ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପୁଣି ବିମାନବନ୍ଦରରୁ ମାରିଜୁଆନ ଜବତ, ବ୍ୟାଙ୍କକରୁ ଆସୁଥିଲା ନିଶା ଦ୍ରବ୍ୟ

Published By : Prameya | January 18, 2025 10:04 PM

ଭୁବନେଶ୍ବର,୧୮।୧ : ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ। ୭ କେଜିର ମାରିଜୁଆନ  ଜବତ କଲା କଷ୍ଟମ ବିଭାଗ। ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ଏହି ଘଟଣାରେ  ଜଣେ ବ୍ୟକ୍ତିଙ୍କୁ କଷ୍ଟମ ବିଭାଗ ଅଟକ ରଖିଛି। ଅଟକ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି।  ଜବତ ମାରିଜୁଆନ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ। 

ଗତ ୧୫ ତାରିଖରେ ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟରୁ ୪ କୋଟିର  ନିଶାଦ୍ରବ୍ୟ ମିଳିଥିଲା । ଜଣେ କେରଳର ବାସିନ୍ଦା ଖାଦ୍ୟ ପୁଡ଼ିଆ ଭିତରେ ନିଶାଦ୍ରବ୍ୟ ପୁରାଇ ବ୍ୟାଙ୍କକ୍‌ରୁ ଆଣୁଥିଲେ । ବ୍ୟକ୍ତି ଜଣକ କମିଶନ ନେଇ ନିଶାଦ୍ରବ୍ୟ ଚାଲାଣ କରୁଥିଲେ । ଏ ବିଷୟରେ କଷ୍ଟମ ବିଭାଗ ଓ ଡ଼ିଆରଆଇ ଖବର ପାଇଥିଲା । ଖବର ପାଇ ଭୁବନେଶ୍ୱର ଏୟାରପୋର୍ଟରୁ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମସ୍ତ ନିଶାଦ୍ରବ୍ୟ ଜବତ କରିଥିଲା  କଷ୍ଟମ ବିଭାଗ ।   ଗତ ୧୫ ଦିନରେ ଧରା ହେଲାଣି ୧୫ କୋଟିର ନିଶାଦ୍ରବ୍ୟ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.