PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବିଦେଶୀ ହେଲେ ବାହା ହୋଇଛନ୍ତି ଭାରତୀୟ ମହିଳାଙ୍କୁ: କୋୖଣସି ରାଜନେତା କି ଅଭିନେତା ନୁହେଁ , ଏମାନେ ହେଲେ ବିଦେଶୀ କ୍ରିକେଟର

ଅନ୍ୟ ଦେଶ ତୁଳନାରେ ଭାରତରେ କ୍ରିକେଟ ଖେଳର ଅଧିକ କ୍ରେଜ୍ ରହିଛି। କେବଳ ସେତିକି ନୁହେଁ, ଭାରତରେ ଲୋକମାନେ ଯେତିକି ବଡ଼ ରେଜନେତା କି ଅଭିନେତାକୁ ପସନ୍ଦ କରନ୍ତି ନାହିଁ ତାଠାରୁ ଅଧିକ ପସନ୍ଦ କରନ୍ତି ଯେଉଁମାନେ ଭାରତୀୟ ଟିମ୍ ରେ କ୍ରିକେଟର ଭାବେ ଖେଳିଥାନ୍ତି। ଏମିତି କିଛି ଭାରତୀୟ ଖେଳାଳୀ ଅଛନ୍ତି ଯେଉଁମାନଙ୍କ ଟ୍ବିଟର ଅକାଉଣ୍ଟ ଦେଖିଲେ ଜଣାପଡ଼ିଯିବ ​‌ସେଥିରେ କେତେ ଫଲୋଅର୍ସ ଅଛନ୍ତି। ଭାରତୀୟ ଖେଳାଳୀ ବି ଏହି କଥା ଜାଣନ୍ତି ଏଂବ ସବୁ ମୁକାବିଲାକୁ ସାମ୍ନା କରି ଭଲ ପ୍ରଦର୍ଶନ କରିବା ସହିତ ଦର୍ଶକଙ୍କ ମନକୁ ଖୁସି କରିବାକୁ ସେମାନେ ଚେଷ୍ଟା କରନ୍ତି। ଏହି କାରଣରୁ ଭାରତୀୟ କ୍ରିକେଟ ଟିମ୍ ଆଜି ସର୍ବଶ୍ରେଷ୍ଠରେ ପହଞ୍ଚିପାରିଛି। ଭାରତୀୟ ବ୍ୟକ୍ତି ଖାସ୍ କରି ମହିଳାମାନେ କ୍ରିକେଟରଙ୍କ ଏତେ ଦିଓ୍ବାନି ଯେ କ୍ରିକେଟରଙ୍କୁ ନିଜ ଜୀବନ ସାଥୀ କରିବା ପାଇଁ ବି ପଛାନ୍ତି ନାହିଁ। ଏମିତି କିଛି ମହିଳା ଅଛନ୍ତି, ଯେଉଁମାନେ ଭାରତୀୟ କ୍ରିକେଟରଙ୍କୁ ନୁହେଁ, ବିଦେଶୀ କ୍ରିକେଟରଙ୍କୁ ନିଜର ଜୀବନ ସାଥୀ ବନାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ, ଗ୍ଲେନ୍ ଟର୍ନନର୍ ଏବଂ ସୁଖିନ୍ଦର କୋୖର:  ନ୍ୟୁଜିଲ୍ୟାଣ୍ଡର ପୂର୍ବ କ୍ରିକେଟର ଗ୍ଲେନ ମେଟଲେଡ଼ ଟର୍ନ ଭାରତୀୟ ମହିଳା ସୁଖିନ୍ଦର କୋୖରଙ୍କୁ ବିବାହ କରିଛନ୍ତି। ବାହାଘର ପରେ ତାଙ୍କ ନାମ ସୁଖି ଟର୍ନ ହୋଇଛି। ଜୁଲାଇ ୧୯୭୩ ମସିହାରେ ଗ୍ଲେନ ଏବଂ ସୁଖିନ୍ଦରଙ୍କୁ ବିବାହ କରିଥିଲେ।ଏହା ପରେ ଦୁହେଁ ନ୍ୟୁଜିଲ୍ୟାଣ୍ଡ ରେ ବସବାସ କରୁଛନ୍ତି। ସୁଖିନ୍ଦରଙ୍କ ଜନ୍ମ ପଞ୍ଜାବ ସହରର ଲୁଧିଆନାଠାରେ ହୋଇଥିଲା। ସେ ଜାତିରେ ଜଣେ ସିଖ୍ ମହିଳା।

ମିକି ବ୍ରିଅରଲି ଏବଂ ମାନା ସରଭାଇ: ମିକି ବ୍ରିଅରଲି କ୍ରିକେଟ ଇତିହାସରେ ଜଣେ କ୍ୟାପଟେନ୍ ଭାବେ ଜଣାଶୁଣା। ତାଙ୍କ ସ୍ତ୍ରୀ ମାନା ସରଭାଇ ଗୁଜୁରାଟର ଝିଅ। ବର୍ତମାନ ଦୁହେଁ ଲଣ୍ଡନରେ ବସବାସ କରୁଛନ୍ତି। ସେମାନଙ୍କର ଦୁଇଟି ଛୁଆ ଅଛନ୍ତି।

ଜାହିର ଅବସ ଏବଂ ରିତା ଲୁଥର: ୧୯୮୦ ମସିହା​‌ରେ ଜାହିରଙ୍କ ଦେଖା ହୁଏ ରିତାଙ୍କ ସହିତ। ସେହି ସମୟରେ ରିତା ୟୁକେରେ ଇନ୍ଟେରିଅର୍ ଡିଜାଇନର ପାଠ ପଢ଼ୁଥିଲେ। ୧୯୮୮ ମସିହାରେ ଦୁହେଁ ବିବାହ କରିଥିଲେ।

ମୋସିନ୍ ଖାନ୍ ଏବଂ ରିନା ରୟ: ପ୍ରଥମେ ମୋସିନ ଭାରତୀୟ ମହିଳା ରିନା ରୟଙ୍କ ପ୍ରେମରେ ପଡ଼ିଯାଇଥିଲେ। ପରେ ଦୁହେଁ ବିବାହ କରିଥିଲେ। ତାଙ୍କର ଗୋଟିଏ ଝିଅ ଅଛି।

ମୁତିହ ମୁରଲିଥରନ୍ ଏବଂ ମଧିମଲାର ରାମମୂର୍ଥୀ: ୨୦୦୫ ମସିହାରେ ମୁତିହ ଚେନ୍ନାଇ ଝିଅ ମଧିମଲାରଙ୍କୁ ବିବାହ କରିଛନ୍ତି। ୨୦୦୬ରେ ସେମାନଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା।

ସୋଏବ ମଲ୍ଲିକ ଏବଂ ସାନିଆ ମିର୍ଜା: ୨୦୧୦ ମସିହାରେ ସାନିଅା ପାକିସ୍ତାନୀ କ୍ରିକେଟର ସୋଏବ ମଲ୍ଲିକଙ୍କୁ ବିବାହ କରିଥିଲେ। ସାନିଆ ଜଣେ ପ୍ରସିଦ୍ଧ ଭାରତୀୟ ଟେନିସ୍ ଖେଳାଳୀ।

ସମ୍ବନ୍ଧିତ ଖବର