ନୂଆଦିଲ୍ଲୀ,୨୫/୧୦: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ସିଡନୀ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଅନ୍ତିମ ଦିନିକିଆ ଆରମ୍ଭ ହୋଇଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଘରୋଇ ଅଷ୍ଟ୍ରେଲିଆ । ଇଣ୍ଡିଆକୁ ବୋଲିଂ ଆମନ୍ତ୍ରଣ କରିଛି ଘରୋଇ ଦଳ । ଲାଗାତାର ତୃତୀୟ ଥର ଟସ୍‌ ହାରିଛନ୍ତି ଅଧିନାୟକ ଶୁବମନ ଗିଲ । ଭାରତ ତାର ପ୍ଲେଇଙ୍ଗ୍‌ ଇଲେଭେନ୍‌ରେ ୨ ପରିବର୍ତ୍ତନ କରିଛି । ନୀତିଶ କୁମାର ରେଡ୍ଡୀ ଓ ଅର୍ଶଦୀପଙ୍କ ସ୍ଥାନରେ କୁଲଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଏକାଦଶରେ ସ୍ଥାନ ମିଳିଛି ।  ଅଷ୍ଟ୍ରେଲିଆ ତାର ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି । ପ୍ରଥମ ଦୁୁଇ ଦିନିକିଆକୁ ଜିତି ଅଷ୍ଟ୍ରେଲିଆ ୨-୦ରେ ସିରିଜ ଆଗୁଆ କବ୍‌ଜା କରିସାରିଛି । ଆଜି ସିରିଜ ମୂଳପୋଛ କରିବାକୁ ଚେଷ୍ଟା କରିବ ।

ସେହିପରି ଭାରତକୁ ସମ୍ମାନ ବଞ୍ଚାଇବାକୁ ହେଲେ ବିଜୟ ଜରୁରି । କିନ୍‌ ସୁଇପ୍‌ ଏଡାଇବାକୁ ପ୍ରୟାସ କରିବ ଟିମ୍ ଶୁଭମନ । ସମ୍ମାନ ବଞ୍ଚାଇବାକୁ ସବୁ ଶକ୍ତି ଖଟାଇବ ଟିମ୍ ଶୁଭମନ । ଖାଲି ସେତିକି ନୁହେଁ, ଦୁଇ ପ୍ରସିଦ୍ଧ ତାରକା ବିରାଟ କୋହଲି ଓ ରୋହିତ ଶର୍ମା ଅଷ୍ଟ୍ରେଲିଆ ମାଟିରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବେ । ତେଣୁ ଉଭୟଙ୍କ ବ୍ୟାଟ୍‌ରୁ ବଡ଼ ଇନିଂସ ଦେଖିବାକୁ ସିଡ୍‌ନୀବାସୀ ଷ୍ଟାଡ଼ିୟମ୍‌ରେ ଭିଡ଼ ଜମାଇଛନ୍ତି । ଅଷ୍ଟ୍ରେଲିଆ ପ୍ରଥମ ୨ଟି ଯାକ ମ୍ୟାଚ ଜିତି ସାରିଛି । ଆଉ ଏକ ବିଜୟ ସହ ସିରିଜ କ୍ଲିନ୍‌ ସୁଇପ ପାଇଁ ପ୍ରୟାସ କରିବ । ରାେହିତ ଦ୍ୱିତୀୟ ଦିନିକିଆରେ ଭଲ ସ୍କୋର କରିଥିଲେ । ହେଲେ ବିରାଟ କୋହଲି ଦୁଇଟି ଯାକ ମ୍ୟାଚରେ ଶୂନ୍ୟରେ ଆଉଟ ହୋଇଥିଲେ । ଆଜି ସେ କମବ୍ୟାକ କରିବା ଆଶାରେ ରହିଛନ୍ତି ଫ୍ୟାନ୍ସ । କୋହଲି ୫୪ ରନ କଲେ ସର୍ବାଧିକ ଦିନିକିଆ ରନ୍‌ ତାଲିକାରେ କୁମାର ସାଙ୍ଗାକାରାଙ୍କୁ ଅତିକ୍ରମ କରି ଦ୍ୱିତୀୟ ସ୍ଥାନରେ ପହଞ୍ଚିବେ । ରୋହିତ ଶର୍ମା ଆଉ ୯୩ ରନ୍‌ କଲେ ବୀରେନ୍ଦ୍ର ସେହୱାଗଙ୍କ ନାମରେ ରହିଥିବା ଏକ ରେକର୍ଡ ଅତିକ୍ରମ କରିବେ । 

ଭାରତ ଚୂଡ଼ାନ୍ତ ଏକାଦଶ: ରୋହିତ ଶର୍ମା, ଶୁଭମନ ଗିଲ୍‌ (ଅଧିନାୟକ), ବିରାଟ କୋହଲି, ଶ୍ରେୟାସ ଆୟର (ଉପ-ଅଧିନାୟକ), କେଏଲ ରାହୁଲ, ଅକ୍ଷର ପଟେଲ, ୱାଂସିଟନ୍ ସୁନ୍ଦର ,ହର୍ଷିତ ରାଣା, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ ।

ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ: ଟ୍ରେଭିସ୍‌ ହେଡ୍‌, ମିଚେଲ ମାର୍ଶ (ଅଧିନାୟକ), ଏ. କେରୀ, ମାଟ ସର୍ଟ, ମାଟ ରେନସ, ମିଚେଲ ଓଏନ, କୁପର କନଲି, ମିଚେଲ ଷ୍ଟାର୍କ, ନାଥାନ ଏଲିସ, ଆଡ଼ମ ଜାମ୍ପା, ଜୋସ ହାଜେଲଉଡ ।

​​​​​​​