ଭୁବନେଶ୍ବର,୧୮।୧ : ପୁଣି ବିମାନବନ୍ଦରରୁ ନିଶା ଦ୍ରବ୍ୟ ଜବତ। ୭ କେଜିର ମାରିଜୁଆନ  ଜବତ କଲା କଷ୍ଟମ ବିଭାଗ। ବ୍ୟାଙ୍କକ୍ ରୁ ଆସୁଥିଲା ନିଶା ଦ୍ରବ୍ୟ । ଏହି ଘଟଣାରେ  ଜଣେ ବ୍ୟକ୍ତିଙ୍କୁ କଷ୍ଟମ ବିଭାଗ ଅଟକ ରଖିଛି। ଅଟକ ବ୍ୟକ୍ତିଙ୍କ ଘର କେରଳ ବୋଲି ସୂଚନା ମିଳିଛି।  ଜବତ ମାରିଜୁଆନ ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା ହେବ। 

ଗତ ୧୫ ତାରିଖରେ ମଧ୍ୟ ଭୁବନେଶ୍ୱର ଏୟାରପୋର୍ଟରୁ ୪ କୋଟିର  ନିଶାଦ୍ରବ୍ୟ ମିଳିଥିଲା । ଜଣେ କେରଳର ବାସିନ୍ଦା ଖାଦ୍ୟ ପୁଡ଼ିଆ ଭିତରେ ନିଶାଦ୍ରବ୍ୟ ପୁରାଇ ବ୍ୟାଙ୍କକ୍‌ରୁ ଆଣୁଥିଲେ । ବ୍ୟକ୍ତି ଜଣକ କମିଶନ ନେଇ ନିଶାଦ୍ରବ୍ୟ ଚାଲାଣ କରୁଥିଲେ । ଏ ବିଷୟରେ କଷ୍ଟମ ବିଭାଗ ଓ ଡ଼ିଆରଆଇ ଖବର ପାଇଥିଲା । ଖବର ପାଇ ଭୁବନେଶ୍ୱର ଏୟାରପୋର୍ଟରୁ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସହ ସମସ୍ତ ନିଶାଦ୍ରବ୍ୟ ଜବତ କରିଥିଲା  କଷ୍ଟମ ବିଭାଗ ।   ଗତ ୧୫ ଦିନରେ ଧରା ହେଲାଣି ୧୫ କୋଟିର ନିଶାଦ୍ରବ୍ୟ ।