ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟିରେ ଯିବେ ଓଏଏସ ଅଧିକାରୀ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, କର୍ପୋରେଟର ଜୀବନ ରାଉତ ସମେତ ୩ ଗିରଫ
  • ||
  • କନ୍ଧମାଳ ଜଙ୍ଗଲରେ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
  • ||
  • ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା, ମହାପ୍ରଭୁଙ୍କୁ ଦର୍ଶନ ସହ ମହାପ୍ରସାଦ ପାଇ ଭକ୍ତ ଆନନ୍ଦିତ
  • ||
  • ବରିଷ୍ଠ ଓଏଏସ୍ ମିର୍ଦ୍ଧା ଟପ୍ପୋଙ୍କୁ ଗୁରୁଦାୟିତ୍ବ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ମିଳିଲା ନୂଆ ନିଯୁକ୍ତି
  • ||
  • ଏଣିକି ପାନ୍‌କାର୍ଡ ଆବେଦନ ଲାଗି ଆଧାର ଜରୁରୀ, ଜୁଲାଇ ପହିଲାରୁ ହେବ କାର୍ଯ୍ୟକାରୀ
  • ||
  • ସୁନ୍ଦରଗଡ଼ :ଲଗାଣ ବର୍ଷା ପାଇଁ ବଢୁଛି ବ୍ରାହ୍ମଣୀ ନଦୀର ଜଳସ୍ତର, ଖୋଲିଲା ମନ୍ଦିରା ଡ୍ୟାମ୍‌ର ୪ ଗେଟ୍‌
  • ||
  • କଟକ ରେଳ ଷ୍ଟେସନ୍‌ ନିକଟରେ ମାଲବାହୀ ଟ୍ରେନ୍ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ଖାଲି ବଗି
  • ||
  • ଫିଫା କ୍ଲବ ବିଶ୍ୱକପ, କ୍ୱାର୍ଟରରେ ଚେଲସୀ, ପାମେରାସ୍‌
  • ||
  • ଉତ୍ତରାଖଣ୍ଡ-ହିମାଚଳରେ ପ୍ରକୃତି କୋପ; ରେଡ୍ ଆଲର୍ଟ ପରେ ସ୍କଲ କଲେଜ ବନ୍ଦ,ଚାରିଧାମ ଯାତ୍ରାରୁ ହଟିଲା ୨୪ ଘଣ୍ଟିଆ ବ୍ରେକ୍
  • ||
  • ଗଞ୍ଜାମ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ
  • ||
  • ମଙ୍ଗଳବାରଠୁ ଅନିର୍ଦ୍ଦିଷ୍ଟକାଳ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ବନ୍ଦ
  • ||
  • ସୋମବାରଠୁ ଏସ୍‌ଓଏସ୍‌ସି ପରୀକ୍ଷା, ସକାଳ ୯ ଟାରୁ ୧୧ଟା ଯାଏ ଚାଲିବ: ଜୁଲାଇ ପହିଲାରୁ ସପ୍ଲିମେଣ୍ଟାରୀ ପରୀକ୍ଷା
  • ||
  • ପ୍ରବଳ ବର୍ଷା ଯୋଗୁ ବାଲେଶ୍ୱର, ମୟୂରଭଞ୍ଜକୁ ବନ୍ୟା ଭୟ: ଆଜିଠୁ ୩ ଯାଏ ମୟୂରଭଞ୍ଜରେ ସ୍କୁଲ ଛୁଟି ଘୋଷଣା
  • ||
  • ବାଲେଶ୍ୱର : ସୁବର୍ଣ୍ଣରେଖାରେ ବନ୍ୟାସ୍ଥିତି, ବିପଦ ସଂକେତ ଟପିଲା ବନ୍ୟାଜଳ
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୫ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ଆକଳନ, ଆଜି ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଆଗକୁ ବଢିପାରନ୍ତି ନାହିଁ ଅସଫଳ ବ୍ୟକ୍ତି, ସଫଳ ହେବାକୁ ହେଲେ କରିବେ କ’ଣ ? ଜାଣନ୍ତୁ ସକସେସ୍ ସିକ୍ରେଟ…

Published By : Ladu Kishor | November 3, 2024 5:10 PM

ନୂଆଦିଲ୍ଲୀ ; ୦୩/୧୧: ସଫଳ ବ୍ୟକ୍ତି ସର୍ବଦା ପ୍ରଶଂସିତ ହୋଇଥାନ୍ତି। ଜଣେ ଅସଫଳ ବ୍ୟକ୍ତି ଜୀବନରେ କେବେ ଆଗକୁ ବଢି ପାରନ୍ତି ନାହିଁ। ଅସଫଳ ବ୍ୟକ୍ତିଙ୍କର କିଛି ବଦ ଅଭ୍ୟାସ ପାଇଁ ତାଙ୍କୁ ପରିଣାମ ଭୋଗିବାକୁ ପଡିଥାଏ । କାହିଁକି ଅସଫଳ ବ୍ୟକ୍ତି ଆଗକୁ ବଢିପାରନ୍ତି ନାହିଁ ? ୯ଟି ପ୍ରମୁଖ କାରଣ ପାଇଁ କିଛି ବ୍ୟକ୍ତି ଜୀବନରେ ବିଫଳ ହୋଇଥାନ୍ତି । ସଫଳତା ପାଇବାକୁ ହେଲେ କଣ କରିବେ । କଣ ରହିଛି ତାଙ୍କ ସକସେସ୍ ସିକ୍ରେଟ । ଜାଣନ୍ତୁ ଏହି ସମ୍ପୂର୍ଣ୍ଣ ରିପୋର୍ଟରୁ…

