PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ – ରନୱେରେ ଧକ୍କା ହେଲା ଦୁଇଟି ବିମାନ ; ଆତଙ୍କରେ ଥରିଲେ ଯାତ୍ରୀ
  • ||
  • ଧାରା ୩୭୦ ଉଚ୍ଛେଦ ବେଳେ କେଜ୍ରିଓ୍ବାଲ କେଉଁଠି ଥିଲେ ? ଏବେ ଆମକୁ ସମର୍ଥନ ମାଗୁଛନ୍ତି : ଓମାର ଅବଦୁଲ୍ଲା
  • ||
  • ରାଉରକେଲା : ପାଞ୍ଚ ବର୍ଷର ପୁଅକୁ ମାରି ଟାଙ୍ଗି ଦେଲା ବାପା, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ
  • ||
  • ହିନ୍ଦୋଳ : ହାତୀ ଆକ୍ରମଣରେ ବୃଦ୍ଧ ମୃତ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା
  • ||
  • ଭୁବନେଶ୍ଵର : ୧୭ରେ ଓଡ଼ିଶା ଆସିବେ ଅମିତ ଶାହ, ଢେଙ୍କାନାଳ ସମାବେଶରେ ୫୦ ହଜାର ଲୋକଙ୍କୁ ଦେବେ ଉଦବୋଧନ
  • ||

ମୋଦି ସରକାରଙ୍କ ୯ବର୍ଷ ପୂର୍ତ୍ତି; ନୋଟବନ୍ଦୀ, ୩୭୦, ବାଲାକୋଟ ଭଳି ନିଷ୍ପତ୍ତି…

ନୂଆଦିଲ୍ଲୀ, ୨୬/୫ :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ କାର୍ଯ୍ୟକାଳର ୯ବର୍ଷ ପୂର୍ତ୍ତି କରୁଛନ୍ତି । ଆଜିର ଦିନରେ ୯ବର୍ଷ ପୂର୍ବରୁ ତଥା ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦର ଶପଥ ନେଇଥିଲେ । ଏହି ୯ବର୍ଷରେ ପିଏମ ମୋଦିଙ୍କ କେତେକ ବଡ଼ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଦେଇଛି । ଆସନ୍ତୁ ଜାଣିବା ଏହି ନିଷ୍ପତ୍ତି କ’ଣ…

ଧାରା ୩୭୦ ଉଚ୍ଛେଦ

ମୋଦି ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ସମସ୍ତଙ୍କୁ ଚକିତ କରିଥିଲେ । ଏହା ସରକାରଙ୍କ ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା । ୫ଅଗଷ୍ଟ ୨୦୧୯ରେ ଏହା ଲାଗୁ କରାଯାଇଥିଲା । ଏହାସହ ଦେଶର ପ୍ରତ୍ୟେକ ଆଇନ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିଲା । ଫଳରେ ସେଠାରେ ବସବାସ କରୁଥିବା ଲୋକମାନଙ୍କୁ କେନ୍ଦ୍ର ସରକାରଙ୍କ ଦ୍ବାରା କରାଯାଉଥିବା ସମସ୍ତ ପ୍ରକାର ଯୋଜନାର ସୁଫଳ ମିଳିବାକୁ ଲାଗିଲା ।

ତିନି ତଲାକ

୩୦ ଜୁଲାଇ୨୦୧୯ରେ ସରକାର ତିନି ତଲାକ ବିଧେୟକ ପାରିତ କରିଥିଲେ । ଏହାପରେ ତିନି ତଲାକ ଦେବା ଅପରାଧ ଶ୍ରେଣୀଭୁକ୍ତ ହୋଇଥିଲା ।

