PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ପାଇଁ ଟିକେଟ ବୁକିଂର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ସୋଆର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରଫେସର ପି.କେ. ନନ୍ଦ
  • ||
  • ୫ଟି ସଚିବଙ୍କ ପୁରୀ ଗସ୍ତ, ଶ୍ରୀ ଜଗନ୍ନାଥ କ୍ରୀଡା କମ୍ପ୍ଲେକ୍ସ ନିର୍ମାଣର ଅଗ୍ରଗତି କଲେ ସମୀକ୍ଷା
  • ||
  • ଭୁବନେଶ୍ଵର : ଓଡ଼ିଶା ଦିବସରେ କାଳିଆ ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ, ୪୩ ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ୮୭୭ କୋଟି
  • ||
  • ଭୁବନେଶ୍ଵର : ମେଟ୍ରୋ ଟ୍ରେନ୍ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ, ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୂଳିଆକୁ ଗଡିବ ମେଟ୍ରୋ
  • ||
  • ଭୁବନେଶ୍ୱର : ଭୁବନେଶ୍ୱର-କଟକ ମଧ୍ୟରେ ପ୍ରସ୍ତାବିତ ମେଟ୍ରୋ ଟ୍ରେନ୍ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ, ସ୍ଥିତି ଅନୁଧ୍ୟାନ କଲେ ୫ଟି ସଚିବ
  • ||
  • ପୁରୀ : ପୁରୀରେ ପୁଣି ଆତଙ୍କରାଜ, ଦୋକାନ ବାହାରେ ଥୁଆ ହୋଇଥିବା ବାଇକ୍ ଜାଳିଦେଲେ ଦୁର୍ବୃତ୍ତ
  • ||
  • ବସ୍ତା : ସୁବର୍ଣ୍ଣରେଖା ନଦୀରୁ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • ବଲାଙ୍ଗୀର : ଜାଲ ସାର୍ଟିଫିକେଟ ମାମଲା : ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗଠନ ହେଲା ୨ଟି ଟିମ୍
  • ||

ବିହାରରେ ସୀମାଞ୍ଚଳ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ: ୭ ମୃତ, ୨୦ରୁ ଅଧିକ ଆହତ

source:www.jagran.com

ପାଟଣା ୩/୨: ବିହାରର ବୈଶାଳୀ ଜିଲ୍ଲାରେ ଆଜି(ରବିବାର) ଟ୍ରେନ୍ ଦୁର୍ଘଟଣା ଘଟି ୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଜୋଗବନିରୁ ଦିଲ୍ଲୀର ଆନନ୍ଦ ବିହାର ଯାତ୍ରା କରୁଥିବା ସିମାଞ୍ଚଳ ଏକ୍ସପ୍ରେସ୍ ସହଦେଇ ବୁଜୁର୍ଗ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା  । ଟ୍ରେନଟି ଲାଇନଚ୍ୟୁତ ହୋଇଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୮ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ତେବେ ରେଳ ପ୍ରଶାସନ ତରଫରୁ ୭ ଜଣଙ୍କ ମୃତ୍ୟୁର ସୂଚନା ପ୍ରଦାନ କରାଯାଇଛି । ଟ୍ରେନରେ କୁମ୍ଭ ପାଇଁ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ଅଧିକ ଥିଲା ।

ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ପିୟୁଷ ଗୋୟଲ ମୃତ ଯାତ୍ରୀଙ୍କ ପ୍ରତି ସମବେଦନା ପ୍ରକାଶ କରିବା ସହ ଆହତ ଯାତ୍ରୀଙ୍କ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ।

ଏହି ଦୁର୍ଘଟଣାଟି ସକାଳ ୩.୫୮ ମିନିଟରେ ହୋଇଛି । ରେଲୱେର ସୂଚନା ଅନୁସାରେ ଟ୍ରେନଟି ଲାଇନଚ୍ୟୁତ ହୋଇଯିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଟ୍ରେନର ୧୧ଟି ବଗି ଲାଇନଚ୍ୟୁତ ହୋଇଥିବା ଖବର ଆସୁଛି । ଏଥିରେ ୩ ସ୍ଲିପର(ଏସ-୮, ଏସ୍-୯ ଓ ଏସ୍-୧୦) ଏବଂ ଏକ ଜେନେରାଲ କୋଚ୍ (ବି-୩) ମଧ୍ୟ ସାମିଲ ଅଛି । ଘଟଣାରେ ଏକ ଡବା ସମ୍ପୂର୍ଣ୍ଣ ଓଲଟି ପଡିଛି ।

ଏହି ଦୁର୍ଘଟଣା ପରେ ବୁଜୁର୍ଗ ଷ୍ଟେସନରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରିରଖିଥିଲେ । ଡବାକୁ କାଟି ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ରେଳ ମନ୍ତ୍ରାଳୟ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି । ଗୁରୁତରମାନଙ୍କୁ ୫୦ ହଜାର ଟଙ୍କାର ସମବେଦନା ରାଶି ଘୋଷଣା ହୋଇଛି ।

ସମ୍ବନ୍ଧିତ ଖବର