ମାଲକାନଗିରି ପୌର ପରିଷଦରେ ୬ ପ୍ରକଳ୍ପ ଉଦଘାଟିତ

ମାଲକାନଗିରି,୨୫।୧(ଆପ୍ର):ମାଲକାନଗିରି ପୋୖରପରିଷଦ ର ବିଭିନ୍ନ ସାହିବସ୍ତିରେ ସାଂସଦ ଙ୍କ ଦ୍ୱାରା ୬ଟି ଉନ୍ନୟନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି। ଆଜି ପୋୖରପରିଷଦ ଅଧିନସ୍ଥ ବାଲିସାଗର ସାହି ରେ ମୁଖ୍ୟମନ୍ତ୍ରୀ କର୍ମତତ୍ପର ମୁକ୍ତା ଯୋଜନାରେ ନିର୍ମିତ ଭେଣ୍ଡିଙ୍ଗ ଜୋନ,ମୁଣ୍ଡା ଗୁଡା, ମଦଳାଗୁଡା,ଗୁଣ୍ଡୁରୀଗୁଡା ବସ୍ତିରେ ପରିଚୟ ଗୃହ,ରାମ କୃଷ୍ଣ ନଗର ଠାରେ ଫେଭର ରୋଡ଼,ସୁବାଷ ବୋଷ ଛକ ଠାରେ ସର୍ବସାଧରଣ ଙ୍କ ନିମନ୍ତେ ନବନିର୍ମିତ ଶୌଚାଳୟ କୁ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଉଦଘାଟି କରିଛନ୍ତି । ଭେଣ୍ଡିଙ୍ଗ ଜୋନ ପରିସରରେ ଅତିଥିମାନେ ଔଷଧୀୟ ଚାରା ରୋପଣ କରିଥିଲେ।ଏହି ଅବସରରେ ପୋୖରାଧ୍ୟକ୍ଷ ମନୋଜ କୁମାର ବାରିକ,ଉପାଧ୍ୟକ୍ଷା କବିତା ମହାନ୍ତ,ପୂର୍ବତନ ବିଧାୟକ ମାନସ ମାଡକାମୀ,ସମସ୍ତ କାଉନସିଲରମାନେ ଉପସ୍ଥିତ ଥିଲେ।