 

୧. ଦାୟିତ୍ବ ପ୍ରତି ଅବହେଳା- ସଫଳ ହେବାକୁ ହେଲେ ଦାୟିତ୍ବବାନ ହେବାକୁ ପଡିଥାଏ । ଦାୟିତ୍ବ ଥିଲେ ଗୁରୁତ୍ବ ବଢିଥାଏ । ଦାୟିତ୍ବକୁ ଅବହେଳା କରିବା ଅସଫଳତାର ଏକ ପ୍ରମୁଖ କାରଣ । କିଛି ବିଫଳ ବ୍ୟକ୍ତି ସେମାନଙ୍କ ଅସଫଳତା ପାଇଁ ଅନ୍ୟକୁ ଦାୟୀ କରିଥାନ୍ତି । ଦାୟିତ୍ବବାନ ନ ହେବା ଯେ ବିଫଳତାର କାରଣ ସେମାନେ ତାହାକୁ ସ୍ବୀକାର କରନ୍ତି ନାହିଁ ।

୨. ପରିବର୍ତ୍ତନକୁ ଡରିବା-ଜୀବନରେ ପରିବର୍ତ୍ତନ ନିଶ୍ଚିନ୍ତ। କିନ୍ତୁ କିଛି ବ୍ୟକ୍ତି ପରିବର୍ତ୍ତନକୁ ଡରନ୍ତି। ଯେତେ ଦକ୍ଷ ହୁଅନ୍ତୁ ନା କାହିଁକି ନୂଆ ନୂଆ ସୁଯୋଗ ହାତକୁ ନିଅନ୍ତୁ। ଚ୍ୟାଲେଞ୍ଜ ନିଅନ୍ତୁ ତେବେ ସଫଳ ହୋଇପାରିବେ।

୩. ନକାରାତ୍ମକ ଚିନ୍ତାଧାରା- ଜଣେ ଅସଫଳ ବ୍ୟକ୍ତିଙ୍କ ମନରେ ସର୍ବଦା ନକାରାତ୍ମକ ଚିନ୍ତା ଥାଏ । ନିରାଶଜନକ ଭାବେ ବଞ୍ଚନ୍ତି। ନକାରାତ୍ମକ ଚିନ୍ତାଧାରା ତାଙ୍କ ସ୍ବାସ୍ଥ୍ୟ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବରଂ ତାଙ୍କୁ ଆଗକୁ ବଢିବାକୁ ଦିଏ ନାହିଁ । ବାଧାବିଘ୍ନକୁ ମୁକାବିଲା କରିପାରନ୍ତି ନାହିଁ । ସଫଳ ହେବାକୁ ହେଲେ ମନରୁ ନକାରାତ୍ମକ ଚିନ୍ତାଧାରା ହଟାଇବାକୁ ହେବ ।

 ୪.ଶୃଙ୍ଖଳାର ଅଭାବ- ସୁନ୍ଦର ସଫଳ ଜୀବନ ପାଇଁ ଶୃଙ୍ଖଳାର ଆବଶ୍ୟକତା ରହିଛି । ଯେତେ ଶୃଙ୍ଖଳିତ ରହିବେ ସେତେ ସଫଳ ହେବେ। ଲକ୍ଷ୍ୟ ଓ ସଫଳତାରେ ବ୍ରିଜ ପରି କାମ କରେ ଶୃଙ୍ଖଳା । ଜଣେ ଅସଫଳ ବ୍ୟକ୍ତି କେବେ ଏହାର ମୂଲ୍ୟ ବୁଝିପାରନ୍ତି ନାହିଁ । ଶୃଙ୍ଖଳାର ଅଭାବ ବ୍ୟକ୍ତିଗତ ଜୀବନରେ ପ୍ରଭାବ ପକାଏ । ସଫଳ ଜୀବନ ପାଇଁ ଅନୁସାଶନ ଏକ ଚାବିକାଠି । ଶୃଙ୍ଖଳିତ ବ୍ୟକ୍ତି ସର୍ବଦା ସଫଳ ହୁଅନ୍ତି ।

