ନୂଆଦିଲ୍ଲୀ,୧୮।୧୨: କୁଏତରୁ ମିଳିଛି ସାତ ହଜାର ବର୍ଷ ପୁରୁଣା ଏକ କ୍ଲେ ମୂର୍ତ୍ତି। ଏହାର ମୁହଁ ଦେଖିବାକୁ ଏଲିଅନ୍ ଭଳି ଦେଖାଯାଉଛି। ଏବେ ପ୍ରଶ୍ନ ଉଠୁଛି କ’ଣ ସେତେବେଳେ ବି କ’ଣ ଏଲିଅନ୍ ଥିଲେ। ଯାହାର ମୁହଁ ଦେଖି କୌଣସି ମଣିଷ ଏହି ମୂର୍ତ୍ତି ତିଆରି କରିଦେଇଛି। ଏହା ଯଦିଓ ସୁପର ନାଚୁରାଲ ମୁହଁ ଥିବା ମୂର୍ତ୍ତି, କିନ୍ତୁ ଏଭଳି ମୂର୍ତ୍ତି ମେସୋପୋଟାମିୟାରୁ ମଧ୍ୟ ମିଳିଛି।
ଏହି ପ୍ରାଚୀନ ମୂର୍ତ୍ତିର ପ୍ରାୟ ୭ ହଜାର ବର୍ଷ ପୁରୁଣ। କୁଏତ ଓ ଅରେବିୟନ୍ ଉପକୂଳ ଅଞ୍ଚଳରେ ପ୍ରଥମ ଥର ଏଭଳି ମୁହଁ ଥିବା ମୂର୍ତ୍ତି ମିଳିଛି। ଏହି ଛୋଟ କ୍ଲେରେ ତିଆରି ମୂର୍ତ୍ତି। ଏହାର ଆଖି ପତଳା ଓ ଲମ୍ବା। ନାକ ଚେପଟା ରହିଛି। ଖପୁରୀ ଲମ୍ବା ରହିଛି। ଏହାକୁ ଉତ୍ତର କୁଏତର ବହରା-୧ ପ୍ରାଚୀନ ସାଇଟ୍ରୁ ଖୋଜାଯାଇଛି।
ଏହି ଅଞ୍ଚଳରେ ୨୦୦୯ ରୁ ଖୋଦେଇ ଚାଲିଛି। ବହରା-୧ ଅରବୀ ପ୍ରାୟଦ୍ବୀପର ସବୁଠାରୁ ପୁରୁଣା ଆବାସିକ ଅଞ୍ଚଳ। ଏଠାରେ ପ୍ରାୟ ୫୫୦୦ ରୁ ୪୯୦୦ ବିସିରୁ ଲୋକ ରହିଛନ୍ତି। ସେତେବେଳେ ସେଠାରେ ଉବେଦ ନାମକ ସମ୍ପ୍ରଦାୟର ଲୋକ ରହୁଥିଲେ। ସେମାନେ ମେସୋପୋଟାମିୟାରୁ ଆସୁଥିଲେ। ଏହା ନିଜର ହସ୍ତଶିଳ୍ପ, ମାଟିର ଉପକରଣର କାରିଗରୀ ପାଇଁ ଜଣାଯାଏ।