ଆନନ୍ଦପୁର,୧୪/୧୦: କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଭୀମ୍ ଆର୍ମି ପକ୍ଷରୁ ଘଷିପୁରା ଥାନା ଘେରାଉ। ବିଭିନ୍ନ ଦାବି ନେଇ ଭୀମ୍ ଆର୍ମି ଥାନା ଘେରାଉ କରିଛି । ତେବେ ଥାନା ନିକଟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆନନ୍ଦପୁର ଏସଡିପିଓ ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଜଣେ ଅତିରିକ୍ତ ଏସପି, ଉପଖଣ୍ଡ ୫ ଥାନା ଅଧିକାରୀ,୩ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି। ଥାନା ଘେରାଉ ସମ୍ପର୍କରେ ସୂଚନା ପାଇ ପୁଲିସ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ।