ଖୋର୍ଦ୍ଧା,୨୮/୧୦ : ପ୍ରଶାସନକୁ ଘାରିଛି ବାତ୍ୟା ମୋନ୍‌ଥା ଭୟ । ଏହାର ପ୍ରଭାବରେ ମୁଖ୍ୟତଃ ଖୋର୍ଦ୍ଧା ଜିଲ୍ଲାର ଚିଲିକା, ଟାଙ୍ଗୀ, ବାଣପୁର, ବାଲିଅନ୍ତା ଓ ବାଲିପାଟଣାରେ ପଡ଼ିବା ଆଶଙ୍କା ରହିଛି । ତେଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ବ୍ଲକର ତଳିଆ ଅଞ୍ଚଳ ଉପରେ ତୀକ୍ଷ୍ଣନଜର ରଖାଯାଇଛି । ଏପଟେ ଆଜି ପ୍ରଶାସନ ପକ୍ଷରୁ ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପ-ଜିଲ୍ଲାପାଳ କିଶୋର କୁମାର ପଣ୍ଡା ବାତ୍ୟା ପ୍ରବଣ ଟାଙ୍ଗୀ ଓ ଚିଲିକା ବ୍ଲକ ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡ଼ିଛି ।

ଉକ୍ତ ସମୟରେ ଚିଲିକା, ଟାଙ୍ଗୀ ଓ ବାଲିଅନ୍ତା ବ୍ଲକ ସମେତ ଖୋର୍ଦ୍ଧା ପୌରପରିଷଦ ଅଞ୍ଚଳରୁ ପ୍ରାୟ ୫ଶହ ବିପନ୍ନଙ୍କୁ ଇତି ମଧ୍ଯରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସେମାନଙ୍କୁ ପ୍ରଶାସନ ପକ୍ଷରୁ ବିଶୁଦ୍ଧ ପାନୀୟ ଜଳ ଓ ସୁଖିଲା ଖାଦ୍ୟ ପ୍ରଶାସନ ପ୍ରଦାନ କରିବା ଜଣାପଡ଼ିଛି ।