ଭୁବନେଶ୍ବର,୧୬/୦୯:  ପୁରୀ ରେଳ ଷ୍ଟେସନରୁ ପିଲା ଚୋରି ଉଦ୍ୟମ। ଖେଳୁଥିବା ବେଳେ ଦେଢ଼ ବର୍ଷର ଶିଶୁପୁତ୍ରକୁ ଚୋରି ଉଦ୍ୟମ ଅଭିଯୋଗ ହୋଇଛି । ଗୋଡ଼ାଇ ଗୋଡ଼ାଇ ଦୃର୍ବୁତ୍ତଙ୍କୁ ଧରିଲେ ଛୁଆର ବାପା । ସୂଚନା ମୁତାବକ, ବିଳମ୍ବିତ ରାତିରେ ପୁରୀ ରେଳ ଷେ୍ଟସନରେ ଶିଶୁ ପୁତ୍ରଟି ମାଆ ପାଖରେ ଖେଳୁଥିଲା । ସେହି ସମୟରେ  ଦୃର୍ବୁତ୍ତ ଜଣକ ଛୁଆକୁ ମାଆ ପାଖରୁ ଉଠାଇ ନେଇ ପଳାଉଥିଲା। ଏନେଇ ଛୁଆର ବାପା ଗୋଡ଼ାଇ ଗୋଡ଼ାଇ ଦୃର୍ବୁତ୍ତଙ୍କୁ ଧରିଥିବା ବେଳେ ଚାରିପଟୁ ଲୋକେ ଜଗି ଶିଶୁପୁତ୍ରକୁ କଲେ ଉଦ୍ଧାର କରିଥିବା ଜଣାପଡ଼ିଛି। ସେପେଟ ଖବର ପାଇ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଚୋରକୁ କାବୁ କରି ଥାନାକୁ ନେଇଥିବା ବେଳେ ଶିଶୁପୁତ୍ରର ବାପାଙ୍କ ଅଭିଯୋଗକ୍ରମେ  କୁମ୍ଭାରପଡ଼ା ଥାନା ପୁଲିସ କରୁଛି ତଦନ୍ତ ।