୫. ଲକ୍ଷ୍ୟହୀନ ଜୀବନ- ପ୍ରତ୍ୟେକଙ୍କ ଜୀବନରେ ଲକ୍ଷ୍ୟ ରହିବା ଆବଶ୍ୟକ । ଲକ୍ଷ୍ୟହୀନ ଜୀବନ ମୂଲ୍ୟହୀନ ପରି ହୋଇଥାଏ । ଲକ୍ଷ୍ୟ ବିନା କିଛି ହାସଲ କରିହୁଏ ନାହିଁ । ଗୋଲ ସେଟ କରିବା ଏକ ରୋଡମ୍ୟାପ ପରି । ଏହା ଜୀବନକୁ ଗତି ଦିଏ । ପ୍ଲାନ ବିନା ଗୋଲର ମଧ୍ୟ କିଛି ମୂଲ୍ୟ ନାହିଁ । ସଫଳତା ହାସଲ କରିବାକୁ ହେଲେ ଜୀବନରେ ଲକ୍ଷ୍ୟ ସ୍ଥିର କରିବା ଦରକାର ।

୬. ସମ୍ପର୍କର ମୂଲ୍ୟ ନ ବୁଝିବା- ଜୀବନର ମାନେ ସମ୍ପର୍କ । ତୁମ ଚାରିପାଖରେ ଚାରିପାଖରେ ଥିବା ଲୋକ ତୁମ ଜୀବନକୁ ପ୍ରଭାବିତ କରିଥାନ୍ତି । ଦୁର୍ଭାଗ୍ୟବସତ ଅସଫଳ ବ୍ୟକ୍ତି ସମ୍ପର୍କର ଗୁରୁତ୍ବକୁ ଅଣଦେଖା କରନ୍ତି । କେବଳ ପ୍ରିୟଜନଙ୍କୁ ଛାଡିଦେଲେ ଅନ୍ୟ ସମ୍ପର୍କକୁ ଗ୍ରହଣ କରନ୍ତି ନାହିଁ । ସମ୍ପର୍କ ସପୋର୍ଟ ସିଷ୍ଟମ ପରି ହୋଇଥାଏ । ଏହା ଜୀବନକୁ ସମୃଦ୍ଧ କରେ ।

୭. ଭୁଲରୁ ନ ଶିଖିବା- କଥାରେ ଅଛି ଠିକିଲେ ଶିଖନ୍ତି । ଅର୍ଥାତ ଭୁଲ କଲେ ସେଥିରୁ କିଛି ଶିକ୍ଷା ମିଳେ । ଆଗକୁ ଯେପରି ଆଉ ଭୁଲ ନହୁଏ ସେ ଦିଗରେ ଧ୍ୟାନ ଦେବାକୁ ପଡିଥାଏ । କିନ୍ତୁ କିଛି ଲୋକ ସେମାନଙ୍କ ଭୁଲକୁ ସ୍ବୀକାର କରନ୍ତି ନାହିଁ । ସଫଳତା ହାସନ କରିବାକୁ ହେଲେ ଭୁଲକୁ ସ୍ବୀକାର କରି ସେଥିରୁ କିଛି ଶିଖି ତାହାକୁ ସୁଧାରିବାକୁ ହେବ । 

୮. ପରିସ୍ଥିତି ସହ ଖାପ ଖୁଆଇ ନ ଚଳିବା- ଦୁନିଆ ପରିବର୍ତ୍ତନଶୀଳ । ସଫଳ ହେବାକୁ ହେଲେ ଜଣଙ୍କୁ ସବୁ ପରିସ୍ଥିତିରେ ଖାପ ଖୁଆଇ ଚଳିବାକୁ ହେବ । ଅସଫଳ ବ୍ୟକ୍ତିଙ୍କ ମଧ୍ୟରେ ଏହାର ଅଭାବ ଦେଖିବାକୁ ମିଳେ । ନୂଆ ଟେକ୍ନିକ ଗ୍ରହଣ ନ କରିବା,ପୁରୁଣା ପଦ୍ଧତିରେ ଚାଲିବା ଅସଫଳତା କାରଣ ହୋଇଥାଏ । ସବୁ ପରିସ୍ଥିତିକୁ ଆପଣେଇ ଚାଲିଲେ ସଫଳ ହାସଲ କରିବା ସହଜ ହେବ ।

୯. ଆତ୍ମବିଶ୍ବାସର ଅଭାବ- ବିଶ୍ବାସ ଆତ୍ମବିଶ୍ବାସର ଅଭାବ ଅସଫଳତାକୁ ବାଟ କଢାଏ । ଜଣେ ଅସଫଳ ବ୍ୟକ୍ତି ପାଇଁ  ଆତ୍ମବିଶ୍ବାସର ଅଭାବ ଏକ ପ୍ରମୁଖ କାରଣ । ନିଜର ଦକ୍ଷତା ଉପରେ ସନ୍ଦେହ ନକରି ପ୍ରତି କାର୍ୟ୍ୟକୁ ଆତ୍ମବିଶ୍ବାସର ସହିତ କରିବା ଦରକାର । ଆତ୍ମବିଶ୍ବାସ ଗେମ ଚେଞ୍ଜର ପରିି ହୋଇଥାଏ । ଆତ୍ମବିଶ୍ବାସର ଅଭାବ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଦିଏ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.