PM

ମାଲକାନଗିରି,୨୯।୩(ଆପ୍ର ): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ବିରୋଧୀ ଅଭିଯାନ ସମୟରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ନକ୍ସଲ ହତ୍ୟା, ଅପହରଣ ଏବଂ ପୋଡ଼ାଜଳା ଘଟଣାରେ ସମ୍ପୃକ୍ତ ଥିଲେ। 

 ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଲା ପୋଲିସ ଏବଂ ଛତିଶଗଡ଼ ସଶସ୍ତ୍ର ବାହିନୀର ମିଳିତ ଅଭିଯାନ ବେଳେ ଏଡାକାପାଲି ଅଞ୍ଚଳର ଜଣେ ଗ୍ରାମବାସୀଙ୍କ ଅପହରଣ ଏବଂ ହତ୍ୟା ଘଟଣାରେ ସମ୍ପୃକ୍ତ ତିନି ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ନକ୍ସଲମାନେ ହେଲେ ରମେଶ ମିଚା, ରାକେଶ ୱାଚମ, ବାଜୁ ୱାଚମ। ସେହିପରି ଭୈରମଗଡ଼ ପୋଲିସ ଏବଂ ଡିଆରଜି ଯବାନଙ୍କ ମିଳିତ ଦଳ ଚିହକା ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ବେଳେ ଯାନବାହାନ ପୋଡ଼ି ଦେବା ଏବଂ ଲୋକଙ୍କୁ ଆକ୍ରମଣ କରିବା ଘଟଣାରେ ସମ୍ପୃକ୍ତ ତିନି ଜଣ ନକ୍ସଲଙ୍କୁ ଗିରଫ କରାଯାଇଥିଲା। ଗିରଫ ନକ୍ସଲମାନେ ହେଲେ ଲାଲୁ ଭୋଗାମି, ଈଶ୍ୱର କୁପାଲ, ରତିରାମ ଜୁରି। ଗିରଫ ନକ୍ସଲଙ୍କୁ ପଚରା ଉଚରା ପରେ କୋର୍ଟ ଚାଲାଣ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.