ନୂଆଦିଲ୍ଲୀ,୦୨/୧୧: ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଆରମ୍ଭ ହୋଇଛି ତୃତୀୟ ଟି-ଟ୍ୱେଣ୍ଟି । ହୋବାର୍ଟରେ ଖେଳାଯାଉଛି ମ୍ୟାଚ । ପ୍ରଥମ ଦୁଇ ମ୍ୟାଚରେ ଟସ୍ ହାରିବା ପରେ ତୃତୀୟ ମ୍ୟାଚରେ ଜିତିଛି । ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛନ୍ତି ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଘରୋଇ ଦଳକୁ ବ୍ୟାଟିଂ ଆମନ୍ତ୍ରଣ ମିଳିଛି । ଭାରତ ତାର ଚୂଡାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ କରିଛି । ପ୍ରଥମ ଦୁଇ ମ୍ୟାଚରେ ବେଞ୍ଚରେ ବସିଥିବା ଅର୍ଶଦୀପ ସିଂହ, ଜିତେଶ ଶର୍ମା ଓ ୱାଶିଂଟନ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ନମିଳିଛି । ବିଶେଷ କରି ଅର୍ଶଦୀପଙ୍କୁ ପ୍ରଥମ ଦୁଇ ମ୍ୟାଚରେ ସ୍ଥାନ ନମିଳିବାକୁ ନେଇ ସମାଲୋଚନା କରାଯାଇଥିଲା । ପୂର୍ବ କ୍ରିକେଟ ପ୍ରଶ୍ନ ଉଠାଇଥିଲେ । ହେଲେ ତୃତୀୟ ମ୍ୟାଚରେ ଅର୍ଶଦୀପଙ୍କୁ ସ୍ଥାନ ମିଳିଛି ।
ପ୍ରଥମ ଦୁଇ ମ୍ୟାଚ ହାରିଥିବା ଟିମ୍ ଇଣ୍ଡିଆ ଜବରଦସ୍ତ କମବ୍ୟାକ କରିବ ବୋଲି ଆଶା କରାଯାଉଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ଅଛି ଘରୋଇ ଦଳ । ରିପୋର୍ଟ ଲେଖାଯିବା ସୁଦ୍ଧା ୭ ଓଭର ଖେଳ ସରିଛି । ଅଷ୍ଟ୍ରେଲିଆ ୨ ଟି ୱିକେଟ ହରାଇ ୫୭ ରନ୍ କରିଛି । ୬ ରନ୍ କରି ଟ୍ରାଭିସ୍ ହେଡ ଓ ଜୋସ୍ ଇଂଲିଶ ୧ ରନ୍ କରି ଅର୍ଶଦୀପଙ୍କ ଶିକାର ହୋଇଛନ୍ତି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମୋଟ୍ ୩୪ଟି ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳାଯାଇଛି । ଭାରତ ୨୦ଟି ଓ ଅଷ୍ଟ୍ରେଲିଆ ୧୨ଟି ଜିତିଛି । ୨ଟି ବାତିଲ ହୋଇଛି । ରେକର୍ଡ ଦେଖିଲେ ଭାରତର ପଲ୍ଲା ଭାର ରହିଛି । ପ୍ରଥମ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଦ୍ୱିତୀୟ ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିଲା । ଆଉ ବାକି ରହିଛି ୩ଟି ମ୍ୟାଚ୍ । ସିରିଜ ଜିତିବାକୁ ହେଲେ ଭାରତକୁ ସମସ୍ତ ମ୍ୟାଚ୍ ଜିତିବାକୁ ହେବ । ତେଣୁ ଭାରତ ପାଇଁ ପ୍ରତ୍ୟେକ ମ୍ୟାଚ ହେବ ‘କର ବା ମର’ ।
A look at #TeamIndia’s Playing XI ahead of the 3️⃣rd T20I 🙌
— BCCI (@BCCI) November 2, 2025
Updates ▶️ https://t.co/X5xeZ0LEfC#AUSvIND pic.twitter.com/acjQQyLcAA
ଭାରତ ଏକାଦଶ: ଶୁଭମନ ଗିଲ୍, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ଶିବମ ଦୁବେ, ଜିତେଶ ଶର୍ମା, ୱାଶିଂଟନ ସୁନ୍ଦର, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା ।
ଅଷ୍ଟ୍ରେଲିଆ ଏକାଦଶ: ମିଚେଲ ମାର୍ଶ (ଅଧିନାୟକ), ଟ୍ରେଭିସ ହେଡ୍, ଜୋସ ଇଂଲିଶ, ଟିମ ଡେଭିଡ୍, ମିଚେଲ ଓଏନ, ମାଥ୍ୟୁ ସର୍ଟ, ମାର୍କସ ଷ୍ଟଇନିସ, ଜାଭିୟର ବାର୍ଟଲେଟ, ନାଥାନ ଏଲିସ, ସିନ ଆବୋଟ, ମାଟ କୁହ୍ନେମନ ।