ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ୭ ସନ୍ଦିଗ୍ଧ ଗିରଫ

ପୁଲଓ୍ବାମା,୧୬।୨: ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି। ଏସମ୍ପର୍କରେ ଗତ ଶୁକ୍ରବାର ସୂଚନା ମିଳିଛି। ପୋଲିସ ଅ।ତଙ୍କବାଦୀ ଆକ୍ରମଣ ଘଟଣା ସହିତ ଜଡିତ ଥିବାର ସନ୍ଦେହରେ କିଛି ଯୁବକଙ୍କୁ ପୁଲଓ୍ବାମା ଏବଂ ଅବନ୍ତିପୁରାରୁ ଗିରଫ କରିଛି। ୧୪ ଫେବୃଆରୀରେ ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଜୈଶ-ଏ-ମହମ୍ମଦ ଦାୟୀ କରିଛି। ଜୈଶର ଆତଙ୍କବାଦୀ ବିସ୍ଫୋରକ ଭର୍ତ୍ତି ଗାଡିକୁ ସିଆରପିଏଫ୍ ବସ୍ ସହିତ ଦୁର୍ଘଟଣା କରିବା ଫଳରେ ୪୦ ଯବାନ ଶହୀଦ ହୋଇଯାଇଛନ୍ତି।

କୁହାଯାଉଛି ଯେ ପୁଲଓ୍ବାମା ଆକ୍ରମଣର ସମ୍ପୂର୍ଣ୍ଣ ଯୋଜନା ପାକିସ୍ତାନୀ ନାଗରିକ କାମରାନ ପ୍ରସ୍ତୁତ କରିଥିଲା। ଯିଏକି ଜୈଶ-ଏ-ମହମ୍ମଦର ସଦସ୍ୟ। ସେ ପୁଲଓ୍ବାମ, ଅବନ୍ତିପୁରା ଓ ତ୍ରାଲ ଅଞ୍ଚଳରେ ସକ୍ରିୟ ରହିଛି। ଏବେ ଆତ୍ମଘାତୀ ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି। ତା’ର ନାଁ ଆଦିଲ ଅହମ୍ମଦ ହୋଇଥିବା ବେଳେ ସେ ପୁଲଓ୍ବାମର କାକାପୁର ଅଞ୍ଚଳରେ ରୁହେ। ୨୦୧୮ରେ ସେ ଜୈଶରେ ସାମିଲ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଦକ୍ଷିଣ କଶ୍ମୀର ତ୍ରାଲ ଅଞ୍ଚଳର ମିଦୁରାରେ ଆତଙ୍କବାଦୀ ଆକ୍ରମଣର ଯୋଜନା ପ୍ରସ୍ତୁତ କରିଥିଲେ।

ଏହା ମଧ୍ୟରେ ପୋଲିସ ଜୈଶର ଅନ୍ୟ ଜଣେ ସ୍ଥାନୀୟ ସକ୍ରିୟ ଆତଙ୍କବାଦୀର ସନ୍ଧାନରେ ରହିଛି। କୁହାଯାଉଛି ଏହି ସ୍ଥାନୀୟ ବ୍ୟକ୍ତିଜଣକ ବିସ୍ଫୋରକ ଦେବାରେ ସାହାର୍ଯ୍ୟ କରିଥିଲା। ଏପର୍ଯ୍ୟନ୍ତ ଯଦିଓ ଜଣାପଡି ନାହିଁ ଯେ ଆଦିଲ ଅହମ୍ମଦ ଡାର ନାମକ ୨୨ ବର୍ଷୀୟ ଯୁବକ(ଆତ୍ମଘାତୀ) ଏତେ ବଡ ଆକ୍ରମଣ ଘଟଣାକୁ ସଫଳ କରିବାରେ କିଭଳି କରିବାରେ ସକ୍ଷମ ହେଲା? ଆଦିଲ ଘଟଣାସ୍ଥଳ ଠାରୁ ୧୦ କିଲୋମିଟର ଦୂରରେ ରହୁଥିଲା। ଏହାଛଡା ଜାଣିବାକୁ ଚେଷ୍ଟା କରାଯାଉଛି ଯେ ଏତେ ପରିମାଣରେ ବିସ୍ଫୋରକର ବ୍ୟବସ୍ଥା କରିବାରେ ତାକୁ କିଏ ସାହାର୍ଯ୍ୟ କରିଥିଲା? ଗତ ଏକ ଦଶକ ମଧ୍ୟରେ ପୁଲଓ୍ବାମା ଆକ୍ରମଣ ଘଟଣା ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ସବୁଠାରୁ ବଡ ଆକ୍ରମଣ ଘଟଣା କୁହାଯାଉଛି।