PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସାମ-ଅରୁଣାଚଳ ସୀମାରେ ଫାୟାରିଂ , ୨ ମୃତ ଓ ୩ ନିଖୋଜ
  • ||
  • ପୁରୀ : ସ୍କୁଟି ଉପରେ ମାଡିଗଲା ଟାଉନ ବସ୍, ଚାଲିଗଲା ୩ ଜୀବନ
  • ||
  • ଝଡ଼ ତୋଫାନରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମର ଭାଙ୍ଗି ଗଲା ବୋର୍ଡ , ଜଣେ ବ୍ୟକ୍ତି ଚାପି ହୋଇ ରହିଥିବା ସୂଚନା
  • ||
  • ରେଲୱେ ଚାକିରିକୁ ଫେରିଲେ ବଜରଙ୍ଗ , ଭିନେଶ ଓ ସାକ୍ଷୀ ମଲିକ – ଆନ୍ଦୋଳନରୁ ପଛକୁ ହଟିବାକୁ କଲେ ମନା
  • ||
  • ବରଗଡ଼: ବରଗଡ଼ରେ ଲାଇନ୍‌ଚ୍ୟୁତ୍ ହେଲା ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍, ଟ୍ରାକ୍‌ରୁ ଖସିଲା ୫ ୱାଗନ୍
  • ||
  • ବାଲେଶ୍ୱର : ଶବକୁ ନେଇ ସାଂଘାତିକ ଖେଳ: ଆଉ କାହାର ଶବକୁ ଧରି ସ୍ତ୍ରୀ କହିଲା ସ୍ୱାମୀ ମୋର, ଦିଅ ଟଙ୍କା…
  • ||
  • ଭୁବନେଶ୍ୱର : କୋଲକାତା ଓ ଆସାମ ଫେରିଲେ ଯାତ୍ରୀ, ବସ୍‌ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ
  • ||
  • ସୋର: ବାହାନଗାରେ ସ୍ଵାଭାବିକ ହେଲା ଟ୍ରେନ୍ ଚଳାଚଳ, ଗଡ଼ିଲା ୩ଟି ଟ୍ରେନ୍
  • ||
  • ବାଲେଶ୍ୱର : ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୨୮୫ ଜଣ ନେଲେଣି ୩.୨୨ କୋଟିର ଅନୁକମ୍ପା ରାଶି
  • ||
  • ଭୁବନେଶ୍ୱର: ବାହାନଗା ବିଭୀଷିକା: ପ୍ରତିଶ୍ରୁତି ପୂରଣ କରିପାରିଲାନି ସ୍ୱାମୀ, ମଙ୍ଗଳସୂତ୍ର ଦେବା ପୂର୍ବରୁ ଚାଲିଗଲା ଜୀବନ
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ବୁଲିଲା ଚଉଦ ନାହାକା, ଉଠିଲା ୨ୟ ଭୂଇଁ
  • ||
  • ପୁରୀ: ଅଣସର ଘରେ ମହାପ୍ରଭୁଙ୍କ ଗୁପ୍ତ ପୂଜା ଆରମ୍ଭ, ଶ୍ରୀମନ୍ଦିରକୁ ବିଜେ କଲେ ପଟିଦିଅଁ: ଆଜିଠୁ ଶ୍ରୀଅଲାରନାଥ ଦର୍ଶନ
  • ||

୮ ଲକ୍ଷ ସବସ୍କ୍ରାଇବର୍ସ ଥିଲେ, ୟୁଟ୍ୟୁବ୍ ଚ୍ୟାନେଲ୍ ଫ୍ଲପ୍ ହେବା ପରେ ଆରମ୍ଭ କଲେ ଚୋରି

ନୂଆଦିଲ୍ଲୀ ୨୪/୩: ଉତ୍ତର ପ୍ରଦେଶର ଗୋରଖପୁର ପୋଲିସ ‘ଭୋଜପୁରୀ ଡିସ୍କୋ’ ୟୁଟ୍ୟୁବ୍ ଚ୍ୟାନେଲ୍ ଚଳାଉଥିବା କିଛି ଲୋକଙ୍କୁ ଗିରଫ କରିଛି । ଏହି ଲୋମାନେ ଲୁଟପାଟ୍ କରୁଥିବା ଅଭିଯୋଗ ଲାଗିଛି । ପୋଲିସ ଲୁଟ୍ ସମୟରେ ବ୍ୟବହାର ହୋଇଥିବା ବାଇକ୍, ୩୨ ବୋରର ଏକ ରିଭଲବର୍ ଏବଂ ଖାଲି କାରତୁସ୍ ଜବତ କରିଛି । ତେବେ ଏହାର ମାଷ୍ଟରମାଇଣ୍ଡକୁ ଏପର୍ଯ୍ୟନ୍ତ ଗିରଫ କରିପାରିନି ପୋଲିସ ।

