କର୍ଣ୍ଣାଟକ ୧୪/୦୫: କର୍ଣ୍ଣାଟକ ସିରସିର ବାସିନ୍ଦା ୮ ବର୍ଷୀୟ ବାଳକ ଓମ୍ ଏନ୍‌ଙ୍କ ସଂପର୍କରେ ଏବେ ସବୁଆଡ଼େ ଚର୍ଚ୍ଚା । ସୋସିଆଲ୍ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍ ହେଉଛି । ସେଥିରେ ଓମ୍‌ଙ୍କୁ କାନ୍ଥ ସାହାଯ୍ୟରେ ଶୀର୍ଷାସନ କରୁଥିବା ଦେଖିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେହି ଅବସ୍ଥାରେ ସେ ହାତ ଯୋଡ଼ି ଶିବ ତାଣ୍ଡବ ସ୍ତୋତ୍ର ପଠନ ଆରମ୍ଭ କରିଥିଲେ । ମାତ୍ର ୩ ମିନିଟ୍ ୪୭ ସେକେଣ୍ଡରେ ତାକୁ ସଂପୂର୍ଣ୍ଣ ମଧ୍ୟ କରିଥିଲେ । ଏହି ଉପଲବ୍ଧି ଯୋଗୁ ସେ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ହାସଲ କରିଛନ୍ତି ।

ଚଳିତବର୍ଷ ଫେବ୍ରୁଆରୀ ୧୫ ତାରିଖରେ ଓମ୍ ଏହି ଅବିଶ୍ୱସନୀୟ କାର୍ଯ୍ୟ କରିଥିଲେ । ପାରମ୍ପରିକ ଗୈରିକ ବସ୍ତ୍ର ପିନ୍ଧିଥିବା ଓମ୍ ପୂରା ପ୍ରଦର୍ଶନ ସମୟରେ ଶାନ୍ତ ଏବଂ ଏକାଗ୍ର ରହିଥିଲେ । ଏତେ କମ୍ ବୟସରୁ ତାଙ୍କର ଶୁଦ୍ଧ ସଂସ୍କୃତ ଉଚ୍ଚାରଣ, ନିଷ୍ଠା, ଶାରିରୀକ ସନ୍ତୁଳନକୁ ଦେଖିବା ପରେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଭିଡିଓ ଭାଇରାଲ୍ ହେବାପରେ ଅନେକ ସୋସିଆଲ ମିଡିଆ ୟୁଜର ତାଙ୍କୁ ଭବିଷ୍ୟତର ସୁପରଷ୍ଟାର କହୁଛନ୍ତି । କିଛି ଜଣ ଏହା ଈଶ୍ୱରଙ୍କର ବିଶେଷ କୃପା ବୋଲି ମଧ୍ୟ କମେଣ୍ଟରେ ଲେଖିଛନ୍ତି ।

ଆହୁରି ପଢ଼ନ୍ତୁ...ଅଜଣା ନୁହେଁ, ପରିଚିତ ଲୋକ ବେଶୀ କ୍ଷତି ପହଞ୍ଚାନ୍ତି