ଭୁବନେଶ୍ବର, ୨୪।୧୦ :  ବାତ୍ୟା ଦାନା  ସ୍ଥଳଭାଗ ଆଡେ ମାଡିଆସୁଛି। ଘଣ୍ଟା ପ୍ରତି ୧୦ କି.ମି ବେଗରେ   ଗତି କରୁଛି।  ଏହା ଗୁରୁବାର ରାତି ଓ ଶୁକ୍ରବାର  ସକାଳେ ଭିତରକନିକା ଓ ଧାମରା ଠାରେ ସ୍ଥଳଭାଗ ଛୁଇଁବ।   ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କି.ମି  ରହିବ।  ଏଥିସହ ୯ ଜିଲ୍ଲାରେ ପ୍ରବଳ ବର୍ଷା ହେବ।   ତେବେ ବାତ୍ୟା ଦାନାକୁ ନେଇ  ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଯାଇ ପଦକ୍ଷେପ ଓ ପ୍ରସ୍ତୁତି ସମ୍ପର୍କରେ  ରାଜସ୍ବ  ଓ ବିପର୍ଯ୍ୟୟ ପରିଚାଳା  ମନ୍ତ୍ରୀ     ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। 

ବାତ୍ୟା ଦାନା ପ୍ରଭାବରେ ୧୧ ଜିଲ୍ଲାର  ୬୦ ବ୍ଲକ ବିଶେଷ ପ୍ରଭାବିତ ହେବ। ଏଥିସହ ୧୨ଟି ସହରାଞ୍ଚଳ ପ୍ରଭାବିତ ହେବ। ପ୍ରଭାବିତ ହେବାକୁ ଥିବା  ଗାଁ ୨୧୬୧ ।  ପାଖାପାଖି ୪ ଲକ୍ଷ ଲୋକ ଏଥିରେ  ପ୍ରଭାବିତ ହେବେ ବୋଲି ସେ କହିଛନ୍ତି। ଜିରୋ କାଜୁଆଲିଟିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ  ସ୍ଥାନାନ୍ତର ପ୍ରକ୍ରିୟା  ଚାଲିଛି।ବର୍ତ୍ତମାନ ସୁଦ୍ଧା   ସାଢେ ୩ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି । ୪ହଜାର ୭୫୬ ବାତ୍ୟା ଆଶ୍ରୟସ୍ଥଳୀରେ ସେମାନେ   ରହିଛନ୍ତି । 

ସେହିପରି ପଶୁ ସମ୍ପଦ ବି ଗୁରୁତ୍ବପୂର୍ଣ୍ଣ   । ୬ ହଜାର ପଶୁଙ୍କୁ ସ୍ଥାନାନ୍ତର କରାଗଲାଣି। ଯେଉଁମାନେ ଘରେ ପଶୁ ସମ୍ପଦ ରଖିଛନ୍ତି ସେମାନେ ଉଚ୍ଚ ସ୍ଥାନକୁ ପଶୁଙ୍କୁ ନେବାକୁ ପରାମର୍ଶ ଦେଇଛନ୍ତି। ୩୬୦ଟି ସ୍ଥାନରେ ପଶୁମାନଙ୍କ ପାଇଁ ଖାଦ୍ୟ ମହଜୁଦ ରହିଛି । ପଶୁ ସମ୍ପଦ ପାଇଁ  ୧୨୦ଟି ମେଡିକାଲ ଟିମ   କରାଯାଇଛି। 

 ସେହିପରି ୩ ହଜାର ୭ ଶହ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ୨ ଜଣ ପ୍ରସବ କରାଯାଇଛି ନିଆଳି, କେନ୍ଦୁଝରରେ ୨ ମହିଳା ସନ୍ତାନ ଜନ୍ମ କରିଛନ୍ତି। ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ପାଇଁ ୨୧୩ଟି ମେଡିକାଲ ଟିମ୍ ପ୍ରସ୍ତୁତ ଅଛନ୍ତି।  

 ବାତ୍ୟା  ଲ୍ୟାଣ୍ଡଫଲ କରିବା ପରେ  ଗଛ, ବିଦ୍ୟୁତ ଖୁଣ୍ଟ ପଡି ରାସ୍ତା ଅବରୋଧ ହେବ। ଉଦ୍ଧାର କାର୍ଯ୍ୟ ଓ ଗମନାଗମନ ସୁବ୍ୟବସ୍ଥା କରିବା ପାଇଁ  ୧୯ଟି ଏନଡିଆରଏଫ  ଓ ୫୧ଟି ଓଡ୍ରାଫ ଟିମ ମୃତୟନ  କରାଯାଇଛି। ସେହିପରି ଫରେଷ୍ଟ ଡିପାଟମେଣ୍ଟର ୯୫ ଟି  ଓ ଅଗ୍ନିଶମ ବାହିନୀର ୨୨୦  ଟିମ ମୃତୟନ କରାଯାଇଛି। 

ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଲୋକମାନେ ଭୟଭୀତ ନ ହେବାକୁ  ରାଜସ୍ବ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି।  ଆଶା ଦିଦି ଓ ଅଙ୍ଗନବାଡି ଦିଦି ମୁତୟନ ଅଛନ୍ତି। ସମସ୍ତ ଜନ ପ୍ରତିନିଧି ମାନେ ଗ୍ରାଉଣ୍ଡରେ ଅଛନ୍ତି।  ମଧ୍ୟ ରାତ୍ରିରୁ ୪ ଟା ଭିତରେ ଲ୍ୟାଣ୍ଡ ଫଲ ହେବ।  ଭିତରକନିକା ଧାମରା ଭିତରେ ଲ୍ୟାଣ୍ଡଫଲ ହେବ। ଦିଗ ପରିବର୍ତ୍ତନ କଲେ ବି ସବୁ ଦିଗରୁ ସରକାର ପ୍ରସ୍ତୁତ ଅଛନ୍ତି।  ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀ ନ ଛାଡିବାକୁ ଅନୁରୋଧ କଲେ ରାଜସ୍ବ ମନ୍ତ୍ରୀ।