ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ କରିବୁ, ସିଙ୍ଗାପୁର ସହ ହୋଇଛି ୮ ଏମଓୟୁ : ମୁଖ୍ୟମନ୍ତ୍ରୀ

Published By : Suraj Kumar | January 18, 2025 10:51 PM

ଭୁବନେଶ୍ବର, ୧୮।୧ :  ୨୦୩୬ ସୁଦ୍ଧା ଓଡିଶାକୁ ସମୃଦ୍ଧ ଓଡିଶାରେ ଗଠନ କରିବୁ। ୭  ମାସରେ ସେହି ଦିଗରେ କାମ କରୁଛୁ। ଆମ ରାଜ୍ୟରେ କେମିତି ନିବେଶ ଅଧିକ ହେବ ସେ ନେଇ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି  । ମୁମ୍ବାଇ , ଦିଲୀ ଓ ସିଙ୍ଗାପୁରରେ ଏନେଇ ପୁଞ୍ଜି ନିବେଶକୁ ନେଇ ରୋଡ ଶୋ କରିଥିଲୁ। ସିଙ୍ଗାପୁର ସରକାରଙ୍କ ସହ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ପାଇଁ ଆଲୋଚନା କରାଯାଇଥିଲା ।  ସିଙ୍ଗାପୁର ରାଷ୍ଟ୍ରପତି  ଓଡିଶା ଆସିବ ପାଇଁ ନିମନ୍ତ୍ରଣ କରିଥିଲି। ସେ ଦୁଇ ଦିନ ପାଇଁ ଓଡିଶାକୁ ଆସିଲେ । ୮ ଟି ଏମଓୟୁ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।   ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ସିଙ୍ଗାପୁର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ୮ଟି ଏମଓୟୁ ସ୍ବାକ୍ଷର ହୋଇଛି। 

ଓଡ଼ିଶାରେ ଭବିଷ୍ୟତ ପାଇଁ ଦକ୍ଷତା ବିକାଶ  କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର  ହୋଇଛି।ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ,ଆଇଆଇଟି ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ ଏମଓୟୁ ସ୍ବାକ୍ଷର  ହୋଇଛି।  ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ସହ ଏମଓୟୁ ହୋଇଛି। ।

ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି। ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ରାଜ୍ୟ ଦକ୍ଷତା ବିକାଶ ବିଭାଗ ସହ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ଏମଓୟୁ କରାଯାଇଛି । ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର । ସେହିପରି ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ କ୍ଷେତ୍ର ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ ଏମଓୟୁ କରାଯାଇଛି।  ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରରେ ଜିଏଫଟିଏନ ସହ ଏମଓୟୁ ସ୍ବାକ୍ଷର ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.