ବାଲାକୋଟ ଏୟାର ଷ୍ଟ୍ରାଇକ

୧୪ଫେବୃଆରୀରେ ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ସିଆରପିଏଫର କ୍ୟାମ୍ପ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪୦ଯବାନ ଶହୀଦ ହୋଇଥିଲେ । ଆତଙ୍କବାଦୀମାନଙ୍କ ଏହି କାର୍ଯ୍ୟକଳାପର ଦୁଇ ସପ୍ତାହ ପରେ ୨୬ଫେବୃଆରୀ ୨୦୧୯ରେ ଭାରତ ବାଲାକୋର୍ଟରେ ଏୟାରଷ୍ଟ୍ରାଇକ କରି ଜେଶ ଏ ମହମ୍ମଦ ଆତଙ୍କବାଦୀ ଉପରେ ଆକ୍ରମଣ କରାଯାଇ ତାକୁ ମାରି ଦିଆଯାଇଥିଲା ।

ଜିଏସଟି ଲାଗୁ କରିବାର ନିଷ୍ପତ୍ତି

ପିଏମ ମୋଦିଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ୧ଜୁଲାଇ ୨୦୧୭ରେ ସମ୍ପୂର୍ଣ୍ଣ ଦେଶରେ ଜିଏସଟି ଲାଗୁ କରିଥିଲେ । ଏହାର ଉଦ୍ଦେଶ୍ୟ ଥିଲା ଦେଶରେ ଗୋଟିଏ ଦେଶ, ଗୋଟିଏ ଟ୍ୟାକ୍ସ ସିଷ୍ଟମ ଲାଗୁ କରିବା । ଜିଏସଟି ଲାଗୁ ହେବା ଉପରେ ସର୍ଭିସ ଟ୍ୟାକ୍ସ, ଭ୍ୟାଟ ଏବଂ ଅନ୍ୟ କେତେକ ଟ୍ୟାକ୍ସ ଶେଷ ହୋଇଯାଇଥିଲା ।

ନୋଟବନ୍ଦୀ

୨୦୧୬ରେ ମୋଦି ସରକାର ୫୦୦ ଏବଂ ୧୦୦୦ଟଙ୍କିଆ ନୋଟ ପ୍ରଚଳନକୁ ବନ୍ଦ କରିଦେଇଥିଲେ । ୮ନଭେମ୍ବର ୨୦୧୬ରେ ସରକାର ଏହି ବଡ଼ ନିଷ୍ପତ୍ତି ନେଇଥିଲେ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କଳାଧନରେ ରୋକ ଲାଗିଥିଲା ।

ନାଗରିକ ସଂଶୋଧନ ବିଧେୟକ

୧୧ଡିସେମ୍ବର ୨୦୧୯ରେ ଲୋକସଭାରେ ନାଗରିକତା ସଂଶୋଧନ ବିଧେୟକ ପାରିତ ହୋଇଥିଲା । ଏହା ମାଧ୍ୟମରେ ପାକିସ୍ତାନ, ବାଙ୍ଗଲାଦେଶ ଏବଂ ଆଫଗାନିସ୍ତାନରୁ ଧାର୍ମିକ ଉତ୍ପୀଡ଼ନ ଦ୍ବାରା ପଳାୟନରତ ହିନ୍ଦୁ, ଇସାଇ, ବୌଦ୍ଧ, ଶିଖ ଏବଂ ପାରସୀ ଶରଣାର୍ଥୀଙ୍କୁ ଦେଶରେ ନାଗରିକତା ଦିଆଯିବ । ୧୨ଡିସେମ୍ବରକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଲ୍ ଉପରେ ହସ୍ତାକ୍ଷର  କରିଥିଲେ ।

୨୦୦୦ନୋଟ ଉପରେ ପ୍ରତିବନ୍ଧକ

ମୋଦି ସରକାର ନିଜର ଦ୍ବିତୀୟ କାର୍ଯ୍ୟକାଳରେ ମେ ୨୦୨୩ରେ ୨୦୦୦ଟଙ୍କିଆ ନୋଟକୁ ବନ୍ଦ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । ସରକାର ୨୦୧୬ରେ ୧୦୦୦ଟଙ୍କିଆ ସ୍ଥାନରେ ୨୦୦୦ଟଙ୍କିଆ ନୋଟ ଆଣିବାକୁ ନିର୍ଣ୍ଣୟ ନେଇଥିଲେ ।

ସମ୍ବନ୍ଧିତ ଖବର