କଟକ,୧/୬ : ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗରୁ ନୂତନ ଗୋଡ଼ ସହ ଫେରିଛି ସାତ ବର୍ଷର କୁନି ଝିଅ ବୈଷ୍ଣବୀ ସିଂହ। ଦୀର୍ଘ ତିନି ମାସ କାଳ ଏସସିବିରେ ଥିବା ବୈଷ୍ଣବୀ କୃତ୍ରିମ ଗୋଡ଼ ସାହାଯ୍ୟରେ ଧୀରେ ଧୀରେ କରି ଚାଲିଛି। ଗତ ମାର୍ଚ୍ଚ ୧୩ତାରିଖରେ ବୈଷ୍ଣବୀ ନିଜ ମାମୁଁ ସହ ମୟୂରଭଞ୍ଜ ବେତନଟୀ ନିକଟକୁ ମେଳା ବୁଲିବାକୁ ଯାଉଥିବାବେଳେ ଦୁର୍ଘଟଣାରେ ବାମ ଗୋଡ କଟି ଯାଇଥିଲା।
ତୁରନ୍ତ ଏସସିବିକୁ ଅଣାଯାଇ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଭର୍ତ୍ତି କରାଯିବା ସହ ପ୍ଲାଷ୍ଟିକ ସର୍ଜରୀ ଏଚଓଡି ବିଭୂତି ଭୂଷଣ ନାୟକଙ୍କ ନେତୃତ୍ଵରେ ଟିମ୍ ତାର ଅପରେସନ କରିଥିଲେ। ଅପରେସନର ତିନି ଦିନ ପରେ ଜଣାପଡ଼ିଲା ଅପରେସନ ହୋଇଥିବା ଗୋଡ଼ଟି ନଷ୍ଟ ହୋଇ ଯାଇଛି । ଯଦି ଗୋଡ଼ ନ କଟା ଯାଏ ବୈଷ୍ଣବୀଙ୍କୁ ବଞ୍ଚାଇବା କଷ୍ଟ ହେବ ତେଣୁ। ବହୁ ପ୍ରତି ଘର ଭିତରେ ବାମ ଗୋଡ଼ କାଟିବାକୁ ପଡ଼ିଥିଲା । ଯେହେତୁ ବୈଷ୍ଣବୀ ବହୁତ୍ ଛୋଟ ପିଲା ତେଣୁ ତା ଭବିଷ୍ୟତ କଥା ଚିନ୍ତା କରାଯାଇଥିଲା । ରାଜ୍ୟ ସରକାର ଓ ମୟୁରଭଂଜ ଏମଏଲଙ୍କ ସହଯୋଗ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ଟିମ୍ ସହାୟତାରେ ବୈଷ୍ଣବୀ ପାଇଁ ଏକ ଗୋଡ଼ ତିଆରି କରାଯାଇଥିଲା।
ଆଜି ମୟୁରଭଂଜ ଏମଏଲ ସନାତନ ବିଜୁଳୀଙ୍କ ଉପସ୍ଥିତିରେ ତିଆରି ହୋଇଥିବା କୂତ୍ରିମ ଗୋଡ଼ ପ୍ରଦାନ କରାଯାଇଛି। ତେବେ ସବୁଠାରୁ ବଡ଼ କଥା ହେଲା ବୈଷ୍ଣବୀ ଏକା କି ତାଙ୍କ ମାଆଙ୍କ ପାଖରେ ରହୁଥିଲେ ଓ ସେ ବହୁତ୍ ଗରିବ ପରିବାରର ତେଣୁ ଆଗକୁ ବୈଷ୍ଣବୀର ସବୁ ଦାୟିତ୍ଵ ରାଜ୍ୟ ସରକାର ଗ୍ରହଣ କରିବେ ବୋଲି କହିଛନ୍ତି ବିଧାୟକ।ତେବେ ଆଗକୁ ଧୀରେ ଧୀରେ ବୈଷ୍ଣବୀ ସାଧାରଣ ଲୋକଙ୍କ ଭଳି ଜୀବନ ବିତାଇ ପାରିବ ବୋଲି କହିଛନ୍ତି ପ୍ଲାଷ୍ଟିକ ବିଭାଗର ମୁଖ୍ୟ।