ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କୁ ଝଟକା, ଏପ୍ରିଲ୍ ୧ ପର୍ଯ୍ୟନ୍ତ ବଢ଼ିଲା ରିମାଣ୍ଡ ଅବଧି
  • ||
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ଢାକାର କେମିକାଲ ଓ୍ବେୟାର ହାଉସରେ ଅଗ୍ନିକାଣ୍ଡ, ୮୧ ମୃତ

ଢାକା,୨୧।୨: ବାଂଲାଦେଶର ରାଜଧାନୀ ଢାକାର  ଚୌକ ବଜାର ସ୍ଥିତ ଏକ ଆପର୍ଟମେଣ୍ଟରେ ନିଆଁ ଲାଗିଯିବା କାରଣରୁ ୮୧ ଜଣଙ୍କର ମୃତ୍ୟୁ ଘଟିଛି। ସମସ୍ତ ମୃତଦେହ ଉଦ୍ଧାର କରାଯାଇ ସାରିଛି। ପୁରୁଣା ଢାକାର ଏକ କେମିକାଲ ଓ୍ବେୟାର ହାଉସରେ ବୁଧବାର ରାତିରେ ନିଆଁ ଲାଗିଯାଇଥିଲା। ଓ୍ବେୟାର ହାଉସଟି ଆପାର୍ଟମେଣ୍ଟ ପାଖରେ ଥିଲା। ଯାହାଫଳରେ ପାଖରେ ଥିବା ଘର ଗୁଡିକୁ ନିଆଁ ବ୍ୟାପୀ ଯାଇଥିଲା।

{"id":4641}
source: https://www.bhaskar.com

ଏହି ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ବୟସ୍କ, ମହିଳା  ଏବଂ ଶିଶୁ ମଧ୍ୟ ରହିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହା ପୂର୍ବରୁ ୨୦୧୦ରେ ଢାକାରେ ଭୀଷଣ ଅଗ୍ନିକାଣ୍ଡରେ  ଘଟିଥିଲା। ଏଥିରେ ୧୨୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଅଗ୍ନିଶମ ବିଭାଗ କର୍ମଚାରୀ ଅଲ୍ଲୀ ଅହମ୍ମଦଙ୍କ କହିବା ଅନୁସାରେ ଗ୍ୟାସ ସିଲିଣ୍ଡର ଫାଟିଯିବା କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି। ସିଲିଣ୍ଡରରେ ଲାଗିଥିବା ନିଆଁ କେମିକାଲ କଣ୍ଟେନର ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା। ଯାହାଫଳରେ ନିଆଁ ପ୍ରଖର ବେଗରେ ବ୍ୟାପୀ ଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.