କେନ୍ଦୁଝର: ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ୮୦ ବର୍ଷୀୟ ବୃଦ୍ଧ । କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗାଁରୁ ଆସିଛି ଏଭଳି ଖବର । ମୃତକ ଜଣକ ହେଲେ ୮୦ ଅଚିତ ପୃଷ୍ଟି ।
ମିଳିଥିବା ସୂଚନା ଅନୁଯାୟୀ, ଅଚିତ ପୃଷ୍ଟି ମାସସିକ ହରାଇ ବିଭିନ୍ନ ସମୟରେ ବିଚଳିତ ରହୁଥିଲେ । ରାତିରେ ଏକା ନିଜ ବସାରେ ସୁଇଥିଲେ। ଆଜି ସକାଳ ହୋଇ ବହୁ ସମୟ ଧରି କବାଟ ଖୋଲିବାରେ ବିଳମ୍ବ ହେବାରୁ ଘର ଲୋକଙ୍କ ମନରେ ସନ୍ଧେହ ସୃଷ୍ଟି ହୋଇଥିଲା। ଘର ଲୋକ ସଦର ପୁଲିସକୁ ସୂଚନା ଦେବା ପରେ ପୁଲିସ ଆସି ଘର ଲୋକଙ୍କ ଦ୍ୱାରା କବାଟ ଭାଙ୍ଗି ଦେଖିଲା ବେଳକୁ ବୃଦ୍ଧ ଜଣ ଝରକାରେ ଖଟ ଦୌଡି ଦ୍ଵାରା ବେକାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ସଦର ଥାନାରେ କେଶ ନମ୍ବର ୩୪/୨୬ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।ଅଚିତ ପୃଷ୍ଟିର ପୈତୃକ ଘର କାଳୀକାପ୍ରସାଦ ଅଂଚଳରେ ହୋଇଥିବା ବେଳେ ଫୁଟୁଳିଆ ଠାରେ ଘର କରି ରହୁଥିଲେ।