ନୂଆଦିଲ୍ଲୀ – ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନୂଆ ନୂଆ ଜିନିଷ ବିକଶିତ କରିବାରେ ଚୀନ ମାହିର। ଏବେ ପୁଣି ଏକ ନୂଆ କରିସ୍ମା କରି ଦେଖେଇଛି ଚାଇନା। ସେ ଏମିତି ଏକ ରୋବୋଟ ବିକଶିତ କରିଛି , ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ। ପ୍ରକୃତ କଥା ହେଲା ଚୀନ ସାଂଘାଇ ସ୍ଥିତ ରନ୍ ରୋବୋଟିକ୍ସ ନାମରେ ଥିବା କମ୍ପାନୀ ଏକ ଏମିତି ରୋବୋଟ ପ୍ରସ୍ତୁତ କରିଛି , ଯାହାର ଶରୀର ଅଧା ମଣିଷ ଓ ତଳ ଭାଗ ଅଧା ପଶୁ ଭଳି ।

ଉଲ୍ଲେଖନୀୟ ଯେ, ହଲିଉଡର ଫିଲ୍ମ ହ୍ୟାରି ପୋଟରରେ ମଧ୍ୟ ଆପଣ ଏମିତି ଏକ କ୍ୟାରେକ୍ଟର ଦେଖି ଥିବେ। ଯାହାର ଉପରେ ଶରୀର ମଣିଷ ଭଳି ହୋଇଥାଏ ଏବଂ ତଳ ଅଂଶର ଶରୀର ପଶୁ ଭଳି। ଏହାକୁ ସେଣ୍ଟୋର କୁହାଯାଏ।

ଚାଇନିଜ କମ୍ପାନୀ ବିଶ୍ୱର ପ୍ରଥମ ଏମିତି ସେଣ୍ଟୋର ରୋବୋଟ ୱାର୍ଲ୍ଡ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କନଫରେନ୍ସ (ଡବ୍ଲୁଏଆଇସି ୨୦୨୬ରେ ପ୍ରଦର୍ଶିତ କରିଥିଲା। ଉକ୍ତ ରୋବୋଟରେ ଉପର ଅଂଶ ହ୍ୟୁମାନଏଡ ରୋବୋଟ ଅର୍ଥାତ୍‌ ମଣିଷ ଭଳି ଥିବା ବେଳେ ତଳ ଅଂଶ କୌଣସି ଚାରି ଗୋଡିଆ ପଶୁ ଭଳି ଅଛି। ଗୋଡ଼ ତଳେ ଚକା ମଧ୍ୟ ଲଗାଯାଇଛି , ଯାହା ଏହାର ସକ୍ଷମତାକୁ ଆହୁରି ବୃଦ୍ଧି କରିବାରେ କାର୍ଯ୍ୟ କରିବ।

ରୋବୋଟରେ ବ୍ୟବହୃତ ୯୫ ପ୍ରତିଶତ ପାର୍ଟ୍ସ ଚାଇନିଜ୍‌—

କମ୍ପାନୀ କହିଛି ଯେ, ଏହି ରୋବୋଟ ଗୁଡ଼ିକରେ ବ୍ୟବହୃତ ହେଉଥିବା ୯୫ ପ୍ରତିଶତ ପାର୍ଟ୍ସ ଚୀନରେ ତିଆରି କରିଛି। ଏହା ସହ କମ୍ପାନୀ କହିଛି ଯେ, ଏହି ରୋବୋଟ ଗୁଡ଼ିକୁ ଏମିତି କାମ କରିବାକୁ ପ୍ରସ୍ତୁତ କରାଯାଇଛି, ଯାହା ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହେବ।

୧୨୦ କିଲୋଗ୍ରାମ୍ ଯାଏ ଓଜନ ଉଠାଇ ପାରିବ –

କମ୍ପାନୀ କହିଛି ଯେ, ଡେନ୍ସୋର ରୋବୋଟ୍ ୧୦୦ରୁ ୧୨୦ କିଲୋଗ୍ରାମ୍‌ ଯାଏ ଓଜନ ସହଜରେ ଉଠାଇ ପାରିବ। ରୋବୋଟରେ ଲେଗ୍‌ ସହ ଚକାକୁ ମଧ୍ୟ ବ୍ୟବହାର କରାଯାଇଛି। ଯେଉଁଥି ପାଇଁ ରୋବୋଟ ଗୁଡିକ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନ ଯାଏ ଜିନିଷ ନେଇ ପାରିବେ।

ରେସ୍କ୍ୟୁରେ ମଧ୍ୟ ବ୍ୟବହାର ହୋଇପାରିବ ରୋବୋଟ୍ସ -

ରନ୍ ରୋବୋଟିକ୍ସର କହିବାନୁସାରେ , ଭବିଷ୍ୟତରେ ଏହି ରୋବୋଟ୍ସର ବ୍ୟବହାର ରେସ୍କ୍ୟୁ କାମରେ ମଧ୍ୟ କରାଯାଇ ପାରିବ। ଏହା ବିପଜ୍ଜନକ ପରିସ୍ଥିତିରେ ମଧ୍ୟ ସହଜରେ ଯାଇ ପାରିବେ ଏବଂ ସେଠାରୁ ମଧ୍ୟ ସହଜରେ ବାହାରି ଆସି ପାରିବେ।

​​​​​​​ଆହୁରି ମଧ୍ୟ ପଢନ୍ତୁ - Public USB Charging Scam: ରେଲୱେ ଷ୍ଟେସନରେ ଫୋନ୍ ଚାର୍ଜ କରିବା ପଡ଼ିପାରେ ମହଙ୍ଗା , ଖାଲି ହୋଇପାରେ ବ୍ୟାଙ୍କ ଆକାଉଣ୍ଟ !