ଗଙ୍ଗା ନଦୀର ପ୍ରଭୁ ଘାଟରେ ଓଲଟିଲା ଡଙ୍ଗା: ୪ ଜଣ ନିଖୋଜ, ୨ଜଣଙ୍କୁ ଉଦ୍ଧାରକଲେ ନାବିକ

ବାରାଣସୀ ୨୩/ ୦୫ : ଉତ୍ତର ପ୍ରଦେଶର ବାରାଣସୀରେ ଅଭାବନୀୟ ଘଟଣା ଘଟିଛି । ବାରାଣସୀର ପ୍ରଭୁ ଘାଟରେ ଡଙ୍ଗା ପଲଟିଯିବା ଫଳରେ ୬ ଜଣ ଲୋକ ବୁଡିଯାଇଛନ୍ତି । ଡଙ୍ଗାର ନାବିକ ୨ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି ।
ମିଳିଥିବା ସୂଚନା ଅନୁସାରେ, କିଛି ବ୍ୟକ୍ତି ଡଙ୍ଗାରେ ବୋଟିଂ କରୁଥିଲେ । ଡଙ୍ଗାରେ ହଠାତ୍ ପାଣି ପଶିଯିବା ଫଳରେ ତାହା ପଲଟିଯାଇଥିଲା । ଫଳରେ ଡଙ୍ଗାରେ ଥିବା ସମସ୍ତେ ପାଣି ମଧ୍ୟକୁ ଖସିପଡିଥିଲେ । ବହୁ କଷ୍ଟରେ ଡଙ୍ଗାରେ ଥିବା ନାବିକ ୨ ଜଣଙ୍କୁ ଉଦ୍ଧାର କରି କୂଳକୁ ଆଣିବାରେ ସକ୍ଷମ ହୋଇଥିଲେ । ପାଣିର ଗଭୀରତା ଅଧିକ ଥିବାରୁ ଅନ୍ୟମାନଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନାହିଁ ।
ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରିପୋର୍ଟ ଲେଖାହେବ ସୁଦ୍ଧା ୬ ଜଣଙ୍କ ମଧ୍ୟରୁ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୪ ଜଣ ନିଖୋଜ ଥିବା ବେଳେ ସେମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।