PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ମେଲାଣି ନେବେ ମା’, ଟ୍ଵିନ୍ ସିଟିରେ ମୁତୟନ ହେବେ ୧୭ ପ୍ଲାଟୁନ ଫୋର୍ସ
  • ||
  • କୋଲକାତା : ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ୭ ମୃତ, ୪୦ ନିଖୋଜ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୪୯ ପଜିଟିଭ୍ ଚିହ୍ନଟ
  • ||

ଥାନାରେ ପହଂଚିଲା ୬ ବର୍ଷର ଝିଅ, କହିଲା ବାପାଙ୍କ ଫୋନ୍ କଲ୍ ମା’ ଉଠାଇ ଦେଇଥିଲା.., ଆଉ ତା ପରେ କିଛି ନକହି ଝିଅ ଭୋ ଭୋ ହୋଇ କାନ୍ଦିଲା…

ଫାରୁକାବାଦ ଥାନାରେ ରବିବାର ଅପରାହ୍ନରେ ଜସମଇର ଜଣେ ୬ବର୍ଷର ଛୋଟ ଝିଅ ପହଂଚଥିିଲା । ସେଠାରେ ପୁଲିସ କର୍ମଚାରୀଙ୍କୁ କହିଲା ଯେ, ବାପାଙ୍କ ଫୋନ୍ କଲ୍ ଆସୁଥିଲା । ମା’ ବାପାଙ୍କ ଫୋନ୍ କଲ୍ ଉଠାଇ ଦେଇଥିଲା । ଏତିକି କହି ପୁଲିସ କର୍ମଚାରୀଙ୍କ ଆଗରେ ଭୋ ଭୋ କରି କାନ୍ଦିବା ଆରମ୍ଭ କରିଦେଇଥିଲା । ମାତ୍ର ୬ ବର୍ଷ ବୟସର ଏହି କଅଁଳ ଝିଅର କଥା ଶୁଣି ପୁଲିସ କର୍ମଚାରୀଙ୍କ ମନ ତରଳି ଯାଇଥିଲା ।
ଫାରୁକାବାଦ ଥାନା ଅଧିନରେ ଥିବା ଜସମଇଠାରେ ଘଟିଥିବା ଏକ ସାମାନ୍ୟ କଥାରେ ସ୍ୱାମୀ ନିଜ ସ୍ତ୍ରୀକୁ ମାଡ ମାରି ମାରି ଗୁରୁତର ଆହତ କରିଦେଇଥିଲା । ସ୍ତ୍ରୀର ବାପାଘର ଲୋକ ଏହି କଥା ଜାଣିବା ପରେ ନିଜ ଝିଅକୁ ନେଇ ପୁଲିସ ଥାନାରେ ଏକ ମାମଲା ରୁଜ୍ଜୁ କରିଥିଲେ । ବାପା ବିନୋଦ କୁମାର ଅଭିଯୋଗ କରିଛନ୍ତି ଯେ, ଅନୁପ ବାହାଘର ଦିନଠାରୁ ତାଙ୍କ ଝିଅକୁ ସବୁବେଳେ ମାରୁଛି । ଶନିବାର ରାତିରେ ବି ଅନୁପ ମୋ ଝିଅକୁ ବହୁତ ମାରିଛି ବୋଲି ପୁଲିସ ଆଗରେ କହିଥିଲେ । ପରେ ପୁଲିସ ଝିଅକୁ ମେଡିକାଲ ପରୀକ୍ଷା ପାଇଁ ପଠାଇଛନ୍ତି ।

କନୋଜ ଜିଲ୍ଲାର ସାରିଖ ବାସିନ୍ଦା ବିନୋଦ କୁମାରଙ୍କ ଝିଅ ପୂଜା ଦେବୀକୁ ଅନୁପ କୁମାରଙ୍କ ସହିତ ବିବାହ କରିଥିଲେ । ବାହାଘରକୁ ୧୫ବର୍ଷ ହେଲାଣି । ପୂଜାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛି । ରବିବାର ଦିନ ବିନୋଦ ନିଜ ଝିଅ ପୂଜାଙ୍କର ଏଭଳି ଖଣ୍ଡିଆ ଖାବରା ଅବସ୍ଥାରେ ଦେଖି ତାଙ୍କୁୁ ଥାନାକୁ ନେଇ ଯାଇଥିଲେ । ୬ବର୍ଷର ଝିଅ ମଧ୍ୟ ପୁଲିସ ଆଗରେ କାନ୍ଦି କାନ୍ଦି ସବୁ କଥା କହିଥିଲା । ବାପାଙ୍କ କଲ୍ ମା’ ଉଠାଇ ଦେଇଥିଲା । ଏହି କଥାରେ ବାପା ରାଗିଯାଇ ମା’ ସହିତ ଝଗଡ଼ା କରିଥିଲେ । ପରେ ତାକୁ ଜୋରରେ ମାରିଛନ୍ତି ବୋଲି କହଥିଲାି ।
ପୂଜାର ମା’ ଓମ୍ବତୀ ଓ ଭାଇ ଅନିଲଙ୍କ କହିବାନୁଯାୟୀ, ପ୍ରଥମରୁ ହିଁ ଅନୁପ ପୂଜାଙ୍କୁୁ ବାରମ୍ବାର ବାରମ୍ବାର ମାରୁଥିଲା । ଏହି ବିଷୟରେ ପୁଲିସକୁ ପ୍ରଥମେ ସୂଚନା ଦିଆଯାଇଥିଲା । ମାତ୍ର ପୁଲିସ ଉଭୟଙ୍କୁ ବୁଝାସୁଝା କରି ଘରକୁ ଛାଡ଼ିଦେଇଥିଲେ । ଅନୁପ କ୍ଷୀର ବିକ୍ରି କାମ କରେ । ଏସ୍ଓ ବେଦପ୍ରକାଶ ପାଣ୍ଡେ କହିଛନ୍ତି, ବର୍ତମାନ ସୁଦ୍ଧା କୋଣସି କାରଣ ଜଣାପଡ଼ିନାହିଁ । କାରଣ ଜଣାପଡ଼ିଲା ପରେ ପୁଲିସ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।