ପୁରୀ, ୨୯।୧୨ : ନୂଆ ବର୍ଷରେ ପୁରୀ ଭକ୍ତଙ୍କ ପ୍ରବଳ ଭିଡ ହେବ। ଭିଡ ନିୟନ୍ତ୍ରଣ ପାଇଁ ପୁରୀ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଛି। ଭି୍ଡ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଦୁଇ କମାଣ୍ଡାଣ୍ଟ ରାଙ୍କ୍ ଅଧିକାରୀ ,୧୦ ଅତିରିକ୍ତ ଏସପି ,୩୩ ଡି ଏସ ପି ବା ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ରାଙ୍କ ଅଧିକାରୀ ମୃତୟନ ରହିବେ।
ସେହିପରି ୬୨ ଇନ୍ସପେକ୍ଟର, ୨୪୫ ସଂଖ୍ୟାରେ ସବ୍ ଇନ୍ସପେକ୍ଟର ଓ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର, ୩୦ ହାବିଲଦାର ,୨୯୦ ଜଣ କନଷ୍ଟେବଳ ବା ସିପାହୀ ପାହ୍ୟା କର୍ମଚାରୀ ମୃତୟନ ରହିବେ । ଏଥିସହିତ ୩୮ ଜଣ ଟ୍ରେନି ହାବିଲଦାର କନଷ୍ଟେବଳ ଙ୍କ ସମେତ ୬୫୦ ଗୃହରକ୍ଷୀ ମୁତୟନ ହେବେ ବୋଲି କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମିନା ସୂଚନା ଦେଇଛନ୍ତି।