ରାୟପୁର,୧୯/୦୭: ଛତିଶଗଡର ନାରାୟଣପୁର ଜିଲ୍ଲା ଅବୁଝମାଡ଼ ଜଙ୍ଗଲରେ  ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଗୁଳି  ବିନିମୟ ଘଟିଛି । ଏଥିରେ ୬ ଜଣ  ନକ୍ସଲ ନିହତ ହୋଇଛନ୍ତି । 

ବସ୍ତର ପୁଲିସ ଆଇଜି ପି. ସୁନ୍ଦରରାଜଙ୍କ  ସୂଚନା ଅନୁସାରେ ଜଙ୍ଗଲରେ  କିଛି ନକ୍ସଲ ଏକାଠି ହୋଇଥିବା  ନେଇ ସୂଚନା ମିଳିଥିଲା । ଶୁକ୍ରବାର  ସକାଳେ ସୁରକ୍ଷା ବାହିନୀକୁ ସେଠାକୁ  ପଠାଯାଇଥିଲା । ଯବାନମାନେ  ଜଙ୍ଗଲରେ ତଲାସୀ କରିବା ବେଳେ  ଅପରାହ୍ନରେ ନକ୍ସଲଙ୍କ ସହ ମୁହାଁମୁହିଁ  ହୋଇଥିଲେ । ଯବାନଙ୍କୁ ଦେଖି ନକ୍ସଲ  ଗୁଳିମାଡ଼ କରିବାରୁ ଯବାନମାନେ  ପାଲଟା ଗୁଳି ଚଳାଇଥିଲେ । ପରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଥିଲେ ।  ଯବାନମାନେ ସେଠାରେ ତଲାସୀ  କରିବା ବେଳେ ୬ ଜଣ ନକ୍ସଲଙ୍କ  ମୃତଦେହ ଉଦ୍ଧାର କରିଥିଲେ । ଏଥିସହ ସେଠାରୁ ଏକେ-୪୭  ରାଇଫଲ, ଏସ୍‌ଏଲ୍‌ଆର, ଅନ୍ୟ  ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ନିତ୍ୟ  ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ  କରିଛନ୍ତି । ଏବେ ବି ଗୁଳି ବିନିମୟ  ଜାରି ରହିଥିବା ଆଇଜି କହିଛନ୍ତି ।