ପ୍ରମୂଖ ଖବର
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୯ କିନ୍ନର ମ୍ୟାଟ୍ରିକ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ

Published By : Gurupada Nath | May 2, 2025 10:16 PM

ଭଦ୍ରକ, ୨/୫ :  ସମାଜରେ ସମାନତା ପାଇଁ ଲଢେଇ କରୁଥିଲେ, ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଚେଷ୍ଟା କରିଥିଲେ । ଆଉ ପାଠରେ ମଧ୍ୟ ପଛେଇ ରହିବା ପାଇଁ ଇଚ୍ଛା ନ ଥିଲା, ସେଥି ପାଇଁ ଏବେ ବି ବୟସ ସୀମା ବାଧା ଦେବା ସତ୍ତ୍ବେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ କିନ୍ନର । କାମ କାର୍ଯ୍ୟରୁ ସମୟ ବାହାର କରି ପାଠ ପଢ଼ି ପରୀକ୍ଷା ଦେଇଥିଲେ ଓ ଏବେ ୯ ଜଣରୁ ୯ଜଣ କିନ୍ନର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । 

ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ବାସିନ୍ଦା ହେଉଛନ୍ତି ଏହି କିନ୍ନରମାନେ । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଓ ସାମାଜିକ ପ୍ରତିବନ୍ଧକ ପାଇଁ ପାଠରେ ଡୋରି ବନ୍ଧା ହୋଇଥିଲା । କିନ୍ତୁ ପ୍ରତିବନ୍ଧକ ସତ୍ତ୍ବେ ପାଠ ପ୍ରତି ଆଗ୍ରହ ଥିବାରୁ ଚରମ୍ପା ସ୍ଥିତ  ସରୋଜିନୀ ସଂସ୍କୃତ ଉଚ୍ଚ ବିଦ୍ୟାଳୟ ଚରମ୍ପାଠାରେ ପାଠ ପଢା ଆରମ୍ଭ କରିଥିଲେ । ମାଟ୍ରିକ୍ ପରୀକ୍ଷା ପାଇଁ ସେଣ୍ଟର ଥିଲା rcbl ହାଇସ୍କୁଲ । ପରୀକ୍ଷା ପରେ ଭଲ ମାର୍କ ରଖିବେ ବୋଲି ଆଶା କରିଥିଲେ ।

ଲଗାତାର କ୍ଲାସ୍ କରିବା ସହ ବଳକା ସମୟରେ ପ୍ରସ୍ତୁତି କରୁଥିଲେ । ତେବେ ସରକାରୀ ସହାୟତା ସହ ଗୁରୁ ମା ଓ ସାଥୀ ଫାଉଣ୍ଡେସନ ମଧ୍ୟ ସହଯୋଗ କରିଥିଲେ । ତେବେ ୯ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ଜଣ ବି ଗ୍ରେଡ ଓ ୨ ଜଣ ସି ଗ୍ରେଡରେ ପାସ କରିଛନ୍ତି । ତେବେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀମାନେ ଏବେ ପୁଣି ଉଚ୍ଚ ଶିକ୍ଷା ପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.