ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର; ୭ ଆନାକୋଣ୍ଡା ଶାବକ ଜନ୍ମ, ୧୪କୁ ବଢ଼ିଲା ସଂଖ୍ୟା

Published By : Prameya | June 30, 2025 8:34 AM

ବାରଙ୍ଗ, ୩୦/୦୬: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସି ଖବର । ତିନି ବର୍ଷ ବ୍ୟବଧାନ ପରେ ଏକ ମାଈ ହଳଦିଆ ଆନାକୋଣ୍ଡା ୭ଟି ଶାବକ ଜନ୍ମ ଦେଇଛି । ସମସ୍ତ ଶାବକଙ୍କ ରଙ୍ଗ ହଳଦିଆ । ମା’ ଆନାକୋଣ୍ଡା ସହ ଶାବକମାନେ ସୁସ୍ଥ ଥିବା ନନ୍ଦନକାନନ  ଉପନିର୍ଦ୍ଦେଶକ ସନଥ କୁମାର  ନାରାୟଣ ସୂଚନା ଦେଇଛନ୍ତି । ଏହି ଶାବକ ଜନ୍ମ ହେବା ପରେ  ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ସଂଖ୍ୟା  ୧୪କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ଦୁଇଟି  ଅଣ୍ଡିରା, ଦୁଇଟି ମାଈ ଓ ୧୦ଟି ଛୁଆ  ହଳଦିଆ ରଙ୍ଗର । 

୨୦୧୯ ଅକ୍ଟୋବର  ୨୨ରେ ମାଡ୍ରାସ କ୍ରକୋଡାଇଲ ବ୍ୟାଙ୍କ  ଅଫ୍‌ ଟ୍ରଷ୍ଟରୁ ୮ଟି ଅଣ୍ଡିରା ଓ ମାଈ  ହଳଦିଆ ଆନାକୋଣ୍ଡା ନନ୍ଦନକାନନ ଅଣାଯାଇଥିଲା । ଶେଷ ଥର ୨୦୨୨ ଜୁଲାଇରେ ଗୋଟିଏ ଆନାକୋଣ୍ଡା ୯ଟି  ଶାବକ ଜନ୍ମ ଦେଇଥିଲା । ସେମାନଙ୍କ  ମଧ୍ୟରୁ ୨୦୨୨ ମସିହା ଜୁଲାଇ ୬  ତାରିଖରେ ଏକମାତ୍ର ଶାବକ ଜନ୍ମ  ନେଇଥିଲା । ଅନ୍ୟ ଶାବକମାନେ ଜୁଲାଇ  ୮ ତାରିଖରେ ଜନ୍ମ ହୋଇଥିଲେ । 

ବର୍ତ୍ତମାନ ଏହି ନୂଆ ଶାବକମାନେ  ଜନ୍ମ ହେବା ପରେ ନନ୍ଦନକାନନରେ ଦୁଇଟି ବୟସ୍କ ଅଣ୍ଡିରା ଆନାକୋଣ୍ଡା ରହିଥିବା ବେଳେ ୨ଟି ବୟସ୍କ ମାଈ  ଆନାକୋଣ୍ଡା ରହିଛନ୍ତି । ଏହି ୭ଟି ଶାବକଙ୍କୁ ନେଇ ଶାବକ ଆନାକୋଣ୍ଡାଙ୍କ  ସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ଯେଉଁ  ଦୁଇଟି ମାଈ ଆନାକୋଣ୍ଡା ରହିଛନ୍ତି ସେମାନଙ୍କ ମଧ୍ୟରୁ ଗୋଟିଏ ଆସନ୍ନ ପ୍ରସବା ରହିଛି । ନିକଟରେ ସେ ଶାବକ ଜନ୍ମ  ଦେଇପାରେ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା  ଦେଇଛନ୍ତି । ସେହି ଦୃଷ୍ଟିରୁ ବର୍ତ୍ତମାନ ସରୀସୃପ  ଖୁଆଡ଼ର ସୁରକ୍ଷାକୁ ଦ୍ୱିଗୁଣିତ କରାଯାଇଛି । ଯେଉଁ  ଆନାକୋଣ୍ଡାଟି ଆସନ୍ନ ପ୍ରସବା ରହିଛି ତା’ର ଯତ୍ନ ନେବାରେ ଯେମିତି କୌଣସି ଅବହେଳା ନହୁଏ  ସେଥିଲାଗି ଖୁଆଡ଼ ରକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.