‘ଭୋଜପୁରୀ ଡିସ୍କୋ’ ନାଁରେ ୟୁଟ୍ୟୁବ୍ ଚ୍ୟାନେଲ୍ ଚଲାଉଥିବା କିଛି ଯୁବକ ଲୁଟପାଟରେ ସାମିଲ ହୋଇଥିବା ଜଣାପଡିଛି । ଏହି ଲୋକମାନେ ଭୋଜପୁରୀ ଗୀତରେ ଡ୍ୟାନ୍ସ କରୁଥିଲେ । ପରେ ତାକୁ ୟୁଟ୍ୟୁବରେ ଅପଲୋଡ୍ କରିଦେଉଥିଲେ । ଏମିତି କରି ସେମାନଙ୍କ ଚ୍ୟାନେଲରେ ପ୍ରାୟ ୮ ଲକ୍ଷ ଫଲୋଅର୍ସ ହୋଇଯାଇଥିଲେ । ଚ୍ୟାନେଲ୍ ମନିଟାଇଜ୍ ହେବା ପରେ ଏଥିରେ ପଇସା ମଧ୍ୟ ଆସିବାକୁ ଲାଗିଲା । ଏହା ପରେ ସେମାନେ ଧିରେ ଧିରେ ବହୁତ ଉପରକୁ ଉଠି ଯାଇଥିଲେ । କିନ୍ତୁ ସେମାନେ ୟୁଟ୍ୟୁବରର ଟର୍ମ ଆଣ୍ଡ କଣ୍ଡିସନ ଅନୁସାରେ ଯୋଗ୍ୟ ବିବେଚିତ ହୋଇପାରିନଥିଲେ । ୟୁଟ୍ୟୁବ୍ ପଲିସି ଅନୁସାରେ ଏମାନଙ୍କ ଚ୍ୟାନେଲରେ କେବଳ ଡ୍ୟାନ୍ସ ହେଉଥିଲା । ବାକି କଣ୍ଟେଣ୍ଟ ଅନ୍ୟମାନଙ୍କର ଥିଲା । ତେଣୁ କର୍ପୋରେଟ୍ ପଲିସିର ଶିକାର ହେବା ପରେ ତାଙ୍କ ଆୟ ବନ୍ଦ ହୋଇଯାଇଥିଲା ।

ଲୁଟରେ ସାମିଲ ୫ ସଦସ୍ୟ ଦେବରିୟା ଜିଲ୍ଲାର ବାସିନ୍ଦା । ୟୁଟ୍ୟୁବରେ କମ୍ ଇନକମ୍ ହେବା ଯୋଗୁଁ ସେମାନେ ନିଜ ପ୍ରଡକ୍ସନ ହାଉସ୍ ଖୋଲିବା ପାଇଁ ଚିନ୍ତା କଲେ । କିନ୍ତୁ ପଇସା ଅଭାବରୁ ସେମାନେ ଏହି ରାସ୍ତା ଆପଣାଇଲେ । ନିକଟରେ ୨୧ ମାର୍ଚ୍ଚରେ ସେମାନେ ଜଣେ କ୍ୟାମେରାମ୍ୟାନଙ୍କଠୁ ଲୁଟିଥିଲେ । ସେମାନେ ସୁଟିଂ ପାଇଁ ବାରଣାସୀର କ୍ୟାମେରାମ୍ୟାନ୍ ବୁକ୍ କରିଥିଲେ । କିନ୍ତୁ କ୍ୟାମେରାମ୍ୟାନ୍ ପହଞ୍ଚିବା ପରେ ତାକୁ ଡରାଇ ଧମକାଇ ତାଠୁ ୬-୭ ଲକ୍ଷ ଟଙ୍କା ଦାମର କ୍ୟାମେରା ଏବଂ ଲେନ୍ସ ଲୁଟି ନେଇଥିଲେ ।  ଘଟଣାରେ ପୋଲିସ କହିଛି କି ସେ ଏଭଳି ଅନେକ କାରନାମା କରିଥିବା ଅଭିଯୋଗ ରହିଛି । ୫ ଜଣଙ୍କୁ ଗିରଫ କରାଯାଇଛି ଏବଂ ଏହାର ମାଷ୍ଟରମାଇଣ୍ଡର ସନ୍ଧାନ କରାଯାଉଛି ।